ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଏହି ମନ୍ଦିରରେ ହୋଇଥିଲା ରାଧାକୃଷ୍ଣଙ୍କ ବିବାହ, ବିବାହ କରାଥିଲେ ସ୍ୱୟଂ ବ୍ରହ୍ମା

Published By : Swapna Ray | March 18, 2025 3:44 PM

ଉତ୍ତରପ୍ରଦେଶ, ୧୮।୩: ରାଧାକୃଷ୍ଣଙ୍କ ଶାଶ୍ୱତ ପ୍ରେମକୁ ନେଇ ଅନେକ ପୌରାଣିକ କାହାଣୀ ରହିଛି । ରାଧାକୃଷ୍ଣଙ୍କ ବିବାହକୁ ନେଇ ଦ୍ୱିମତ ରହିଛି । ରାଧାକୃଷ୍ଣ ବିବାହ ବନ୍ଧନରେ ଆବଦ୍ଧ ହୋଇନଥିଲେ ବୋଲି ଅଧିକାଂଶ ଦର୍ଶାଇଛନ୍ତି । ଅନ୍ୟପଟେ  ଋଷି ଗର୍ଗାଚାର୍ଯ୍ୟ ‘ଗର୍ଗ ସଂହିତା’ ଉଲ୍ଲେଖ କରିଛନ୍ତି, ଯେ ରାଧାକୃଷ୍ଣଙ୍କ ମଧ୍ୟରେ ବିବାହ ହୋଇଥିଲା । ଏହାର ପ୍ରମାଣ ମଥୁରା ସ୍ଥିତ ରାଧା-କୃଷ୍ଣ ବିବାହ ମନ୍ଦିର । ମଥୁରାର ଭାଣ୍ଡୀରବନରେ ରହିଛି ଏକମାତ୍ର ରାଧା-କୃଷ୍ଣ ବିବାହ ମନ୍ଦିର । ଏକ ବିରାଟକାୟ ବଟବୃକ୍ଷ ତଳେ ପ୍ରତିଷ୍ଠିତ ଏହି ମନ୍ଦିରରେ ଭଗବାନ୍‌ ଶ୍ରୀକୃଷ୍ଣ ଏବଂ ରାଧାରାଣୀଙ୍କୁ ବର କନ୍ୟା ବେଶରେ ସଜ୍ଜିତ ହୋଇଥିବାର ଦେଖିବାକୁ ମିଳେ । ରାଧା, କୃଷ୍ଣ ପରସ୍ପରକୁ ବରଣମାଳା ପିନ୍ଧାଇଦେଉଥାନ୍ତି । ରାଧାକୃଷ୍ଣ ଯୁଗଳ ପ୍ରତିମା ନିକଟରେ ରହିଛି ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ପ୍ରତିମା । ବ୍ରହ୍ମା ହିଁ ରାଧାକୃଷ୍ଣଙ୍କ ମଧ୍ୟରେ ବିବାହ ସମ୍ପନ୍ନ କରାଇଥିବାର ଋଷି ଗର୍ଗାଚାର୍ଯ୍ୟ ବର୍ଣ୍ଣନା କରିଛନ୍ତି । ଏଠାରେ ଏକ ଯଜ୍ଞକୁଣ୍ଡ ରହିଛି ଯାହା ଭାଣ୍ଡୀରକୁଣ୍ଡ ନାମରେ ଖ୍ୟାତ । ଏହି ଭାଣ୍ଡୀରବନରେ କୃଷ୍ଣଙ୍କ ଜ୍ୟେଷ୍ଠ ଭ୍ରାତା ବଳରାମ କଂସ ପ୍ରେରିତ ପ୍ରଳମ୍ବାସୁର ଅସୁରକୁ ବଧ କରିଥିଲେ ବୋଲି କୁହାଯାଏ । 

କ’ଣ କହେ ଗର୍ଗ ସଂହିତା : ଏକଦା ନନ୍ଦ ରାଜା ଶିଶୁ କୃଷ୍ଣଙ୍କୁ କାଖେଇ ଧରି ଗାଈ ଚରାଇବାକୁ ବନକୁ ଯାଇଥିଲେ । ଗାଈ ଚରାଉ ଚରାଉ ବନର ଘଞ୍ଚ ଅଞ୍ଚଳକୁ ଚାଲିଗଲେ । ଏତିକି ବେଳେ ମେଘପବନ ମାଡ଼ି ଆସିଲା । ନନ୍ଦ ପିଲାଟିକୁ କିପରି ସୁରକ୍ଷିତ ରଖିବେ ବୋଲି ବିଚଳିତ ହୋଇପଡ଼ିଲେ । ସେ ସମୟରେ ରାଧାଙ୍କ ଆବିର୍ଭାବ ଘଟିଲା ସେଠାରେ । ଗର୍ଗ ସଂହିତା ବର୍ଣ୍ଣନା କରିଛନ୍ତି ଯେ, ରାଧାଙ୍କୁ ସେଠାରେ ରାଜା ନନ୍ଦ ପ୍ରଣାମ କରି କହିଛନ୍ତି ଯେ ମୁଁ ଜାଣେ ଯେ କୃଷ୍ଣ ହେଉଛନ୍ତି ସ୍ୱୟଂ ଭଗବାନ୍‌ । ରାଧାଙ୍କ ହାତରେ କୃଷ୍ଣଙ୍କୁ ସମର୍ପଣ କରି ନନ୍ଦ ସେଠାରୁ ବିବାୟ ନେବା ପରେ ବାଳୁତ କୃଷ୍ଣ ଯୁବାବସ୍ଥାର ରୂପ ଗ୍ରହଣ କରିଛନ୍ତି । ସେଠାରେ ବିବାହ ମଣ୍ଡପ ସହିତ ବିବାହର ସମସ୍ତ ସାମଗ୍ରୀ ପୂର୍ବରୁ ରହିଛି । ବିବାହ ମଣ୍ଡପରେ ସ୍ୱୟଂ ବ୍ରହ୍ମା ଉପସ୍ଥିତ ହୋଇ ବେଦ ମନ୍ତ୍ର ଉଚ୍ଚାରଣ ସହ ରାଧାକୃଷ୍ଣଙ୍କ ମଧ୍ୟରେ ବିବାହ ସମ୍ପନ୍ନ କରିଛନ୍ତି । ବିଶ୍ୱାସ ରହିଛି ଯେ କେହି କେହି ଭାଣ୍ଡୀରବନରେ ରାଧାକୃଷ୍ଣଙ୍କ ଦିବ୍ୟ ବିବାହ ଦୃଶ୍ୟକୁ ବାସ୍ତବରେ ଦର୍ଶନ କରିପାରନ୍ତି । ଯେଉଁମାନେ ଏହି ସୌଭାଗ୍ୟ ପାଇଥାନ୍ତି, ସେମାନେ ନିଶ୍ଚୟ ଦ୍ୱାପର ଯୁଗରେ ରାଧାକୃଷ୍ଣଙ୍କ ବିବାହର ସାକ୍ଷୀ ରହିଥିବା ଗାଈଗୋରୁ, ମୟୂର,ଶୁଆ ଅବା ସଖୀଗଣ,ବୃକ୍ଷଲତା ଇତ୍ୟାଦି ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.