ପ୍ରମୂଖ ଖବର
  • ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ, ସାଂସଦଙ୍କୁ ସମ୍ବୋଧନ କରିବେ ପିଏମ ମୋଦୀ
  • ||
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ସିଡନୀର ଐତିହାସିକ ହାର୍ବର ବ୍ରିଜରେ ଇସ୍ରାଏଲ ବିରୋଧି ନାରାବାଜି, ଖାମେନିଙ୍କ ପୋଷ୍ଟର ଧରି ଏକାଠି ହେଲେ ଲୋକେ

Published By : Harapriya Biswal | August 4, 2025 8:23 PM

ନୂଆଦିଲ୍ଲୀ,୪।୮: ସିଡନୀର ଐତିହାସିକ ହାର୍ବର ବ୍ରିଜ୍‌ରେ ରବିବାର ଗାଜା ସମର୍ଥନ ଓ ଇସ୍ରାଏଲ ବିରୋଧରେ ସବୁଠାରୁ ବଡ଼ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ବର୍ଷା ପରେ ବି ପ୍ରାୟ ୯୦ ହଜାରରୁ ଅଧିକ ପ୍ରଦର୍ଶନକାରୀ ସଡକକୁ ଓହ୍ଲାଇଥିଲେ। ହାତରେ ପାଲେଷ୍ଟାଇନ୍ ପତାକା, ଖାମେନିଙ୍କ ପୋଷ୍ଟର ନେଇ ଏକାଠି ହୋଇଥିଲେ ଲୋକେ। ଇସ୍ରାଏଲ ଉପରେ ଆର୍ଥିକ କଟକଣା ଲଗାଇବା ଓ ଗାଜାରେ ଫଶିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର କରିବାର ଦାବି କରିଥିଲେ। ଅଷ୍ଟ୍ରେଲିଆ‌ର ପୂର୍ବତନ ବୈଦେଶିକ ମନ୍ତ୍ରୀ ବବ କାର ଓ ଓ୍ବିକିଲିକ୍ସର ସଂସ୍ଥାପକ ଜୁଲିୟସ୍ ଅସାଞ୍ଜ ମଧ୍ୟ ପ୍ରଦର୍ଶନରେ ସାମିଲ ହୋଇଥିଲେ। 

ଏହି ପ୍ରଦର୍ଶନକୁ ‘ମାର୍ଚ ଫର ହ୍ୟୁମାନିଟି’ ନାଁ ଦିଆଯାଇଥିଲ। ଯାହାର ଆୟୋଜନ ‘ପାଲେଷ୍ଟାଇନ୍ ଆକ୍ସନ ଗ୍ରୁପ୍‌ ସିଡନୀ’ କରିଥିଲା। ଆୟୋଜକଙ୍କ କହିବା ଅନୁସାରେ, ଏହାର ଉଦେଶ୍ୟ ଗାଜାରେ ଶାନ୍ତି ଫେରାଇବା। ଏହା ସହ ଇସ୍ରାଏଲୀ ସେନା ଫେରାଇ ଆଣିବା ଓ ହତିଆର ଉପରେ କଟକଣା ଲଗାଇବା। ପ୍ରଦର୍ଶନରେ ସାମିଲ ଲୋକ ଜୋରଦାର ନାରାବାଜି କରିଥିଲେ।’ ଓ୍ବି ଆର ଅଲ୍ ପାଲେଷ୍ଟାଇନସ୍‌’  ଓ ’ଲଙ୍ଗ ଲିଭ୍ ଇପ୍ତିଫାଦା’ ଭଳି ନାରାବାଜି ଶୁଣିବାକୁ ମିଳିଥିଲା। ତେବେ ଏହି ମାର୍ଚ୍ଚରେ ହମାସ କିମ୍ବା ବନ୍ଧକଙ୍କ କଥା କୁହାଯାଇନଥିଲା। 

ପ୍ରଦର୍ଶନର ଆୟୋଜନ ‘ପାଲେଷ୍ଟାଇନ୍ ଆକ୍ସନ ଗ୍ରୁପ୍ ସିଡନୀ’ କରିଥିଲା। ଏହି ଗ୍ରୁପ୍ ଫେସବୁକ୍‌ରେ ନିଜର ପୋଷ୍ଟ ମାଧ୍ୟମରେ କହିଥିଲା, ତାଙ୍କର ତିନୋଟି ପ୍ରମୁଖ ଦାବି ରହିଛି। ଯାହା ଭିତରେ ଗାଜାରେ ମାନବୀୟ ସହାୟତା ପହଁଞ୍ଚାଇବା ଊପରେ କଟକଣା ହଟାଯାଉ। ଇସ୍ରାଏଲ ସହ ତୁରନ୍ତ ଅସ୍ତ୍ରବିରତି କରି ଗାଜାକୁ ସମ୍ପୂର୍ଣ୍ଣ ଭାବରେ ହଟିବା ଓ ଇସ୍ରାଏଲ ଉପରେ କଟକଣା ଓ ହତିଆର ଯୋଗାଣ ଉପରେ କଟକଣା ଲଗାଯାଉ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.