ନୂଆଦିଲ୍ଲୀ,୦୮/୧୦: ମେକ୍ସିକୋର ଗ୍ୟୁରେରୋର ରାଜଧାନୀ ଚିଲପେନସିଙ୍ଗୋର ମେୟର ଆଲେଜାନ୍ଦ୍ରୋ ଆର୍କୋସଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ସେ ମାତ୍ର ୬ ଦିନ ପୂର୍ବରୁ ମେୟର ହୋଇଥିଲେ। ଗତ ରବିବାର (୬ ଅକ୍ଟୋବର) ତାଙ୍କୁ ହତ୍ୟା କରାଯାଇଥିଲା। ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଗ୍ୟୁରେରୋଙ୍କ ଗଭର୍ଣ୍ଣର ଏଭଲିନ ସାଲଗାଡୋ ଏହା ନିଶ୍ଚିତ କରିଛନ୍ତି। ସେ ଲେଖିଛନ୍ତି ଯେ ସମଗ୍ର ଗ୍ୟୁରେରୋ ସମାଜ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

ରଏଟର୍ସ ରିପୋର୍ଟ ଅନୁଯାୟୀ ଯୁବ ମେୟରଙ୍କ ମୁଣ୍ଡ କାଟି ଦିଆଯାଇଥିଲା। ଏକ ପିକଅପ୍ ଟ୍ରକ୍ ଉପରେ ତାଙ୍କ କଟିଯାଇଥିବା ମୁଣ୍ଡର ଚିତ୍ର ହ୍ବଟସ୍ ଆପ୍‌ରେ ଭାଇରାଲ୍ ହେଉଥିବା ଜଣାପଡିଛି। ଆଲେଜାନ୍ଦ୍ରୋ ଆର୍କୋସଙ୍କ ମୃତ୍ୟୁ ସହରର ନୂତନ ସରକାରଙ୍କ ସଚିବ ଫ୍ରାନ୍ସିସ୍କୋ ତାପିଆଙ୍କୁ ଗୁଳିମାଡ଼ର ତିନି ଦିନ ପରେ ଘଟିଛି। ସେନେଟର ଆଲେଜାନ୍ଦ୍ରୋ ମୋରେନୋ ଜଣେ ସଚ୍ଚୋଟ ଅଧିକାରୀ ଥିଲେ ବୋଲି କହିଛନ୍ତି ସିନେଟର। ଗ୍ୟୁରେରୋ ରାଜ୍ୟର ଆଟର୍ଣ୍ଣି ଜେନେରାଲ  କରିଛନ୍ତି ଯେ, ହତ୍ୟାର ତଦନ୍ତ କରାଯାଉଛି।

ଏଏଫ୍‌ପି ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦଳ କହିଛି ଯେ ଏହି ସହରରେ ବହୁ ହିଂସା ଘଟୁଛି। ଗ୍ୟୁରେରୋର ଲୋକମାନେ ଭୟର ପରିବେଶରେ ରହିବାକୁ ବାଧ୍ୟ ହେଉଛନ୍ତି। ସାମ୍ପ୍ରତିକ ସମୟରେ,ଏଠାକାର ପରିସ୍ଥିିତି ଗ୍ୟୁରେରୋ ରାଜନେତା ଏବଂ ସାମ୍ବାଦିକମାନଙ୍କ ପାଇଁ ଅତ୍ୟନ୍ତ ବିପଦଜନକ ପ୍ରମାଣିତ ହୋଇଛି। ସହରରେ ଡ୍ରଗ୍ କାର୍ଟେଲ ଦ୍ୱାରା ବ୍ୟାପିଥିବା ହିଂସାକୁ ସମସ୍ତେ ଭୟ କରୁଛନ୍ତି। ଖବର ଅନୁଯାୟୀ, ଜୁନ୍ ୨ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ମେକ୍ସିକୋରେ ଅତି କମରେ ୬ ଜଣ ରାଜନୈତିକ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଥିଲା।