ପ୍ରମୂଖ ଖବର
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଗିରଫ ପରେ ବି ଭାରତ ଆସି ନ’ପାରନ୍ତି ପଳାତକ ମେହୁଲ ଚୋକସି, ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରିବାକୁ ଯୋଜନା ପ୍ରସ୍ତୁତ…

Published By : Ladu Kishor | April 14, 2025 5:19 PM

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ରୁ ୧୩,୦୦୦ କୋଟି ଟଙ୍କାର ଠକେଇ ମାମଲାରେ ପଳାତକ ମେହୁଲ ଚୋକସିଙ୍କୁ ବେଲଜିୟମରେ ଗିରଫ କରାଯାଇଛି। ପଳାତକ ମେହୁଲ ଚୋକସିଙ୍କ ବିରୋଧରେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ପ୍ରତ୍ୟର୍ପଣ ଅନୁରୋଧ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭାରତୀୟ ତଦନ୍ତ ଏଜେନ୍ସି ଗୁଡ଼ିକ ତାଙ୍କୁ ଖୁବ୍ ଶୀଘ୍ର ଭାରତ ଫେରାଇ ଆଣିବାକୁ ପ୍ରସ୍ତୁତି କରୁଛନ୍ତି। ଏହି ସମୟରେ, ମେହୁଲ ଚୌକସିଙ୍କ ଓକିଲ ବିଜୟ ଅଗ୍ରୱାଲ କହିଛନ୍ତି ଯେ, ସେ ଏହି ଗିରଫଦାରୀ ବିରୁଦ୍ଧରେ ଆବେଦନ ଦାଖଲ କରିବାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି।

ନ୍ୟୁଜ୍ ଏଜେନ୍ସି ANIର ରିପୋର୍ଟ ଅନୁଯାୟୀ, ମେହୁଲ ଚୌକସିଙ୍କ ଓକିଲ କହିଛନ୍ତି ଯେ, ଯଦି ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଏ,ତେବେ ଏହା ତାଙ୍କ ମାନବାଧିକାରର ଉଲ୍ଲଂଘନ ହେବ। ସେ କହିଛନ୍ତି କି, "ଏହା ଯେକୌଣସି ଦେଶର ପ୍ରକ୍ରିୟା। ଯଦି କୌଣସି ଦେଶ ଅନ୍ୟ ଦେଶକୁ ଅନୁରୋଧ କରେ, ତେବେ ଏକ ଆନୁଷ୍ଠାନିକ ଗିରଫଦାରୀ କରାଯାଏ ଏବଂ ତା'ପରେ ଜାମିନ ମଧ୍ୟ ମଞ୍ଜୁର କରାଯାଏ। ଏହା ପରେ, ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରାଯାଏ।" ଏହି ସମୟରେ ସେ ସଞ୍ଜୀବ ଭଣ୍ଡାରୀ ମାମଲା ମଧ୍ୟ ଉଲ୍ଲେଖ କରିଛନ୍ତି।

ବିଜୟ ଅଗ୍ରୱାଲ କହିଛନ୍ତି, "ସଞ୍ଜୀବ ଭଣ୍ଡାରୀଙ୍କ ମାମଲା ହାରିବା ପରେ, ଭାରତ ସରକାରଙ୍କ ପାଇଁ ଏହା ବହୁତ କଷ୍ଟକର ହୋଇପଡୁଛି। ମୁଁ ଭାବୁନାହିଁ ଯେ ପ୍ରତ୍ୟର୍ପଣ ଏତେ ସହଜରେ ହୋଇପାରିବ।" ସେ ଦାବି କରିଛନ୍ତି ଯେ ମେହୁଲଙ୍କୁ ପଳାତକ ଘୋଷଣା କରାଯାଇ ନାହିଁ କାରଣ ସେ ଭାରତୀୟ ତଦନ୍ତ ସଂସ୍ଥାକୁ ସହଯୋଗ କରୁଛନ୍ତି।

ଏହି ମାମଲା ବହୁତ ଦିନ ଧରି ଚାଲିଛି। ଆମେ ସବୁବେଳେ କୋର୍ଟକୁ କହିଛୁ ଯେ ମେହୁଲ ତଦନ୍ତରେ ଯୋଗଦେବାକୁ ପ୍ରସ୍ତୁତ, କିନ୍ତୁ ସ୍ୱାସ୍ଥ୍ୟଗତ ଅବସ୍ଥା ଯୋଗୁଁ ସେ ଯାତ୍ରା କରିପାରିବେ ନାହିଁ। ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତଦନ୍ତରେ ଯୋଗଦେବେ।" ସେ କହିଛନ୍ତି, "ମେହୁଲ ଚୌକସି ଅସୁସ୍ଥ ଅଛନ୍ତି ଏବଂ କର୍କଟ ରୋଗର ଚିକିତ୍ସା କରୁଛନ୍ତି। ଆମେ ଯେଉଁ ଆବେଦନ କରିବୁ, ସେଥିରେ ଅନୁରୋଧ କରାଯିବ ଯେ ମେହୁଲଙ୍କୁ ହେପାଜତରେ ରଖା ନ ଯାଉ। ଆବେଦନର ସ୍ପଷ୍ଟ ଆଧାର ହେବ ଯେ ମେହୁଲ ଚୌକସି ପଳାଇଯିବାର କୌଣସି ଆଶଙ୍କା ନାହିଁ।"

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.