ନୂଆଦିଲ୍ଲୀ: କୁହାଯାଏ ଭାଇ ସାଥୀରେ ଥିଲେ ବଳ ଥାଏ । ଝିଅମାନେ ବାହାରକୁ ଯିବାବେଳେ ଯଦି ତାଙ୍କ ଭାଇ ସାଥିରେ ଥାଆନ୍ତି ତାହାଲେ ସେମାନେ କାହାକୁ ମଧ୍ୟ ଭୟ କରିନଥାନ୍ତି । ନିଜ ସମ୍ମାନ ରକ୍ଷା କରିବା ପାଇଁ ଭାଇ ହାତରେ ଭଉଣୀ ବାନ୍ଧିଥାଏ ରାକ୍ଷୀ । ହେଲେ ଯେତେବେଳେ ସେହି ଭାଇ ଭଉଣୀ ଉପରେ ଖରାପ ନଜର ପକାଇବ ଆଉ ସବୁ ସମ୍ପର୍କକୁ ଭୁଲିଯିବ ସେତେବେଳେ ନୀରିହ ଭଉଣୀ କାହା ଉପରେ ବା ବିଶ୍ବାସ କରିବ । ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ଜଣେ ଜେଲ ଫେରନ୍ତା ଯୁବକ ନିଜର ନାବାଳିକା ଭଉଣୀକୁ ଦୁଷ୍କର୍ମ କରିଛି । ଯାହାକି ଏବେ ଖବରର ଶିରୋନାମା ପାଲଟିଛି ।

ଦୁଇବର୍ଷ ପୂର୍ବେ ଅଭିଯୁକ୍ତ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜେଲରେ ଥିଲେ । ୧୫ ଦିନ ତଳେ ଜେଲରୁ ମୁକୁଳିଥିଲେ । ଜେଲରୁ ଫେରିବା ପରେ ସେ ନିଜର ସାନ ଭଉଣୀଙ୍କୁ ଧମକ ଦେବା ସହ ଦୁଷ୍କର୍ମ କରୁଥିଲା । ପୀଡ଼ିତା ଏନେଇ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ମାତ୍ର ପ୍ରଥମେ କେହି ଏହାକୁ ବିଶ୍ବାସ କରିନଥିଲେ । ପ୍ରଥମେ ସେମାନେ ଏହାକୁ ମିଛ ବୋଲି ଭାବିଥିଲେ ଆଉ ଭଉଣୀ ସହ କିଏ କଣ ଏମିତି କରିପାରେ ବୋଲି ଭାବିନଥିଲେ । ଯେଉଁ କାରଣରୁ ଏହାକୁ ନଜର ଦେଇନଥିଲେ ।

ମାତ୍ର ନାବାଳିକା ଜଣକ ଏକ ଭିଡିଓ ରଖିଥିଲେ । ଯାହାକୁ ସେ ପରିବାର ଲୋକଙ୍କୁ ଦେଖାଇଥିଲେ । ଯାହାକୁ ଦେଖିବା ପରେ ପରିବାର ଲୋକଙ୍କ ପାଦତଳୁ ମାଟି ଖସିଭଳି ଲାଗିଥିଲା । ପରେ ପୀଡ଼ିତା ଏବଂ ତାଙ୍କ ପରିବାର ଏନେଇ ଅଭିଯୋଗ କରିଥିଲେ । ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ପୁଣିଥରେ ଜେଲକୁ ପଠାଇ ଦେଇଛି । ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଏହାସହ ପଢ଼ନ୍ତୁ : କେତନଙ୍କୁ ହତ୍ୟା ପାଇଁ କିଛି ଦିନ ଅଭ୍ୟାସ କରିଥିଲେ ଭାବି ପତ୍ନୀ ସିଆ, ପୋଲିସକୁ ଚକମା ଦେବା ପାଇଁ ନେଇଥିଲେ ଇଣ୍ଟରନେଟ ଆଉ ସୋସିଆଲ ମିଡିଆର ସାହାରା...