ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ପାସେଞ୍ଜର ଟ୍ରେନ୍‌ରେ ଯାନ୍ତ୍ରିକ ତ୍ରୁଟି; ଦୀର୍ଘ ସମୟ ଧରି ଅଟକିରହିଲା ଗାଡ଼ି

Published By : Harapriya Sethi | July 17, 2025 1:43 PM

କଣ୍ଟାବାଞ୍ଜି /ତୁରେକେଲା,୧୭/୭/୨୫: ପାସେଞ୍ଜର ଟ୍ରେନ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୀର୍ଘ ସମୟ ଧରି କଣ୍ଟାବାଞ୍ଜି ଷ୍ଟେସନ୍‌ରେ ଟ୍ରେନ୍‌ ଅଟକି ରହିଥିଲା ।ରାୟପୁର- ବିଶାଖପାଟଣା ପେସେଞ୍ଜର ଟ୍ରେନ୍‌ର ପଛ ବଗିର ଚକରେ ଯାନ୍ତ୍ରିକ ତ୍ରୁଟି ହୋଇଥିବା ଜଣାପଡିବା ପରେ କଣ୍ଟାବାଞ୍ଜି ଷ୍ଟେସନରେ ଦୀର୍ଘ ସମୟ ଧରି ଟ୍ରେନ୍‌ ଅଟକି ରହିଥିଲା । କଣ୍ଟାବାଞ୍ଜି ଷ୍ଟେସନକୁ ପାସେଞ୍ଜର ଟ୍ରେନ୍‌ ୧୧ଟା୧୫ ରେ ପହଞ୍ଚିଥିଲା । ଟ୍ରେନ୍‌ଟି ଦୀର୍ଘ ସମୟ ଧରି ଛିଡ଼ା ହେବା ପରେ ରେଳ କର୍ମଚାରୀ ବଗିକୁ ଟ୍ରେନ୍‌ରୁ ଅଲଗା କରିଥିଲେ । ଏବାପରେ ଟ୍ରେନ୍‌ ନିଜ ଗନ୍ତବ୍ୟ ସ୍ଥଳକୁ ଅଭିମୁଖେ ଯାତ୍ରା କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.