ନୂଆଦିଲ୍ଲୀ,୨୩।୪: ଇରାନର ହର୍ମୁଜ ଷ୍ଟେ୍ରଟ୍ ପାର କରିବା ଉପରେ କଟକଣା ଲଗାଇଛି। ଗତ କିଛି ଦିନ ଧରି ଦୁଇଟି ଜାହାଜକୁ ଜବତ କରି ନିଆଯାଇଛି। ଯେତେବେଳେ ସେ ହର୍ମୁଜ ପାର କରିବାର ଚେଷ୍ଟା କରୁଥିଲେ। ଏଥିରେ ଏକ ଜାହାଜ ଭାରତ ଆସୁଥିଲା। ଏହି ପୁରା ଘଟଣାକ୍ରମର ବିପଦଜନକ ଭିଡିଓ ସାମନାକୁ ଆସିଛି। ଏଥିରେ ଦେଖି ପାରିବେ ଯେ, କିଭଳି ଇରାନର ମାସ୍କ ପିନ୍ଧା କମାଣ୍ଡୋ ମଝି ସମୁଦ୍ରରେ ଜାହାଜ ଉପରେ ଆକ୍ରମଣ କରିଥିବା ଭିଡିଓ ସାମନାକୁ ଆସିଛି। ଏଥିରେ ଦେଖିପାରିବେ କିଭଳି ଇରାନର ମାସ୍କ ପିନ୍ଧିଥିବା କମାଣ୍ଡୋଙ୍କ ଭିଡିଓ ସାମନାକୁ ଆସିଛି। ଏଥିରେ ଦେଖିପାରିବେ କିଭଳି ଇରାନର ମାସ୍କ ପିନ୍ଧା କମାଣ୍ଡୋଙ୍କ ଭିତରେ ସମୁଦ୍ର ଜାହାଜ ଉପରେ ଆକ୍ରମଣ କରନ୍ତି ଓ ତାକୁ ଜବତ କରି ପୁଣି ଥରେ ଇରାନ ନେଇ ଯାଉଛନ୍ତି।
ଭିଡିଓରେ ସବୁଠାରୁ ପ୍ରଥମ ଜାହାଜର ପାଖ ଏକ ଇରାନର ଛୋଟ ବୋଟ୍ ଆସୁଥିବାର ଦେଖିବାକୁ ମିଳିଥାଏ। ସେ ବିଲକୁଲ ଜାହାଜର ପାଖକୁ ଆସି ରୁହେ ଓ ସେଥିରେ ସିଡି ଚଢି ମାସ୍କ ପିନ୍ଧା କମାଣ୍ଡୋ ଜାହାଜ ଭିତରେ ପଶି ଯାଉଛନ୍ତି। ତାଙ୍କ ଚେହେରାକୁ ମାସ୍କ ଦ୍ବାରା ଏଭଳି ଢାଙ୍କିକି ରଖିଥିଲେ, ଯେପରି କେବଳ ଆଖି ଓ ମୁହଁ ଦେଖାଯାଉଥିଲା। ଏହି ସମୟରେ ମଧ୍ୟ ବୋଟ୍ ଦେଖିବାକୁ ମିଳୁଛି। ଏହା ଉପରେ ଇରାନର ପତାକା ଲଗାଯାଇଥିଲା। ଏହି କମାଣ୍ଡୋ ଜାହାଜର ବିଭିନ୍ନ ଅଂଶ ଦେଇ ବନ୍ଧୁକ ହଲାଉଥିବାର ଦେଖିବାକୁ ମିଳୁଛନ୍ତି। ଯାହାଫଳରେ ଜାହାଜ ଉପରେ ଦଖଲ କରିପାରିବେ। ସେଭଳି ଶେଷ ଫୁଟେଜ୍ରେ ଜାହାଜ ଫେରାଇ ନେବାର ଦେଖି ହେବ। ଏହି ପୁରା ଭିଡି କୌଣସି ହଲିଉଡ ଫିଲ୍ମ ଭଳି ଦେଖାଯାଏ। ଯାହାଫଳରେ ମଝି ସମୁଦ୍ରରେ କୌଣସି ଜାହାଜ ଉପରେ ଦଖଲ କରିହେବ। ଶେଷ ଫୁଟେଜରେ ଜାହାଜ ପୁଣିଥରେ ଯାଉଥିବାର ଦେଖିହେବ। ଏହି ପୁରା ଭିଡିଓ କୌଣସି ହଲିଉଡ୍ ଫିଲ୍ମ ଭଳି ଦେଖିପାରୁଥିବେ। ଏଥିରେ ମଝି ସମୁଦ୍ରରେ କୌଣସି ଜାହାଜ ଉପରେ କବଜା ହେଉଥିବାର ଦେଖିପାରିବେ।
ବୁଧବାର ଇରାନ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ ଦୁଇଟି ଜାହାଜ ପାନାମାର ପତାକା ଥିବା ଏମ୍ଏସ୍ସି ଫ୍ରାନସେସ୍କା ଓ ଲାଇବେରିଆର ପକାତା ଥିବା ଏପାମିନୋଣ୍ଡାସ୍ ଉପରେ ଆକ୍ରମଣ କରି ତାକୁ ନିଜ ଦଖଲରେ ନେଇଥିଲେ। ଏପାମିନୋଣ୍ଡାସ୍ ଜାହାଜ ଦୁବାଇରୁ ଗୁଜରାଟର ମୁନ୍ଦ୍ରା ବନ୍ଦର ଆଡକୁ ଆସୁଥିଲା। ଏହି ଦୁଇ ଜାହାଜକୁ ଆଇଆରଜିସି ଦଖଣ କରି ପୁଣିଥରେ ଇରାନ ତଟ ଆଡକୁ ନେଇଯାଇଥିଲା। ଇରାନ ନୌସେନା କହିଥିଲା, ହର୍ମୁଜ ପାର କରିବାର ଚେଷ୍ଟା କରୁଥିବା ଏହି ଦୁଇ ଜାହାକୁ ଜବତ କରାଯାଇଛି। ଏହି ଜାହାଜ ନିୟମର ଉଲଂଘନ କରୁଥିଲା। ଏହି କାରଣରୁ ସମୁଦ୍ର ସୁରକ୍ଷା ପ୍ରତି ବିପଦ ଥିଲା, ଯେଉଁ କାରଣରୁ ଏହାକୁ ଜବତ କରି ଦିଆଯାଇଛି।’