• ଲିୟୋନେଲ ମେସିଙ୍କ ଇଭେଣ୍ଟ ମ୍ୟାନେଜର ଗିରଫ
  • ଇଭେଣ୍ଟ ସଲ୍ଟ ଲେକ୍ ଷ୍ଟାଡିୟମରେ ହୋଇଥିଲା
  • ଟିକେଟ୍ ରିଫଣ୍ଡ କରାଯିବ କହିଲା କୋଲକାତା ପୁଲିସ
  • ମେସିଙ୍କୁ ଠିକ୍‌ରେ ଦେଖି ନପାରିବାରୁ ପ୍ରଶଂସକଙ୍କ ଲଙ୍କାକାଣ୍ଡ

ନୂଆଦିଲ୍ଲୀ : କୋଲକାତା ପୁଲିସ ଆର୍ଜେଣ୍ଟିନାର ଫୁଟବଲର ଲିୟୋନେଲ ମେସିଙ୍କ ଶନିବାରର ଯାତ୍ରା ସହ ଜଡ଼ିତ ଇଭେଣ୍ଟର ଆୟୋଜକଙ୍କୁ ଗିରଫ କରି ନିଆ ଯାଇଛି। ଏହି ଇଭେଣ୍ଟ ସଲ୍ଟ ଲେକ୍ ଷ୍ଟାଡିୟମରେ ହୋଇଥିଲା ,ଯେଉଁଠି ମେସି କେବଳ କିଛି ମିନିଟ୍ ହିଁ ରହି ଥିଲେ। ଅଧିକାଂଶ ଦର୍ଶକଙ୍କୁ ସେ ଠିକ୍ରେ ଦେଖା ଦେଇ ନଥିଲେ, ଯେଉଁଥିରେ ପ୍ରଶଂସକ ହିଂସକ ହୋଇଥିଲେ। ଅତିରିକ୍ତ ଡିଜିପି (ଲ ଆଣ୍ଡ ଆର୍ଡର) ଜାଭେଦ ଶମିମ ଆୟୋଜକଙ୍କ ଗିରଫଦାରୀ ନେଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି –ଏଫଆଇଆର୍ ରୁଜୁ କରାଯାଇଛି ଏବଂ ମୁଖ୍ୟ ଆୟୋଜକଙ୍କୁ ଗିରଫ କରି ନିଆଯାଇଛି।

ଏହାସହ ମଧ୍ୟ ପଢନ୍ତୁ : ଲିଓନେଲ୍‌ ମେସିକୁ ନଦେଖି ତାତିଲେ ଫ୍ୟାନ୍ସ; ଷ୍ଚାଡିୟମରେ ବୋତଲ ମାଡ ସହ ଭଙ୍ଗାରୁଜା, କ୍ଷମା ମାଗିଲେ ମମତା

ସ୍ଥାନୀୟ ମିଡ଼ିଆ ରିପୋର୍ଟରେ କୁହାଯାଇଛି ଯେ, ଗିରଫ ବ୍ୟକ୍ତଙ୍କ ନାଁ ସତଦ୍ରୁ ଦତ୍ତା । ଦତ୍ତାଙ୍କୁ ଆୟୋଜନର ମିସମ୍ୟାନେଜମେଣ୍ଟର ଅଭିଯୋଗରେ କୋଲକାତା ଏୟାରପୋର୍ଟରୁ ଗିରଫ କରି ନିଆଯାଇଛି। ସେଠାରେ ସେ ମେସି ଓ ତାଙ୍କ ସହ ଥିବା ଅନ୍ୟମାନଙ୍କୁ ହାଇଦ୍ରାବାଦ ଯିବା ସମୟରେ ଛାଡ଼ିବାକୁ ଯାଇଥିଲେ। ପଶ୍ଚିମବଙ୍ଗର ପୁଲିସ ମହାନିର୍ଦ୍ଦେଶକ ରାଜୀବ କୁମାର କହିଛନ୍ତି , ଆମେ ଏହି କଥାକୁ ଯାଞ୍ଚ କରୁଛି କି , ଆୟୋଜକଙ୍କ ପକ୍ଷରୁ କଣ କୌଣସି ମିସମ୍ୟାନେଜମେଣ୍ଟ ହୋଇ ଥିଲା, ଯେଉଁଥି ପାଇଁ ଷ୍ଟାଡିୟମରେ ଠେଲାପେଲା ଆରମ୍ଭ ହୋଇ ଯାଇଥିଲା। ତାଙ୍କୁ ହେପାଜତକୁ ନିଆ ଯାଇଛି ଏବଂ ପୁଲିସ ଏବେ ସ୍ଥିତିକୁ ଆୟତ୍ତକୁ ଆଣିଛି।

ଡିଜିପି ରାଜୀବ କୁମାର କହିଛନ୍ତି , ପ୍ରଶଂସକଙ୍କ ମଧ୍ୟରେ ଏମିତି ନିରାଶ କିମ୍ୱା ଭାବନା ଥିଲା ଯେ ସେ ଖେଳିବେ ନାହିଁ। ଯୋଜନା ଏହା ଥିଲା ଯେ, ସେ ଏଠାକୁ ଆସିବେ , ହାତ ହଲାଇବେ , କିଛି ବିଶେଷ ଲୋକଙ୍କୁ ଭେଟିବେ ଏବଂ ଚାଲି ଯିବେ। ଏବେ ସରକାର ପୂର୍ବରୁ ହିଁ ଏକ କମିଟି ଗଠନ କରିଦେଇଛନ୍ତି, ଯିଏ ସବୁ ଦିଗକୁ ଯାଞ୍ଚ କରିବେ। ସଲ୍ଟ ଲେକ୍ ସ୍ଥିତ ଯୁବ ଭାରତୀ ଷ୍ଟାଡିୟମରେ ଅନେକ ଲୋକ ନିଜକୁ ଭୁଲି ଯାଇଥିଲେ ଏବଂ ମେସିଙ୍କ ଠିକ୍‌ରେ ଦର୍ଶନ ନହେବା ନେଇ ବୋତଲ ଓ ଚୌକି ଫିଙ୍ଗି ଥିଲେ। ରାଜ୍ୟ ପୁଲିସ ମୁଖ୍ୟ କହିଛନ୍ତି ଆୟୋଜକ ଲିଖିତ ଭାବେ ଦେଉଥିବା ଟିକେଟ୍ର ଅର୍ଥ ରାଶି ଫେରସ୍ତ କରାଯିବ। ସେ କହିଛନ୍ତି ଯେ, ଏବେ ସ୍ଥିତି ନିୟନ୍ତ୍ରଣରେ ଅଛି। ପ୍ରଶଂସକମାନେ କହିଛନ୍ତି ଯେ, ଟିକେଟ୍ ୪ହଜାର ଟଙ୍କାରୁ ନେଇ ୨୫ ,୦୦୦ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ବିକ୍ରି ହୋଇଥିଲା।