ମିରଟ : ଫିଲ୍ମରେ ପ୍ରାୟତଃ ଦେଖାଯାଏ, ଅପରାଧୀମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଫେରାର ହୋଇଯାନ୍ତି। କିନ୍ତୁ ବାସ୍ତବ ଜୀବନରେ ଏମିତି ଦୁଃସାହସ କରିବା ଜଣେ ମହିଳା ଲୁଟେରାକୁ ମହଙ୍ଗା ପଡ଼ିଛି। ମିରଟର ସରଧନା ସ୍ଥିତ ପେଟିଏମ୍ କମ୍ପାନୀର ଜଣେ ଟିମ୍ ଲିଡରଙ୍କ ଠାରୁ ହୋଇଥିବା ବଡ଼ ଲୁଟ୍ ମାମଲାରେ ଫେରାର ଥିଲା ୱାଣ୍ଟେଡ୍ ମହିଳା ଅପରାଧୀ ଜ୍ୟୋତି ଚୌଧୁରୀ। ତାକୁ ପୁଲିସ ଗିରଫ କରିଛି। ଆଶ୍ଚର୍ଯ୍ୟକର କଥା ଏହା ଯେ, ପୁଲିସକୁ ଚକମା ଦେଇ ଫେରାର ଥିବା ଜ୍ୟୋତି ସୋସିଆଲ ମିଡିଆରେ ନିରନ୍ତର ସକ୍ରିୟ ଥିଲେ ଏବଂ ତାର ଏହି ରିଲ୍ କରିବାର ଅଭ୍ୟାସ ହିଁ ତାର ଗିରଫଦାରୀର କାରଣ ସାଜି ଥିଲା।
ଇନଷ୍ଟାରେ କହୁଥିଲା ଫିଲ୍ମ ଡାଏଲଗ୍ -
ଲୁଟ୍ କରିବା ପରେ ଜ୍ୟୋତି ଚୌଧୁରୀ ଫେରାର ଥିଲା। ଏହି ଫେରାର ବେଳେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ରିଲ୍ ପୋଷ୍ଟ କରି ଥିଲା , ଯେଉଁଥିରେ ସେ ବଡ଼ ଦାମ୍ଭିକତାର ସହ ଫିଲ୍ମ ଅନ୍ଦାଜରେ କହୁ ଥିବାର ନଜର ଆସିଥିଲା - "ଶାକାକୁ ହତ୍ୟା କରାଯାଇ ପାରିବ, କିନ୍ତୁ ଧରାଯାଇ ପାରିବ ନାହିଁ"। ଏହି ଭିଡିଓ ଯେମିତି ହିଁ ସୋସିଆଲ ମିଡିଆରେ ଭାଇରାଲ ହେଲା , ମିରଟର ସରଧନା ପୁଲିସ ଏହାକୁ ଏକ ବଡ଼ ସୁରାକ ଭାବେ ନେଇଥିଲା ଏବଂ ତାର ସୋସିଆଲ ମିଡିଆ କାର୍ଯ୍ୟକଳାପ ଉପରେ ଚବିଶ ଘଣ୍ଟା ତୀକ୍ଷ୍ଣ ନଜର ରଖିବା ଆରମ୍ଭ କରି ଦେଇ ଥିଲା।
ବିବାହ ପରେ ସ୍ୱାମୀ ସହ ହନିମୁନ କରିବା ବେଳେ ଧରାପଡ଼ିଲା -
ପୁଲିସ ମୁତାବିକ , ଫେରାର ଥିବା ବେଳେ ଜ୍ୟୋତି ବିବାହ କରି ଥିଲା ଏବଂ ସେ ତାର ସ୍ୱାମୀ ସହ ଉତ୍ତରାଖଣ୍ଡର ହରିଦ୍ୱାରରେ ହନିମୁନ କରିବାକୁ ଯାଇ ଥିଲା। ସେଠାରେ ସେ ସୁନ୍ଦର ଉପତ୍ୟକାରୁ ରିଲ୍, ଭିଡିଓ ଏବଂ ଫଟୋଗୁଡ଼ିକୁ ଇନଷ୍ଟାଗ୍ରାମରେ ନିରନ୍ତର ଅପଲୋଡ୍ କରୁଥିଲା। ପୁଲିସ୍ର ସର୍ଭିଲାନ୍ସ, ଟିମ୍ଏହି ପୋଷ୍ଟ ଗୁଡ଼ିକର ସାହାଯ୍ୟରେ ତାର ଲାଇଭ ଡିଜିଟାଲ ଲୋକେସନକୁ ଟ୍ରେସ କରିଥିଲା। ଶନିବାର ସରଧନା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ହରିଦ୍ୱାରରେ ହଠାତ୍ ଚଢାଉ କରି ତାକୁ ଗିରଫ କରିଥିଲା।
ପ୍ରଥମେ ଥିଲା ଡ୍ୟାନ୍ସର , ପରେ ହେଲା ଲୁଟେରା –
ପୁଲିସ ଯାଞ୍ଚରେ ସାମ୍ନାକୁ ଆସି ଥିଲା ଯେ,ଜ୍ୟୋତି ଚୌଧୁରୀ ପ୍ରଥମେ ଜଣେ ପେଶାଦାର ଡ୍ୟାନ୍ସର ଥିଲା, କିନ୍ତୁ ପରେ ସେ ଅପରାଧିଙ୍କ ସଂପର୍କରେ ଆସି ଥିଲା ଏବଂ ଲୁଟପାତ୍ କରୁଥିବା ଗ୍ୟାଙ୍ଗର ସଦସ୍ୟ ହେଲା। ତାର ବର୍ତ୍ତମାନର ସ୍ୱାମୀ ସହ ମିଶି ସେ ଲୁଟପାତ୍ କରୁଥିଲା। ସେ ପୂର୍ବରୁ ମଧ୍ୟ ଜଣଙ୍କୁ ବିବାହ କରିଥିଲା।ସେହି ସମୟରେ ସେ ଜ୍ୟୋତି ରାଗିଣୀ କାର୍ଯ୍ୟକ୍ରମ ଗୁଡ଼ିକରେ ନାଚିବା କାମ କରୁଥିଲା। କିନ୍ତୁ ତାର ମହଙ୍ଗା ଜିନିଷର ସଉକ ଏବଂ ଲୋଭର ବଶବର୍ତ୍ତୀ ହୋଇ ସେ ଅପରାଧର ଦୁନିଆରେ ଫସି ଗଲା ,ଆଉ ବାହାରି ପାରିଲା ନାହିଁ। ଏହି କାର୍ଯ୍ୟ ଯୋଗୁଁ, ସେ ଆଜି ଜେଲରେ।
ଆହୁରି ମଧ୍ୟ ପଢନ୍ତୁ - IRAN : ବହାଇମାନେ କିଏ , ଆଜିସୁଦ୍ଧା ଯାହାଙ୍କ ସହ ଇରାନରେ ହେଉଛି ଅତ୍ୟାଚାର , କେମିତି ସୃଷ୍ଟି ହେଲା ବିଶ୍ୱର ସବୁଠୁ ଏହି ନୂଆ ଧର୍ମ