ନୂଆଦିଲ୍ଲୀ,୨୬।୩: ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ହୋଇଥିବା ଆକ୍ରମଣରେ ଇରାନ ନୌସେନା ମୁଖ୍ୟ ଅଲିରେଜା ତାଙ୍ଗସିରିଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ ଏହି କ୍ଷେତ୍ରରେ ବିବାଦ ଚରମ ସୀମାରେ ରହିଛି ଓ ଲଗାତାର ସାମରିକ ଗତିବିଧି ବଢିବାରେ ଲାଗିଛି। ରିପୋର୍ଟ ଅନୁସାରେ, ଏହି ଆକ୍ରମଣ ଏକ ବଡ଼ ସାମରିକ ଅପରେସନର ଅଂଶ ଥିଲା,ଯେଉଁଥିରେ ଗୁରୁତ୍ବପୂର୍ଣ୍ଣ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା। ତାଙ୍ଗସିରି ଇରାନ ନୌସେନାର କମାଣ୍ଡର ଥିଲେ ଓ ହୋର୍ମୁଜ ଭଳି ରଣନୈତିକ କ୍ଷେତ୍ରର ସୁରକ୍ଷାରେ ତାଙ୍କର ବଡ଼ ଭୂମିକା ଥିଲା।
ଇସ୍ରାଏଲର ଜଣେ ଅଧିକାରୀ ‘ଦ ଜେରୁଜେଲମ୍ ପୋଷ୍ଟ’କୁ କହିଛନ୍ତି, ଷ୍ଟେ୍ରଟ୍ ଅଫ୍ ହର୍ମୁଜ ନିକଟରେ ଥିବା ବନ୍ଦର ଅବାସ ଅଞ୍ଚଳକୁ ଟାର୍ଗେଟ କରାଯାଇଛି। ଏହି ଅଞ୍ଚଳ ଇରାନ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ। କାରଣ ଏହି ଦେଶର ଏକ ପ୍ରମୁଖ ବନ୍ଦର ରହିଛି ଓ ଅନ୍ତର୍ଜାତୀୟ ତୈଳ ବାଣିଜ୍ୟ ଗତିବିଧି ପାଇଁ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ରହିଛି। ଏହି ଆକ୍ରମଣର ସୂଚନା ସାମନାକୁ ଆସିବା ପରେ ଏହି ଅଞ୍ଚଳରେ ଉତ୍ତେଜନା ବଢିବାର ଆଶଙ୍କା କରାଯାଉଛି। ଏବେ ଏହା ସ୍ପଷ୍ଟ ହୋଇନି ଯେ, ଆଲରେଜା ତଙ୍ଗସିରିଙ୍କ ମୃତ୍ୟୁ ଆମେରିକାରେ କାର୍ଯ୍ୟାନୁଷ୍ଠାନ ବେଳେ ହୋଇଥିଲା।
କିଏ ଥିଲେ ଅଲରେଜା ତଙ୍ଗସିରି ?
ଆଲିରେଜା ତାଙ୍ଗସିରି ହେଉଛନ୍ତି ଇରାନର ପ୍ରମୁଖ ସାମରିକ ଅଧିକାରୀ ଥିଲେ ଏବଂ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସର ନୌସେନାର କମାଣ୍ଡର ଭାବରେ ଜଣାଶୁଣା ଥିଲେ। ସେ ବିଶେଷ ଭାବରେ ହର୍ମୁଜ ପ୍ରଣାଳୀ ଏବଂ ପାରସ୍ୟ ଉପସାଗରରେ ଇରାନର ସାମୁଦ୍ରିକ ସୁରକ୍ଷା ରଣନୀତିର ମୁଖ୍ୟ ଅଧିକାରୀ ଥିଲେ। ତାଙ୍କର ଭୂମିକା ଆମେରିକା ଓ ଏହାର ସହଯୋଗୀଙ୍କ ବିରୋଧରେ ଶକ୍ତି ସନ୍ତୁଳନ ବଜାୟ ରଖିବାରେ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଥିଲା। ଏସି ମିଟ୍ରିକ୍ ଓ୍ବାରଫେୟାର ରଣନୀତିର ସମର୍ଥକ ଥିଲେ। ଏହାର ଅର୍ଥ ସେ ଛୋଟ,ଦୃତ ଓ ଆଧୁନିକ ହତିଆର ଥିବା ନୌକା, ମିସାଇଏ ଏବଂ ଡ୍ରୋନ୍ ଜରିଆରେ ବଡ଼ ଶତ୍ରୁ ଜାହଜାକୁ ଚ୍ୟାଲେଞ୍ଜ ଦେବାର ରଣନୀତି ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ବରେ ଆଇଆରଜିସି ବହୁବାର ଆମେରିକା ନୌସେନା ଓ ପଶ୍ଚିମ ଦେଶକୁ ଚେତାବନୀ ଦେଇଥିଲା। ବିଶେଷ ଭାବରେ ଷ୍ଟେ୍ରଟ୍ ଅଫ୍ ହର୍ମୁଜରେ ଜାହାଜ ଯିବା ଆସିବାକୁ ନେଇ। ଇରାନର ପ୍ରତିରକ୍ଷା ନୀତିରେ ତା’ଙ୍କ ଯୋଗଦାନ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ତାଙ୍ଗସିରି ଅଗଷ୍ଟ ୨୦୧୮ ରୁ ଆଇଆରଜିସି ନୌସେନାର ମୁଖ୍ୟ ଅଛନ୍ତି, ନିକଟରେ କିଛି ସପ୍ତାହରେ ଉପସାଗରୀୟ ଦେଶରେ ଇରାନର କାର୍ଯ୍ୟାନୁଷ୍ଠାନକୁ ନେଇ ଲଗାତାର ଆକ୍ରାମକ ନୀତି ଗ୍ରହଣ କରିଛନ୍ତି। ବିଶେଷ ଭାବରେ ଷ୍ଟେ୍ରଟ୍ ଅଫ୍ ହର୍ମୁଜକୁ ବନ୍ଦ କରିବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା। ଗତ ସପ୍ତାହରେ ସେ ଆମେରିକାର ଆଡ୍ଡା ଉପରେ ପାଲଟା ଆକ୍ରମଣର ଚେତାବନୀ ଦେଇଥିଲେ ଓ ସାଧାରଣ ନାଗରିକଙ୍କୁ ଏହି ଅଞ୍ଚଳରୁ ଦୂରେଇ ରହିବାକୁ କହିଥିଲେ।
ଆହୁରି ପଢନ୍ତୁ : ଏହି ଯୁଦ୍ଧ ଆମର ନୁହେଁ, ଆମେ ଯୁଦ୍ଧକୁ ଡେଇଁବୁନି... : ଟ୍ରମ୍ପଙ୍କୁ ମୁହଁରେ ମନା କଲା ଜର୍ମାନୀ