ପ୍ରମୂଖ ଖବର
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୨୪ ବର୍ଷ ପୂରିଲା... ହଟୁନି ମେଘେଶ୍ୱର କଲୋନି ପାର୍କ ଜବରଦଖଲ, ୫ ଥର ଫେରିଲେଣି ଉଚ୍ଛେଦ ଟିମ୍‌

Published By : Rasmita Pradhan | May 6, 2025 11:12 AM

ଭୁବନେଶ୍ୱର, ୦୬/୦୫ : ଅଢ଼େଇ ଦଶନ୍ଧିର ଲଢ଼େଇ। କଲୋନୀର ଶୋଭାବର୍ଦ୍ଧନ କରୁଥିବା ପାର୍କକୁ ଜବରଦଖଲମୁକ୍ତ କରିବା ପାଇଁ ବିଡିଏ, ବିଏମ୍‌ସି, ସହରାଞ୍ଚଳ ବିକାଶ ବିଭାଗରେ ଗଦା ଗଦା ଅଭିଯୋଗ। ସେଥିରେ ଏକାଧିକ ଅଦାଲତଙ୍କ ଆଦେଶ । ଗୁହାରି କରି କରି ଥକିଗଲେ କଲୋନିର ସଭାପତି । ଶେଷରେ ଚିରଦିନ ପାଇଁ ଆଖିବୁଜି ଦେଲେ ସିନା ଜବରଦଖଲକାରୀଙ୍କୁ ହଟାଇ ପାରିଲାନି ପ୍ରଶାସନ-ପୁଲିସ । ଜବରଦଖଲକାରୀ ନିଶକୁ ମୋଡ଼ି ଏବେ ବି ସର୍ବସାଧାରଣ ପାର୍କକୁ କବ୍‌ଜା କରି ନିଜର ବେପାର ଚଳାଇଛନ୍ତି । ଜନମଙ୍ଗଳ ସରକାରରେ ଏ ହେଉଛି ସାଧାରଣ ନାଗରିକଙ୍କ ଚରମ ଦୁର୍ଦ୍ଦଶାର ଅନ୍ୟତମ ନିଦର୍ଶନ । ବିଏମ୍‌ସି ୱାର୍ଡ ନମ୍ବର-୪୪ରେ ଥିବା ମେଘେଶ୍ୱର ପାର୍କର ଅବସ୍ଥା । ପ୍ରାୟ ୨୫ ବର୍ଷ ହେବ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏହି ସର୍ବସାଧାରଣ ପାର୍କଟିକୁ ମାଡ଼ି ବସି ନିଜର ବ୍ୟକ୍ତିଗତ ସମ୍ପତ୍ତି ଭଳି ବ୍ୟବହାର କରୁଛନ୍ତି । ଏହି ଅବଧି ଭିତରେ ପାର୍କକୁ ଜବରଦଖଲମୁକ୍ତ କରିବା ପାଇଁ ବିଏମ୍‌ସି ଉଚ୍ଛେଦ ଟିମ୍‌ ଡୋଜର ଧରି ୫ ଥର ଆସିଲାଣି । ହେଲେ ସଂପୃକ୍ତ ଜବରଦଖଲକାରୀ କ’ଣ ସଲାସୁତୁରା କରୁଛନ୍ତି କେଜାଣି, ସାପ ଗଦ ଶୁଙ୍ଘିଲା ଭଳି ଉଚ୍ଛେଦ ଟିମ୍‌ ସେଠାରୁ ଧୀରେ କିନା ପଳାଉଛନ୍ତି । 

୧୯୯୧ରେ ବିଡିଏ ୨୦ ଲକ୍ଷ ଟଙ୍କା ବ୍ୟୟରେ ମେଘେଶ୍ୱର କଲୋନୀ ପାର୍କ ନିର୍ମାଣ କରିଥିଲା । ବଡଗଡ ବ୍ରିଟ୍‌ କଲୋନି ସମେତ ବଡ଼ଗଡ଼, ବ୍ରହ୍ମେଶ୍ୱର ପାଟଣା ବାସିନ୍ଦାଙ୍କ ଖେଳକୁଦ ଏବଂ ମନୋରଞ୍ଜନ ନିମନ୍ତେ ଏହି ପାର୍କ ଲୋକାର୍ପିତ ହୋଇଥିଲା । ପାର୍କ ଭିତରେ ପାଥ୍‌ ୱେ, ବେଞ୍ଚ, ପିଲାମାନଙ୍କ ପାଇଁ ବିଭିନ୍ନ ଖେଳ ସରଞ୍ଜାମ, ୱାଟର ଫାଉଣ୍ଟେନ ଓ ନାନାଦି ରକମର ଫୁଲ ଗଛ ସହ ଘାସ ଗାଲିଚା କରାଯାଇଥିଲା । ଏଠାରେ ସକାଳୁ ସନ୍ଧ୍ୟା ଯାଏ ଲୋକଙ୍କର ଭିଡ଼ ଲାଗି ରହୁଥିଲା । ୧୯୯୯ ମହାବାତ୍ୟାରେ ପାର୍କରେ ଗଛଗୁଡ଼ିକ ଉପୁଡ଼ି ଗଲା । ବିପର୍ଯ୍ୟୟରେ ଖେଳ ସାମଗ୍ରୀ, ଫାଉଣ୍ଟେନ ଆଦି ଭାଙ୍ଗି ଚୁରମାର ହୋଇଗଲା । ପାର୍କର ପୁନରୁଦ୍ଧାର ପାଇଁ କଲୋନି ସଭାପତି ସଂଗ୍ରାମ କେଶରୀ ନାୟକ ବିଡିଏ ଅଧ୍ୟକ୍ଷଙ୍କୁ ଜଣାଇଲେ । କିନ୍ତୁ ବିଡିଏ ପକ୍ଷରୁ କିଛି ପଦକ୍ଷେପ ନିଆଗଲା ନାହିଁ । ପାର୍କକୁ ଲୋକେ ନ ଆସିବାରୁ ୨୦୦୦ ମସିହାରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏହି ପରିତ୍ୟକ୍ତ ପାର୍କଟିକୁ କବ୍‌ଜା କରି ସେଥିରେ ଏକ ଘର ବନାଇଦେଲେ । ସେ ଘରେ କ୍ୟାଟରିଂ ବେପାର ଆରମ୍ଭ କଲେ । ସ୍ଥାନୀୟ ଲୋକେ ପ୍ରତିବାଦ କରିବାରୁ ନାଲି ଆଖି ଦେଖାଇଲେ । ପାର୍କରୁ ଜବରଦଖଲ ହଟାଇ ଏହାକୁ ବ୍ୟବହାର ଯୋଗ୍ୟ କରିବାକୁ କଲୋନି କମିଟିର ସଭାପତି ବିଡିଏ ଉପାଧ୍ୟକ୍ଷ, ବିଏମ୍‌ସି କର୍ତ୍ତୃପକ୍ଷ, ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ବାରମ୍ବାର ଚିଠି ଲେଖି ଚାଲିଲେ । ଏହାର ପ୍ରତିକ୍ରିୟା ସ୍ୱରୂପ ପ୍ରତି ୪-୫ ବର୍ଷରେ ଉଚ୍ଛେଦ ଟିମ୍‌ ସାଜସାମାନ ନେଇ ଘଟଣାସ୍ଥଳରେ ପହଞ୍ଚନ୍ତି । ସଂପୃକ୍ତ ଜବରଦଖଲକାରୀ ସହିତ ୨/୪ ପଦ କଥା ହେବା ପରେ ହୋଇ ସେଠାରୁ ଚୁପ୍‌ଚାପ୍‌ ପଳାନ୍ତି । 

ଏଇ ୨୫ ବର୍ଷ ଜବରଦଖଲ ଅବଧି ଭିତରେ କଲୋନୀ ବାସିନ୍ଦାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସରକାର କେବଳ ପାର୍କ ସାମନାରେ ଗୋଟିଏ ବୋର୍ଡ ପୋତିଛନ୍ତି । ସେଥିରେ ଲେଖା ହୋଇଛି ‘ଏହା ଓଡ଼ିଶା ସରକାରଙ୍କ ସମ୍ପତ୍ତି, ଅନଧିକାର ପ୍ରବେଶ ଦଣ୍ଡନୀୟ । ଜବରଦଖଲ ନ ହଟାଇବା ପାଇଁ ଉଚ୍ଛେଦ ଟିମ୍‌ ସହିତ ମୋଟା ଅଙ୍କର କାରବାର ହେଉଛି ବୋଲି କଲୋନି ବାସିନ୍ଦା ଅଭିଯୋଗ କରିଛନ୍ତି । ଇତିମଧ୍ୟରେ ଅଢ଼େଇ ଦଶନ୍ଧି ବିତିଗଲାଣି । କେତେ କାଉନସିଲର, କର୍ପୋରେଟର, ମେୟର , କମିଶନର, ବିଡିଏ ଅଧିକାରୀ ଆସି ଗଲେଣି । କଲୋନି ବାସିନ୍ଦାଙ୍କ ଅଭିଯୋଗ ଫାଇଲ ଦିନକୁ ଦିନ ମୋଟା ହେବାରେ ଲାଗିଛି । ସବୁଠାରୁ ଦୁଃଖର ବିଷୟ ପାର୍କ ପୁନରୁଦ୍ଧାର ଲଢ଼େଇ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କଲୋନି ସଭାପତି ଶ୍ରୀ ନାୟକ ମଧ୍ୟ ଗତବର୍ଷ ଆରପାରିକୁ ଚାଲିଗଲେ । ହେଲେ ଜବରଦଖଲକାରୀ ସେଠାରୁ ଚଙ୍କୁ ନାହାନ୍ତି । ଏହି ସମ୍ପର୍କରେ ବଡ଼ଗଡ଼ ଗ୍ରାମର ଯୁବ ବିଜେପି ନେତା ସଂଗ୍ରାମ ମାର୍ଥା କହିଛନ୍ତି, ଜବରଦଖଲକାରୀଙ୍କ ଆଗରେ ପୂର୍ବ ସରକାର ଅମଳରେ ଥିବା ଅଫିସର ଓ ଉଚ୍ଚପଦସ୍ଥ ଅଧିକାରୀମାନେ ମୁଣ୍ଡ ନୁଆଁଇଥିଲେ । ଆମେ ଏ ବାବଦରେ ଏକାମ୍ର ବିଧାୟକ ବାବୁ ସିଂଙ୍କ ଦୃଷ୍ଟି ଆକର୍ଷଣ କରିଛୁ । ୨୫ ବର୍ଷର ଜବରଦଖଲର ଅନ୍ତ ନିକଟ ଭବିଷ୍ୟତରେ ନିଶ୍ଚୟ ଘଟିବ । ସେହିଭଳି ଭୁବନେଶ୍ୱର ମହାନଗର ନିଗମର ଜୋନାଲ ଡେପୁଟି କମିଶନର ରାଜଲକ୍ଷ୍ମୀ ନାୟକ କହିଛନ୍ତି, ଉକ୍ତ ପାର୍କ ବିଡିଏ ଅଧୀନରେ ଅଛି ଓ ଏହା ବିଏମ୍‌ସିକୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରାଯାଇନାହିଁ ।

ଏହି ଖବରଟିକୁ ପଢନ୍ତୁ-ରାଜଧାନୀରେ ପସରା ମେଲାଇଛି ବିହାରର ଲିଚୁ, ବାଲେଶ୍ୱର ଜାମୁରୋଳ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.