ନୂଆଦିଲ୍ଲୀ: ବିହାରର ବରେଲିରୁ ଗତ ଜୁନ୍ ୩୦ ତାରିଖରରେ ଏକ ମୃତଦେହ ଉଦ୍ଧାର ହୋଇଥିଲା ଯାହାକୁ ଚିହ୍ନିବା ଏକଦମ କଷ୍ଟକର ହୋଇଯାଇଥିଲା । କାରଣ ମୃତଦେହକୁ ଖଣ୍ଡ ବିଖଣ୍ଡିତ କରାଯାଇଥିବାବେଳେ ଏହା ଅଧାପୋଡ଼ା ଅବସ୍ଥାରେ ଫୋପାଡ଼ି ଦେଇଥିଲେ । ତେବେ ଏହି ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ହେଉଛି ମୃତକଙ୍କ ମାମୁ । ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ହତ୍ୟାକାଣ୍ଡ ପଛରେ ରହିଛି ପ୍ରେମ ।

ଯେତେବେଳେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା ସେତେବେଳେ ଜଣାପଡ଼ିନଥିଲା । ଏବଂ ପରେ ଜଣା ପଡ଼ିଥିଲା କି, ମୃତକ ଜଣକ ହେଉଛନ୍ତି ସମସ୍ତିପୁର ଜିଲ୍ଲା ପଟୋରୀରେ ରହୁଥିବା ଜଣେ ଯୁବକ । ପୁଲିସ କହିଛନ୍ତି କି, ଯୁବକ ଜଣକ ଯେତେବେଳେ ୪ ବର୍ଷର ହୋଇଥିଲେ ସେ ତାଙ୍କ ମାଆଙ୍କ ଦେହାନ୍ତ ହୋଇଥିଲା । ସେ ତାଙ୍କ ଆଇଙ୍କ ପାଖରେ ରହି ପାଠ ପଢ଼ିଥିଲେ । ମାମୁ ଘରେ ରହୁଥିବାବେଳେ ମାମୁଙ୍କ ଝିଅ ସହ ପ୍ରେମ ହୋଇଥିଲା । ଯାହାକୁ ନେଇ ଦୀର୍ଘଦିନ ଧରି ମାମୁଘରେ ଝଗଡ଼ା ଲାଗି ରହିଥିଲା ।

ତିନି ବର୍ଷ ପୂର୍ବରୁ ସେମାନଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ ଅଭିଯୁକ୍ତ ମାମୁ । ଏନେଇ ସେ ପୁଲିସ ଆଗରେ ମାନିଛନ୍ତି । ଏହାସହ ସେ କହିଛନ୍ତି କି, ମୁଁ ଅନେକଥର ଭଣଜାଙ୍କୁ ବୁଝାଇଛି । କିନ୍ତୁ ସେ ଶୁଣିବାକୁ ନାରାଜ ଥିଲେ । ଏମିତିକି ଘର ଛାଡ଼ି ଚେନ୍ନାଇ ଚାଲିଯାଇଥିଲେ । ସେଠାରେ ରହି କାମ କରୁଥିଲେ ମଧ୍ୟ ଝିଅ ସହ କଥା ହେଉଥିଲେ । ଏମିତିକି ଝିଅକୁ ବାହା ନହେଲେ ଫଟୋ ଭିଡିଓ ଭାଇରାଲ କରାଇ ଦେବାକୁ ଧମକ ଦେଉଥିଲା । ଏଣୁ ଘରକୁ ଡାକି ପୁଣି ବୁଝାଇଥିଲି । ମାତ୍ର ସେ ନ ଶୁଣିବାରୁ ହତ୍ୟା କରିଛି ।

ଅଭିଯୁକ୍ତ ଜଣକ କହିଛନ୍ତି କି, ଗତ ୨୮ ତାରିଖରେ ସେମାନେ ତାଙ୍କ ଭଣଜାଙ୍କୁ ଗଙ୍ଗା ନଦୀ କୂଳକୁ ବୁଲାଇବାକୁ ନେଇଥିଲେ । ଅଭିଯୁକ୍ତଙ୍କ କିଛି ସାଙ୍ଗ ମଧ୍ୟ ତାଙ୍କ ସହ ରହିଥିଲେ । ବୁଝାଇବା ପରେ ମଧ୍ୟ ନଶୁଣିବା ପରେ ତାଙ୍କ ଗଳାକାଟି ହତ୍ୟା କରିଥିଲେ । ପରେ ମୃତଦେହକୁ ଖଣ୍ଡ ବିଖଣ୍ଡିତ କରିଥିଲେ । ଆଉ ଶରୀରକୁ ଅଧାପୋଡ଼ା କରି ଛାଡ଼ି ଦେଇଥିଲେ । ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଅନ୍ୟମାନଙ୍କୁ ଖୋଜା ଚାଲିଛି ।

ଏହାସହ ପଢ଼ନ୍ତୁ : ବିଳାସପୂର୍ଣ୍ଣ ହୋଟେଲରେ ଏହି ଦୁଇ ଅଭିନେତ୍ରୀ ଚଳାଇଥିଲେ ସେକ୍ସ ରାକେଟ୍, ଏମିତି ଧରିଲା ପୁଲିସ