ନୂଆଦିଲ୍ଲୀ,୪।୫: ଆମେରିକାର ଜୋରଦାର ସବମରିନ୍ ଆକ୍ରମଣରେ ବୁଡିଲା ଇରାନ ଜାହାଜ। ଏହି ଆକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୦ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି। ଏହା ସହ ଅନେକ ନିଖୋଜ ଅଛନ୍ତି। ଏସମ୍ପର୍କରେ ସମ୍ପର୍କରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ କହିଛନ୍ତି, ଏହି ଆକ୍ରମଣ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଶତ୍ରୁ ଉପରେ ପ୍ରଥମ ଆକ୍ରମଣ।
ଏହି ଜାହାଜ ଭାରତରୁ ଇରାନ ଫେରୁଥିଲା, ଯାହା ଉପରେ ଶ୍ରୀଲଙ୍କା ନିକଟସ୍ଥ ଅନ୍ତର୍ଜାତୀୟ ଜଳସୀମାରେ ଆକ୍ରମଣ କରାଯାଇଥିଲା। ଜାହାଜରୁ ଏକ ଜରୁରୀକାଳୀନ ସଙ୍କେତ ପଠାଯାଇଥିଲା, ଯାହାପରେ ଶ୍ରୀଲଙ୍କା ନୌସେନା ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ଅନେକ ଲୋକଙ୍କୁ ବୁଡ଼ିବାରୁ ବଞ୍ଚାଇଥିଲା। ଶ୍ରୀଲଙ୍କା ଅଧିକାରୀଙ୍କ କହିବା ଅନୁସାରେ,ପାଣି ଭିତରୁ ଅନେକ ମୃତଦେହ ଉଦ୍ଧାର କରିଛୁ।
ଇରାନ ନୌସେନାର ଜାହାଜ, ମୌଜ୍-କ୍ଲାସ୍ ଫ୍ରିଗେଟ୍ IRIS ଡେନାକୁ ଆମେରିକାର ବୁଡ଼ାଜାହାଜ ଦ୍ୱାରା ଆକ୍ରମଣ କରାଯାଇଥିଲା। ଶ୍ରୀଲଙ୍କା ଅଧିକାରୀଙ୍କ ଅନୁଯାୟୀ, ଭାରତରୁ ଫେରୁଥିବା ଇରାନୀ ଜାହାଜରେ ୧୮୦ ଜଣ କ୍ରୁ ସଦସ୍ୟ ଥିଲେ। ଶ୍ରୀଲଙ୍କାରୁ ପ୍ରାୟ ୪୦ ନଟିକାଲ ମାଇଲ୍ ଦକ୍ଷିଣରେ ଅନ୍ତର୍ଜାତୀୟ ଜଳସୀମାରେ ଇରାନୀ ଜାହାଜଟି ବୁଡ଼ି ଯାଇଥିଲା। ଶ୍ରୀଲଙ୍କା କର୍ତ୍ତୃପକ୍ଷ ୩୨ ଜଣଙ୍କୁ ଉଦ୍ଧାର କରିଥିବା ସୂଚନା ଦେଇଛନ୍ତି। ସେମାନେ ସମୁଦ୍ରରୁ ଅନେକ ମୃତଦେହ ମଧ୍ୟ ଉଦ୍ଧାର କରିଛନ୍ତି। ଏହି ଇରାନୀ ଜାହାଜ ଭାରତରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଫ୍ଲିଟ୍ ସମୀକ୍ଷା ୨୦୨୬ ରେ ଅଂଶଗ୍ରହଣ କରିଥିଲା। ଦୁଇ ସପ୍ତାହ ପୂର୍ବେ ଭାରତ ଆସିଥିବା ଇରାନର ଏହି ଜାହାଜକୁ ଇଷ୍ଟର୍ନ ନାଭାଲ କମାଣ୍ଡ ସ୍ବାଗତ କରିଥିଲା।
ଶ୍ରୀଲଙ୍କା ନୌସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ବୁଧବାର ଏହି ସୂଚନା ଦିଆଯାଇଛି। ଶ୍ରୀଲଙ୍କା ଅଧିକାରୀଙ୍କ କହିବା ଅନୁସାରେ,ଜାହାଜ ଆମର ଉପକୂଳ ନିକଟରେ ବୁଡିଥିଲା। ଏଥିରୁ ଡିସ୍ଟ୍ରେସ୍ କଲ୍ ଦିଆଯାଇଥିଲା। ଏହାପରେ ଶ୍ରୀଲଙ୍କାର ନୈସେନା ଓ ବାୟୁସେନା ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଶ୍ରୀଲଙ୍କାର ଅଧିକାରୀମାନେ କହିଛନ୍ତି ଇରାନୀ ନୌସେନା ଜାହାଜରୁ ଡିସଟ୍ରେସ୍ କଲ୍ ପାଇବା ପରେ ଶ୍ରୀଲଙ୍କା ନୌସେନା ଉଦ୍ଧାର ଅଭିଯାନ ଆରମ୍ଭ କରିଛି। ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜିତା ହେରାଥ କହିଛନ୍ତି ଯେ ଇରାନୀ ଫ୍ରିଗେଟ୍ ଆଇରିସ୍ ଡେନାରେ ଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଜାହାଜ ଏବଂ ବିମାନ ପଠାଯାଇଛି। ଶ୍ଘଟଣାରେ ଆହତ ୩୨ ଲୋକଙ୍କୁ ଉଦ୍ଧାର କରାଯାଉଛି।ବୈଦେଶିକ ମନ୍ତ୍ରୀ ହେରାଥ ସଂସଦରେ କହିଛନ୍ତି ଯେ ଆହତଙ୍କୁ ଦ୍ୱୀପର ଦକ୍ଷିଣରେ ଥିବା ଏକ ହସ୍ପିଟାଲକୁ ନିଆଯାଇଛି ଏବଂ ସେମାନଙ୍କର ଚିକିତ୍ସା କରାଯାଉଛି।
ଆହୁରି ପଢନ୍ତୁ: ମୋଦିଙ୍କ ଫେରିବା ପରେ ହିଁ କାହିଁକି ଆକ୍ରମଣ କଲା ଇସ୍ରାଏଲ ,ମିଳିଲା ଉତ୍ତର