ନୂଆଦିଲ୍ଲୀ : ନିକଟରେ ଏକ ଭିଡିଓ ବେଶ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ଅବସରପ୍ରାପ୍ତ ବିଚାରପତି ନିଜ ଝିଅର ଛାଡ଼ପତ୍ର ପରେ ତାଙ୍କୁ ବାଜା ବଜାଇ, ବାଣ ଫୁଟାଇ ସ୍ବାଗତ କରିଥିଲେ । ପରସ୍ପରକୁ ମିଠା ଖୁଆଇ ସ୍ବାଗତ କରିଥିବା ମେରଠର ପ୍ରଣିତାଙ୍କୁ ସ୍ବାଗତ କରିଥିବାର ଭିଡିଓକୁ ଲୋକେ ବେଶ ପସନ୍ଦ କରିଥିଲେ । ମାତ୍ର ଏବେ ଏକ ଭିଡିଓ ଜରିଆରେ ପୁଣି ଚର୍ଚ୍ଚାରେ ରହିଛନ୍ତି ପ୍ରଣିତା । ଯେଉଁଥିରେ ତାଙ୍କୁ ଲୋକମାନେ ଟ୍ରୋଲ କରୁଥିବା ସମ୍ପର୍କରେ କହି ଦୁଃଖ ପ୍ରକାଶ କରିଛନ୍ତି । ଆଉ ସେ ପୁଣିଥରେ ଡ୍ରିପ୍ରେସନକୁ ପଳାଇଥିବା ମଧ୍ୟ କହିଛନ୍ତି ।

ପ୍ରଣିତା ଭିଡିଓରେ କହିଛନ୍ତି କି, ମୋ ବାପା ଏବଂ ମାଆ ମୋତେ ଯେଉଁ ଡ୍ରିପେସନରୁ ଫେରାଇ ଆଣିବା ପାଇଁ ଏଭଳି ଭାବେ ସ୍ବାଗତ କରିଥିଲେ । କିନ୍ତୁ ମୋତେ ଏବେ ଏମିତି ଲାଗୁଛି କି, ମୁଁ କାହାକୁ ଆଉ ମୁହଁ ଦେଖାଇ ପାରିବି ନାହିଁ। ଏହାସହ ତାଙ୍କ ବାପା ଜ୍ଞାନେନ୍ଦ୍ର ମଧ୍ୟ କହିଛନ୍ତି କି, ମୋ ଝିଅର ପ୍ରତିଛବିକୁ ସୋସିଆଲ ମିଡିଆରେ ଖରାପ କରାଯାଉଛି । ଆମେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବା ପରେ ମଧ୍ୟ ହଇରାଣ କରୁଛନ୍ତି ଶାଶୁଘର ଲୋକେ । ଏହାସହ ସୋସିଆଲ ମିଡିଆରେ ମଧ୍ୟ ଚରିତ୍ର ସଂହାର କରାଯାଉଛି । ଯାହା ବିରୋଧରେ ଆମେ ଆଇନଗତ ଆଶ୍ରୟ ନେବକୁ ବୋଲି ମଧ୍ୟ କହିଛନ୍ତି ।

ସେପଟେ ଆମେ ଯଦି ପ୍ରଣିତାଙ୍କ କଥା କହିବା ତାହେଲେ ୨୦୧୮ ମସିହାରେ ମେଜର ଗୌରବଙ୍କ ସହ ବିବାହ ହୋଇଥିଲା । ପ୍ରଥମେ ବେଶ ହସଖୁସିରେ ପରିବାର ଚଳିଥିଲା । ମାତ୍ର ପରେ ଶାଶୁଘର ଲୋକେ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ । ଏହାସହ ପ୍ରଣିତାଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଯୋଜନା କରୁଥିବା ସେ ଅଭିଯୋଗ କରିଥିଲେ । ଶେଷରେ ମାମଲା କୋର୍ଟରେ ପହଞ୍ଚିଥିବାବେଳେ ତାଙ୍କର ଛାଡ଼ପତ୍ର ହୋଇଛି । ଝିଅ ଡ୍ରିପେସନରେ ରହିଥିବାବେଳେ ବେଶ ଧମୁଧାମରେ ଘରକୁ ସ୍ବାଗତ କରିଥିଲେ । ଏବଂ ସେ ବୋଝ ନୁହେଁ ବୋଲି ଲୋକଙ୍କ ଏକ ବାର୍ତ୍ତା ଦେଇଥିଲେ । ମାତ୍ର ଏଭଳି ଏକ ପଦକ୍ଷେପ ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ଯାହାକୁ ନେଇ ପ୍ରଣିତା କ୍ଷୋଭ ପ୍ରକାଶ କରିଥିବା ଏକ ଭିଡିଓ ମାଧ୍ୟମରେ କହିଛନ୍ତି ।

ଏହାସହ ପଢ଼ନ୍ତୁ :ଗର୍ଜିଲା ଗିଲ୍ ଏବଂ ବଟଲରଙ୍କ ବ୍ୟାଟ୍, ଲକ୍ଷ୍ନୌକୁ ୭ ଓ୍ବିକେଟରେ ହରାଇଲା ଗୁଜୁରାଟ