ନୂଆଦିଲ୍ଲୀ,୦୭/୧୨: ହ୍ୟୁଣ୍ଡାଇ ମାଟର  ଇଣ୍ଡିଆ ପରେ ଏବେ ଦେଶର ପ୍ରମୁଖ କାର୍‌  କମ୍ପାନି ମାରୁତି ସୁଜୁକି ଆସନ୍ତା ମାସରୁ କାର୍‌  ମୂଲ୍ୟ ବଢ଼ାଇବା ଲାଗି ଘୋଷଣା କରିଛି । କମ୍ପାନି  ପ୍ରସ୍ତୁତ କରୁଥିବା ଏହାର ସମ୍ପୂର୍ଣ୍ଣ ଲାଇନ୍‌ଅପ୍‌ରେ ମଡେଲ ଗୁଡିକ ଉପରେ ୪% ଯାଏ ବଢ଼ିବ ଦର । ବର୍ଦ୍ଧିତ ଦର ଜାନୁଆରି ପହିଲାରୁ ଲାଗୁ ହେବ ।  

ଷ୍ଟକ ବଜାର ଫାଇଲିଂରେ କମ୍ପାନି ଏ ନେଇ  ସୂଚନା ଦେଇଛି । ଗୁରୁବାର ହ୍ୟୁଣ୍ଡାଇ ମୋଟର  ଇଣ୍ଡିଆ ଲିମିଟେଡ ନୂଆ ବର୍ଷରୁ ଏହାର ସବୁ ମଡେଲ ଦର ୨୫ ହଜାର ଟଙ୍କା ଯାଏ ବଢ଼ାଇବାକୁ  ଘୋଷଣା କରିଥିଲା । ଏହାବାଦ ମର୍ସିଡିଜ ବେଞ୍ଜ, ବିଏମ୍‌ଡବ୍ଲ୍ୟୁ, ଅଡି ଭଳି କାର୍‌ ଗୁଡିକ ନୂଆ ବର୍ଷରୁ ମହଙ୍ଗା ହେବ ବୋଲି ଜଣାପଡିଛି।