କଣ୍ଟାବାଞ୍ଜି /ତୁରେକେଲା,୧୭/୭/୨୫: ପାସେଞ୍ଜର ଟ୍ରେନ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୀର୍ଘ ସମୟ ଧରି କଣ୍ଟାବାଞ୍ଜି ଷ୍ଟେସନ୍‌ରେ ଟ୍ରେନ୍‌ ଅଟକି ରହିଥିଲା ।ରାୟପୁର- ବିଶାଖପାଟଣା ପେସେଞ୍ଜର ଟ୍ରେନ୍‌ର ପଛ ବଗିର ଚକରେ ଯାନ୍ତ୍ରିକ ତ୍ରୁଟି ହୋଇଥିବା ଜଣାପଡିବା ପରେ କଣ୍ଟାବାଞ୍ଜି ଷ୍ଟେସନରେ ଦୀର୍ଘ ସମୟ ଧରି ଟ୍ରେନ୍‌ ଅଟକି ରହିଥିଲା । କଣ୍ଟାବାଞ୍ଜି ଷ୍ଟେସନକୁ ପାସେଞ୍ଜର ଟ୍ରେନ୍‌ ୧୧ଟା୧୫ ରେ ପହଞ୍ଚିଥିଲା । ଟ୍ରେନ୍‌ଟି ଦୀର୍ଘ ସମୟ ଧରି ଛିଡ଼ା ହେବା ପରେ ରେଳ କର୍ମଚାରୀ ବଗିକୁ ଟ୍ରେନ୍‌ରୁ ଅଲଗା କରିଥିଲେ । ଏବାପରେ ଟ୍ରେନ୍‌ ନିଜ ଗନ୍ତବ୍ୟ ସ୍ଥଳକୁ ଅଭିମୁଖେ ଯାତ୍ରା କରିଥିଲା ।