ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ

Published By : Harapriya Sethi | April 30, 2025 8:32 AM

ଭୁବନେଶ୍ୱର, ୩୦/୦୪: ମନ୍ତେଇ ନଈର ଶାଖା ନଈରେ ପଡି ମିଶ୍ରପୁର ଗ୍ରାମର ନାବାଳିକାଙ୍କ ମୃତ୍ୟୁ । ମୃତକ ହେଲେ କାରଣପଲ୍ଲୀ ଗ୍ରାମର ଅର୍ଜୁନ ମାଈତିଙ୍କ ୭ ବର୍ଷିୟ ଝିଅ ଝିଲି । ଦୀର୍ଘ ସମୟ ପରେ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଜଗନ୍ନାଥପ୍ରସାଦ ପଞ୍ଚାୟତ ମିଶ୍ରପୁର ଗ୍ରାମରେ ଏଭଲି ଘଟଣା ଘଟିଛି ।

ସୂଚନା ମୁତାବକ, ଝିଲି ତାର ଅଜା ଘର ମିଶ୍ରପୁରକୁ ମାଆ ସହିତ ବୁଲିବାକୁ ଆସିଥିଲା । ଅପରାହ୍ନରେ ଝିଲି ଏକୁଟିଆ ମନ୍ତେଇ ନଈର ଶାଖା ନଈ ନିକଟରେ ଖେଳୁଥିଲା । ହେଲେ କୌଣସି ଅସାବଧାନତାରୁ ଝିଲି ଉକ୍ତ ନଈରେ ଖସିପଡ଼ିଥିଲା। ଦୀର୍ଘ ସମୟ ଧରି ଝିଲି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ। ପରେ ସନ୍ଦେହ ହେବାରୁ ଉକ୍ତ ନଈରେ ଖୋଜାଖୋଜି କରିଥିଲେ। ଝିଅକୁ ନ ପାଇବାରୁ ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଖବର କରିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିଦୀର୍ଘ ସମୟ ପରେ ଝିଲିକୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ନେଇଆସିଥିଲେ। ହେଲେ ଡାକ୍ତର ସେଠାରେ ଝିଲିକୁ ମୃତ ଘୋଷଣା କରିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.