ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କଳିଙ୍ଗା ଘାଟୀରେ ଓଲଟିଲା ପରିବା ବୋଝେଇ ମିନି ଟ୍ରକ୍, ହେଲପର୍ ଆହତ

Published By : Rasmita Pradhan | January 16, 2025 2:16 PM

ଜି.ଉଦୟଗିରି, ୧୬/୧ : କଳିଙ୍ଗା ଘାଟୀରେ ଓଲଟିଲା ପରିବା ବୋଝେଇ ମିନି ଟ୍ରକ୍। ବୁଧବାର ବିଳମ୍ବିତ ରାତିରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ହେଲପର୍ ଆହତ ହୋଇଥିବା ବେଳେ ଡ୍ରାଇଭର୍ ଅଳ୍ପକେ ବର୍ତ୍ତିଯାଇଛନ୍ତି। 

ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଏକ ପରିବା ବୋଝେଇ ଟ୍ରକ୍ କଳିଙ୍ଗା ଘାଟିରେ ଓଲଟି ପଡିଛି। ଟ୍ରକଟି ରାୟପୁର ଠାରୁ ବ୍ରହ୍ମପୁର ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ହେଲପର୍ ରାଜୁ ଚତୁର୍ବେଦୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ମଧ୍ୟରାତ୍ରୀରେ ଏସ.ଆଇ ରବି ସେଠୀ ଏବଂ ଟିମ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ତେବେ ଡ୍ରାଇଭର୍ ଅଳ୍ପକେ ବର୍ତ୍ତିଯାଇଛନ୍ତି।   

ଅଧିକ ପଢନ୍ତୁ-ଖୋର୍ଦ୍ଧାରୁ HMPV ରୋଗୀ ଚିହ୍ନଟ ଖବର ମିଛ, ଭୟଭୀତ ହୁଅନ୍ତୁ ନାହିଁ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଏବେ ସଡକ ସୁରକ୍ଷା ମାସ ଚାଲିଥିବା ବେଳେ ପ୍ରତ୍ୟେକ ଦିନ କୌଣସି ନା କୌଣସି ସ୍ଥାନରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଦୁଇ ଦିନ ତଳେ କଳିଙ୍ଗା ଘାଟୀରେ ଏକ ଡାଲି ବୋଝେଇ ଟ୍ରକ ଓଲଟି ପଡିଥିଲା। ବୁଧବାର ରାତିରେ ପୁଣି ଏକ ପରିବା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.