ପ୍ରମୂଖ ଖବର
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ଅନଲାଇନ୍ ଗେମ୍ ହେଲା କାଳ, ନଖେଳିବାକୁ ମାଆ ଆକଟ କରିବାରୁ ଜୀବନ ହାରିଦେଲେ ନାବାଳକ ! ଗାଧୁଆ ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର

Published By : Rasmita Pradhan | August 12, 2025 12:18 PM

ଜଳେଶ୍ଵର, ୧୨/୦୮ : ପିଲାଙ୍କ ଭିତରେ ବଢୁଛି ଆତ୍ମହତ୍ୟା ପ୍ରବଣତା। ଜୀବନ କ'ଣ ବୁଝିବା ଆଗରୁ ନେଉଛନ୍ତି ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି। ବାଲେଶ୍ବର ସିଂଲା ଥାନା ଜାମଶୁଳି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଅନଲାଇନ୍ ଗେମ୍ ଖେଳିବାକୁ ବାରଣ କରିବାରୁ ଜଣେ ନାବାଳକ ଜୀବନ ହାରିଦେଇଛନ୍ତି। ବାଥରୁମ୍‌ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର । ନାବାଳକଙ୍କୁ ଝୁଲନ୍ତା ଅବସ୍ଥାରେ ଗାଧୁଆ ଘରୁ ଉଦ୍ଧାର କରାଯାଇଛି। 

ସୂଚନାନୁଯାୟୀ, ସିଂଲା ଥାନା ଜାମଶୁଳି ଗାଁର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ସବୁବେଳେ ଅନଲାଇନ୍ ଗେମ୍ ଖେଳୁଥିଲେ। ଏହାକୁ ନେଇ ପରିବାର ଲୋକ ବାରମ୍ବାର ଆକଟ କରୁଥିଲେ। ମଙ୍ଗଳବାର ସକାଳେ ନାବାଳକ ଜଣଙ୍କ ପାଠ ନପଢି ଗେମ୍ ଖେଳିବାରୁ ମା' ବିରକ୍ତି ପ୍ରକାଶ କରିଥିଲେ। ଏଥିରେ ନାବାଳକ ଜଣଙ୍କ ରାଗିଯାଇ ଗାଧୁଆ ଘର ଭିତରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ। ବହୁ ସମୟ ଧରି ନାବାଳକ ବାଥ୍‌ ରୁମ୍‌ରୁ ନବାହାରିବାରୁ ପରିବାର ଲୋକ କବାଟ ଭାଙ୍ଗି ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବସ୍ତା ଡ଼ାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.