ବିନିକା, ୧୬/୧୧ : ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ବାବା କପିଳେଶ୍ଵର ମନ୍ଦିରଠାରେ ଆଜି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି l ମନ୍ଦିର ଟ୍ରଷ୍ଟ ବୋର୍ଡ଼ କାର୍ଯ୍ୟାଳୟ ପ୍ରକୋଷ୍ଠ ସଂଲଗ୍ନ ଏହାର ପରିସରରେ ବିରାଜିତ ମା’ଚରଦେଇ ଓ ଜାରାବଳି ଦେବୀଙ୍କ ପାର୍ଶ୍ଵ କାନ୍ଥରେ ଆଜି ପବିତ୍ର ସଂକ୍ରାନ୍ତି ତିଥିରେ କ୍ଷୀର ବାହାରୁଥିବା ଖବର ପ୍ରଚାରିତ ହେବା ପରେ ଆଖପାଖ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି l
ମନ୍ଦିରରେ ଆଗରୁ କେବେ ଏପରି କ୍ଷୀର ବାହାରିଥିବା ଜଣାପଡ଼ି ନାହିଁ l ଏହି ଅଲୌକିକ ଦୃଶ୍ୟ ଦେଖିବାକୁ ଆଜି ସନ୍ଧ୍ୟାରେ ମନ୍ଦିରରେ ଟ୍ରଷ୍ଟ ବୋର୍ଡ଼ ସଭାପତି ଅଶୋକ ପୃଷ୍ଟିଙ୍କ ସମେତ ସେବାୟତ, କର୍ମଚାରୀ ଓ ଆଖପାଖ ଅଞ୍ଚଳର ଲୋକେ ରୁଣ୍ଡ ହୋଇ ଦର୍ଶନ କରିଥିଲେ l