ଢାକା,୧୦।୧୧: ବାଂଲାଦେଶରେ ସରକାର ପରିବର୍ତ୍ତନ ପରେ ବି ଜାରି ରହିଛି ହିଂସାକାଣ୍ଡ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତରେ ତିନି ମାସ ହେବ ଶରଣ ନେବାପରେ ବି ତାଙ୍କ ଦଳ ଆବାମୀ ଲିଗ୍ ଆଜି ଢାକାରେ ଥିବା ଅନ୍ତରୀଣ ସରକାରଙ୍କ ବିରୋଧରେ ବଡ ପରିମାଣରେ ବିରୋଧ ପ୍ରଦର୍ଶନ କରିବାକୁ ଯାଉଛନ୍ତି, ଯାହାକୁ ଦେଖି ଅନନ୍ତରୀଣ ୟୁନୁସ୍ ସରକାର ସେନାକୁ ସଡକରେ ଓହ୍ଲାଇଛି।
ଏହା ଭିତରେ ଢାକାରେ ଆବାମୀ ଲିଗ୍ର କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ଉପରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବାଂଲାଦେଶୀ ସେନା ଆଜି ତାଙ୍କ ପ୍ରଦର୍ଶନ ପୂର୍ବରୁ ଶତାଧିକ କର୍ମୀଙ୍କୁ ଗିରଫ କରିଛି। ପାର୍ଟି ସମର୍ଥକ ଓ ଭୂମିଗତ ହୋଉଥିବା ନେତା ଢାକାର ଗୁଲିସ୍ତାନ, ଜିରୋ ପଏଣ୍ଟ,ନୁର ହୁସେନ ସ୍କ୍ବାୟାର ଅଞ୍ଚଳରେ ସଡକକୁ ଓହ୍ଲାଇବ। ନିଜ ନେତାଙ୍କୁ ଭୁଲ ଭାବରେ ଫଶାଇବା, ଛାତ୍ର ସଂଗଠନ ଉପରେ କଟକଣା ଲଗାଇବା ଓ ଏଏଲ୍ କାର୍ଯ୍ୟକର୍ତ୍ତାଙ୍କୁ ହଇରାଣ କରିବା ପାଇଁ ଆବାମୀ ଲିଗ୍ ଦ୍ବାରା ଏହି ବିରୋଧ ପ୍ରଦର୍ଶନ କରାଯାଇଥିଲା।
ଆବାମୀ ଲିଗ୍ର ଜମାଓ୍ବଡେ ଓ ବିରୋଧ ପ୍ରଦର୍ଶନକୁ ରୋକିବା ପାଇଁ ବାଂଲାଦେଶ ସେନା, ପୋଲିସ ଓ ସ୍କୁଲ କଲେଜ ତଥା ବିଶ୍ବ ବିଦ୍ୟାଳୟର ଛାତ୍ର ଏହି ଅଞ୍ଚଳରେ ବଡ଼ ଆକାରରେ ଏକାଠି ହୋଇଥିଲେ। ବିଏନ୍ପି ଓ ଜମାତ୍ ଘୋଷଣା କରିଥିଲା ସେ ଆବାମୀ ଲିଗ୍ର ବିରୋଧ ପ୍ରଦର୍ଶନର ଅନୁମତି ଦେବ। ଢାକା ପୋଲିସ ତାଙ୍କୁ ବିରୋଧି ରାଲି ଆୟୋଜିତ କରିବାର ଅନୁମତି ଦେଇ ନାହିଁ। ମଧ୍ୟାହ୍ନ ୩ଟା ବେଳେ ଢାକାରେ ଜୋରଦାର ପ୍ରଦର୍ଶନ ହେବାହର ଆଶା ରହିଛି।
ସାରା ଦେଶରେ ବିଜେବିର ୧୯୧ ୟୁନିଟ୍ ମୁତୟନ ଅଛନ୍ତି। ଏହା ଭିତରେ ସରକାର ବିଭିନ୍ନ ଗୋଷ୍ଠୀକୁ ଚେତାବନୀ ଦେଇଛି ଆଗାମୀ ଲିଗ୍କୁ ବିରୋଧ ମାର୍ଚ୍ଚ ଆୟୋଜିତ କରିବାର ଅନୁମତି ଦିଆଯିବନି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ପ୍ରେସ୍ ସଚିବ ଶଫିକୁଲ ଆଲମ ଶନିବାର ମଧ୍ୟାହ୍ନ ୧୨ଟା ୧୦ ଟା ବେଳେ ନିଜ ଫେସବୁକ୍ ପେଜ୍ରେ କହିଛନ୍ତି, ଆବାମୀ ଲିଗ୍ ବର୍ତ୍ତମାନ ଏକ ଫାଶିବାଦୀ ପାର୍ଟି। ଏହି ଫାଶିବାଦୀ ପାର୍ଟୀକୁ ବାଂଲାଦେଶରେ ବହୁ ବିରୋଧି କାର୍ଯ୍ୟକ୍ରମ ଆୟୋଜିତ କରିବାର ଅନୁମତି ଦେବାର କୌଣସି ପ୍ରଶ୍ନ ଉଠୁନି।’