ନୂଆଦିଲ୍ଲୀ,୦୬/୧୦: ଜେଫ୍‌ ବେଜୋସ ଏବଂ ବରନାର୍ଡ ଆରନଲ୍ଟଙ୍କୁ ପଛରେ ପକାଇ ମେଟା ସିଇଓ  ମାର୍କ ଜୁକ୍କରବର୍ଗ ବିଶ୍ୱର ଦ୍ୱିତୀୟ ସବୁଠୁ ଧନୀ ବ୍ୟକ୍ତି  ଭାବେ ପାଲଟିଛନ୍ତି । ବ୍ଲୁମ୍‌ବର୍ଗ ବିଲିୟନେୟାର ଇଣ୍ଡେକ୍ସ  ମୁତାବକ, ଜୁକ୍କରବର୍ଗଙ୍କ ନେଟ୍‌  ସମ୍ପତ୍ତି ୨୧୧ ବିଲିୟନ ଡଲାର  ବା ୧୭.୭୩ ଲକ୍ଷ କୋଟି ଟଙ୍କା  ଛୁଇଁଛି । ଟେସ୍‌ଲା ସିଇଓ ଏଲନ  ମସ୍କ ୨୬୩ ବିଲିୟନ ଡଲାର  (୨୨.୦୯ ଲକ୍ଷ କୋଟି ଟଙ୍କା) ର ସମ୍ପତ୍ତି ସହ ଏହି ତାଲିକାର  ପ୍ରଥମ ସ୍ଥାନରେ ରହିଛନ୍ତି । ୨୦୯  ବିଲିୟନ ଡଲାର ସମ୍ପତ୍ତି ସହ ଆମାଜନ ସିଇଓ ୩ୟ,  ଏଲ୍‌ଭିଏମ୍‌ଏଚ୍‌ ସିଇଓ ବର୍ଣ୍ଣାଡ ଆରନଲ୍ଟ ୧୯୩ ବିଲିୟନ  ଡଲାର ସମ୍ପତ୍ତି ସହ ୪ର୍ଥ ସ୍ଥାନରେ ରହିଛନ୍ତି । ୨୦୨୪ରେ  ଜୁକ୍କରବର୍ଗଙ୍କ ନେଟ୍‌ ସମ୍ପତ୍ତି ୭୮.୧ ବିଲିୟନ ଡଲାର  ବୃଦ୍ଧି ହୋଇଛି । ଚଳିତ ବର୍ଷ ମେଟା ଶେୟାର ୭୨% ବୃଦ୍ଧି  ହୋଇଥିବା ଜଣାପଡ଼ିଛି ।