ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି

Published By : Prameya | February 18, 2025 10:09 AM

କଟକ/କଳାପଥର,୧୮/୦୨: ବାହାଘର ଭୋଜି ଖାଇବା କାଳ  ହେଲା । ଭୋଜି ଖାଇବାର କିଛି ସମୟ ପରେ ଝାଡ଼ା, ବାନ୍ତି ଓ ଜ୍ୱରରେ ଆକ୍ରାନ୍ତ ହେଲେ  ଲୋକେ । କଟକ ଜିଲ୍ଲା ବାଙ୍କୀ ବ୍ଲକ୍‌ ବୈଦେଶ୍ୱରପାଟଣା ଗ୍ରାମରେ ଏଭଳି ଘଟଣା  ଘଟିଛି । ପାଖାପାଖି ୩ ଶହ ଜଣ ଆକ୍ରାନ୍ତ ହୋଇଛନ୍ତି । ୮୦ରୁ ଅଧିକ ଗୁରୁତରଙ୍କୁ  କଟକ, ଭୁବନେଶ୍ୱର, ଖୋର୍ଦ୍ଧାର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍‌ପିଟାଲରେ ଚିକିତ୍ସା କରାଯାଉଛି । 

ରବିବାର ରାତିରେ ବୈଦେଶ୍ୱରପାଟଣା ଗ୍ରାମର ପଦ୍ମନାଭ ସାହୁ  ଝିଅର ବିବାହ ଥିଲା । ଏଥିପାଇଁ ଗ୍ରାମବାସୀ ଓ ବରପକ୍ଷଙ୍କୁ ମିଶାଇ ପ୍ରାୟ ହଜାରେ  ଲୋକଙ୍କ ଲାଗି ଭୋଜିଭାତର ଆୟୋଜନ କରାଯାଇଥିଲା । ଭୋଜିରେ ବହୁ ପ୍ରକାରର  ଖାଦ୍ୟ ପ୍ରସ୍ତୁତ ହୋଇଥିଲା । ଯାହାକୁ ଖାଇ ଲୋକେ ଘରକୁ ଫେରିଥିଲେ । ଫେରିବାର  କିଛି ସମୟ ପରେ ଲୋକେ ଅସୁସ୍ଥ ଅନୁଭବ କରିଥିଲେ । ହଠାତ୍‌ ଝାଡ଼ା, ବାନ୍ତି  ଆରମ୍ଭ ହୋଇଯାଇଥିଲା । ଜଣେ କି ଦୁଇ ଜଣ ନୁହେଁ ଗାଁ ଯାକ ଲୋକେ ବାହାଘର  ଭୋଜି ଖାଇ ସଂକ୍ରମଣର ଶିକାର ହୋଇଥିଲେ । ଭୟରେ ବୈଦେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ରକୁ  ଯାଇଥିବା ବେଳେ ସେଠାରେ ଗହଳି ବଢ଼ିଯାଇଥିଲା । ସ୍ଥିତି ଏମିତି ହେଲା ଯେ ବାଙ୍କୀ,  ସୁବର୍ଣ୍ଣପୁର, ବଡ଼ମ୍ବା ଓ ବାଙ୍କୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.