ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ନାବାଳିକା ଅପହରଣ ଉଦ୍ୟମ ଫେଲ୍: ଦୁର୍ବୃତ୍ତଙ୍କୁ ଧରି ଉତ୍ତମମଧ୍ୟମ ଦେଲେ ଗ୍ରାମବାସୀ, ଜଣେ ଖସିଗଲା

Published By : Prameya | February 14, 2025 1:57 PM

ଭୁବନେଶ୍ୱର ୧୪/୦୨ : ଗାଁ ନିକଟରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ। ଦେଖିବାକୁ ଯାଉଥିଲେ ନାବାଳିକା ଯୁବତୀ। ହେଲେ ବାଟ ଜଗି ବସିଥିଲେ ଦୁର୍ବୃତ୍ତ। ନାବାଳିକା ପାଟି ବନ୍ଦ କରି ଅପହରଣ କରିବାକୁ ଉଦ୍ୟମ କରିଥିଲେ। ହେଲେ ସବୁ ପ୍ଳାନ୍ ଫେଲ୍ ମାରିଗଲା। ନାବାଳିକାକୁ ଅପହରଣ ବେଳେ  ଦୁର୍ବୃତ୍ତଙ୍କୁ ଧରି ଉତ୍ତମମଧ୍ୟମ ଦେଇଥିଲେ ସ୍ଥାନୀୟ ଗ୍ରାମବାସୀ। ପରେ ପୁଲିସରେ ଜିମା ଦେଇଥିବା ସୂଚନା ମିଳିଛି। ଏଭଳି ଘଟଣା କୁଜଙ୍ଗ ଥାନା ଅଞ୍ଚଳରେ ଘଟିଛି ।

ନାବାଳିକା ଯୁବତୀ ଜଣକ ଗ୍ରାମ ନିକଟସ୍ଥ ଏକ ସ୍ଥାନକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ। ଏହି ସମୟରେ ଦୁଇଜଣ ଯୁବକ ତାଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ନାବାଳିକା ଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକେ ଘେରିଯାଇଥିଲେ। ସେଠାରୁ ଜଣେ ଯୁବକ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଯୁବକଙ୍କୁ ଧରି ପକାଇଥିଲେ ଗ୍ରାମବାସୀ ‌। ଉକ୍ତ ଯୁବକକୁ ପୋଲିସକୁ ହସ୍ତାନ୍ତର କରାଯାଇଛି। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.