ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ମଣିଷ ସ୍ୱାସ୍ଥ୍ୟ ପାଇଁ ବିପଦ ମଙ୍ଗଳ ଗ୍ରହର ଧୂଳି, ନୂତନ ଅଧ୍ୟୟନରୁ ଖୁଲାସା

Published By : Krishna Priya | April 9, 2025 1:24 PM

ନୂଆଦିଲ୍ଲୀ ୦୯/୦୪: ଅନେକ ମଙ୍ଗଳ ଗ୍ରହରେ ରହିବା ସ୍ୱପ୍ନ ଦେଖୁଛନ୍ତି। ତେବେ ମଙ୍ଗଳର ଧୂଳି ମଣିଷର ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡିଛି। ଏହାର ଧୂଳିକଣାରେ ଥିବା ବିଷାକ୍ତ ତତ୍ତ୍ୱ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିବା ସହ ଅନ୍ୟ ରୋଗର ବି କାରଣ ହୋଇପାରେ  ବୋଲି ଏଥିରେ କୁହାଯାଇଛି। ସେହିପରି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି, ମଙ୍ଗଳ ଗ୍ରହର ଧୂଳି ଅପେକ୍ଷାକୃତ ଛୋଟ ହୋଇଥାଏ। ତେଣୁ ଏହାର ସୂକ୍ଷ୍ମ କଣିକା ମଣିଷ ଫୁସଫୁସରେ ପ୍ରବେଶ କରିବା ସହ ରକ୍ତରେ ମଧ୍ୟ ମିଶି ଯାଇପାରେ। ଏହି ଧୂଳିରେ ସିଲିକା, ଜିପସମ୍‌ ଏବଂ ଅନ୍ୟ ପ୍ରକାରର ଧାତୁ ମିଳିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

କେବଳ ସେତିକି ନୁହେଁ, ଏହା ଯୋଗୁଁ ସେଠାରେ ମାନବ ମିଶନକୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ। ଚନ୍ଦ୍ରପୃଷ୍ଠର ଧୂଳିଠାରୁ ମଙ୍ଗଳର ଧୂଳି ଅତ୍ୟନ୍ତ କ୍ଷତିକାରକ ହୋଇପାରେ। କାରଣ ଏଥିରେ ବିଷାକ୍ତ ତତ୍ତ୍ୱ ଅଛି। ସେହିପରି ଆପୋଲୋ ମିଶନ୍‌ ସମୟରେ ଚନ୍ଦ୍ରପୃଷ୍ଠର ଧୂଳି କଣିକା ମହାକାଶ ଯାତ୍ରୀଙ୍କ ଠାରେ କାଶ, ଆଖିରେ ଜଳାପୋଡା ଭଳି ସମସ୍ୟା ସୃଷ୍ଟି କରିଥିଲା। ଅନ୍ୟପଟେ ମଙ୍ଗଳ ଗ୍ରହର ଧୂଳିରେ ଥିବା ସିଲିକା, ଫୁସଫୁସ୍‌ ରୋଗ ସିଲିକୋସିସର କାରଣ ମଧ୍ୟ ହୋଇପାରେ। ଏହାବାଦ୍‌ ଏହି ଧୂଳିରେ ଥିବା କ୍ରୋମିୟମ୍‌ ଏବଂ ଆର୍ସେନିକ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏଣୁ ବୈଜ୍ଞାନିକମାନଙ୍କ କହିବା କଥା, ମଙ୍ଗଳ ଗ୍ରହରେ ଥିବା ମାଇକ୍ରୋଗ୍ରାଭିଟି ଏବଂ ରେଡିଏଶନ ଯୋଗୁଁ ଏହି ଉପାଦାନଗୁଡିକର ପ୍ରଭାବ ଆହୁରି ବିପଜ୍ଜନକ ହୋଇପାରେ। ଅପର ପକ୍ଷରେ ମଙ୍ଗଳ ମିଶନରେ ମହାକାଶ ଯାତ୍ରୀ ତୁରନ୍ତ ପୃଥିବୀ ପୃଷ୍ଠକୁ ଫେରିପାରିବେ ନାହିଁ। ତେଣୁ ସେଠାରେ ସୁରକ୍ଷା ଲାଗି ବିଶେଷ ବ୍ୟବସ୍ଥା ହେବା ଆବଶ୍ୟକ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.