ଭୁବନେଶ୍ବର; ୧୮/୧ : ଆଜି ମୌନୀ ଅମାବାସ୍ୟା । ହିନ୍ଦୁ ଧର୍ମରେ ଏହି ଅବାବାସ୍ୟା ମାନାଯାଏ । ଏହିଦିନ ଏମିତି କିଛି ନିୟମ ରହିଛି, ଯାହାକୁ ପାଳିଲେ ଘରେ ଧନଧାନ୍ୟରେ ପରିପୂର୍ଣ୍ଣ ହେବ ବୋଲି ବିଶ୍ବାସ କରାଯାଏ । ବିଶ୍ବାସ କରାଯାଏ କି, ଏହି ଦିନ ନିରବତା ପାଳନ କରିବା ସହ ଧାର୍ମିକ ରୀତିନୀତି ପାଳିବା ଦ୍ବାରା ଶରୀର, ମନ ଏବଂ ଆତ୍ମା ଶାନ୍ତି ହୋଇଥାଏ । ଜ୍ୟୋତିଷମାନେ କୁହନ୍ତି କି, ଏହି ଦିନ ନିରବତା ପାଳିବା ଏବଂ ସଂନ୍ଧ୍ୟାରେ କିଛି ଏଭଳି ନୀତି ପାଳନ୍ତୁ ଯାହାକି ଆପଣଙ୍କୁ ସୁଖ ଶାନ୍ତି ଭରିଦେବ । ତେବେ ଜାଣନ୍ତୁ କଣ କରିବେ ।
ତୁଳସୀ ପୂଜା :
ତୁଳସୀ ଗଛ ମୂଳରେ ଏକ ଦୀପ ଜାଳନ୍ତୁ । ଏହାକୁ ପରିକ୍ରମ କରିବା ସହ ତୁଳସୀ ଗଛ ମୂଳରେ ବସି ମା’ ଲକ୍ଷ୍ମୀଙ୍କ ମନ୍ତ୍ରକୁ ଜପ କରନ୍ତୁ । ଏହା କରିବା ଦ୍ବାରା ମା’ ଲକ୍ଷ୍ମୀ ପ୍ରଶନ୍ନ ହୁଅନ୍ତି ଏବଂ ଆପଣଙ୍କ ଘରେ ଧନପ୍ରାପ୍ତି ହୋଇଥାଏ । ଏଭଳି ଏକ ବିଶ୍ବାସ ରହି ଆସିଛି ।
ରାହୁ ଏବଂ କେତୁଙ୍କ ପ୍ରଭାବରୁ ମୁକ୍ତି :
ମୌନୀ ଅବାବାସ୍ୟା ରାହୁ ଏବଂ କେତୁଙ୍କ ଏକ ବିଶେଷ ଦିନ ଭାବେ ଗଣା ଯାଇଥାଏ । ଏଣୁ ଏହିଦିନ ଶିବ ମନ୍ଦିରକୁ ଯାଇ ରୁଦ୍ରାକ୍ଷ ଅର୍ପଣ କରନ୍ତୁ । ୧୦୮ଥର ଶିବଙ୍କ ମନ୍ତ୍ର ଜପ କରିବା ସହ ସେହି ରୁଦ୍ରାକ୍ଷକୁ ପାଖରେ ରଖନ୍ତୁ । ଏପରି କରିବା ଦ୍ବାରା ରାହୁ ଏବଂ କେତୁଙ୍କ ପ୍ରଭାବ ଆପଣଙ୍କ ଉପରେ ପଡ଼ିବ ନାହିଁ ।
ଦାନ କରନ୍ତୁ :
ମୌନୀ ଅମାବାସ୍ୟା ଦାନ ବିନା ଅସମ୍ପୂର୍ଣ୍ଣ । ଏଣୁ ଏହି ଦିନ ପୂଜା ପାଠ କରିବା ନିଜର ସାମର୍ଥ୍ୟ ଅନୁସାରେ ଦାନ କରନ୍ତୁ । ଦାନ କଲେ ଆପଣଙ୍କୁ ସୁଖ ଶାନ୍ତି ମିଳିବ ।
ଦୀପ ଜାଳନ୍ତୁ :
ମୌନୀ ଅମାବାସ୍ୟାରେ ତିନୋଟି ସ୍ଥାନରେ ଦୀପଜାଳନ୍ତୁ । ଆପଣଙ୍କ ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ଘରର ଦକ୍ଷିଣ ଦିଗରେ ଦୀପ ଜାଳନ୍ତୁ । ଏହାସହ ତୁଳସୀ ଗଛ ଏବଂ ଅଶ୍ବସ୍ତ ବୃକ୍ଷ ମୂଳରେ ଦୀପ ଜାଳନ୍ତୁ ।