ନୂଆଦିଲ୍ଲୀ: ବିପଦ ବେଳେ କିଏ ପ୍ରକୃତ ବନ୍ଧୁ ଏବଂ କିଏ ଶତ୍ରୁ, ତାର ପ୍ରମାଣ ମିଳିଯାଏ । ସେହଭଳି ପାକିସ୍ତାନ ସହ  ଉତ୍ତେଜନା ମଧ୍ୟରେ ଭାରତ ତାର ବନ୍ଧୁ ଏବଂ ଶତ୍ରୁଙ୍କୁ ଚିହ୍ନିପାରିଛି । ତୁର୍କୀ ଏବଂ ଆଜରବୈଜାନ ପରେ ଏବେ ଜର୍ଜିଆ ମେଲୋନୀଙ୍କ ଇଟାଲୀ ରଙ୍ଗ ବଦଳାଇଛି । ସର୍ବଦା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜର ବନ୍ଧୁ ବୋଲି ଦାବି କରି ଆସିଥିବା ମେଲୋନୀଙ୍କ ଅସଲ ଚେହେରା ପଦାରେ ପଡ଼ିଛି ।

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଇଟାଲୀ ପାକିସ୍ତାନ ସହିତ ଏକ ସଂସଦୀୟ ଚୁକ୍ତି ସ୍ୱାକ୍ଷର କରିଛି। ପାକିସ୍ତାନ ସିନେଟ୍ ଅଧ୍ୟକ୍ଷ ସୟଦ ୟୁସୁଫ ରାଜା ଗିଲାନି ଇଟାଲୀ ଚାମ୍ବର ଅଫ୍ ଡେପୁଟିଜ୍ ସଭାପତି ଲୋରେଞ୍ଜୋ ଫଣ୍ଟାନାଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବା ବିଷୟରେ ଆଲୋଚନା କରିଛନ୍ତି । 

ଉଭୟ ନେତା ଲୋକ ସମ୍ପର୍କ ସ୍ଥାପନ ପାଇଁ ସଂସଦୀୟ ସହଯୋଗ ଏବଂ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି । ଉଭୟ ପକ୍ଷ ଆଫଗାନିସ୍ତାନର ବିକାଶ ଉପରେ ମଧ୍ୟ ଆଲୋଚନା କରିଛନ୍ତି । ଗିଲାନି କହିଛନ୍ତି ଯେ, ଆଫଗାନିସ୍ତାନ ପାକିସ୍ତାନର ଏକ ଭାଇଚାରାର ରାଷ୍ଟ୍ର ଏବଂ ଇସଲାମାବାଦ ଏକ ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଆଫଗାନିସ୍ତାନ ଚାହୁଁଛି ।




ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନୀ ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ବନ୍ଧୁ ବୋଲି କହିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ସୁସମ୍ପର୍କକୁ ନେଇ ସମଗ୍ର ବିଶ୍ବରେ ମଧ୍ୟ ଆଲୋଚନା ହୋଇଥାଏ । ଆଉ ସେହି ସମୟରେ, ମେଲୋନୀଙ୍କ ନେତା ଏବଂ ଅଧିକାରୀମାନେ ପାକିସ୍ତାନ ସହିତ ଚୁକ୍ତି ସ୍ବାକ୍ଷର କରିବା, ଭାରତ ପ୍ରତି ବିଶ୍ୱାସଘାତକତା ବୋଲି ବିବେଚନା କରାଯାଉଛି ।