ପାତ୍ରପୁର ୧୬/୦୫ ଚିକିଟି ବ୍ଲକ କେ.ନୂଆଗାଁ ଥାନା ବଡ଼ଗାଁ ଗ୍ରାମର ଜଣେ ୧୬ ବର୍ଷୀୟା ନାବାଳିକା ନିଖୋଜ ଥିବା ନେଇ ଗତ ୧୧ ତାରିଖ ଦିନ ତାଙ୍କ ପରିବାରବର୍ଗ କେ.ନୂଆଗାଁ ଥାନାରେ ଲିଖିତ ଏତଲା ଦେଇଥିଲେ । ପରିବାର ବର୍ଗଙ୍କ ଏତଲା ପରେ କେ.ନୂଆଗାଁ ପୋଲିସ ଏକ ଅପହରଣ ମାମଲା 162/25 ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହେଲେ ଶୁକ୍ରବାର ନାବାଳିକା ଜଣକ ଫେରିବା ଖବର ପାଇ ପୋଲିସ ତାଙ୍କୁ ପଚରା ଉଚୁରା କରିଛି। ସେ ନିଜ ଭାଇ ପାଖକୁ ଦିଲ୍ଲୀ ଚାଲିଯାଇଥିବା ପ୍ରାଥମିକ ତଦନ୍ତ ବେଳେ କହିଥିବା ପୋଲିସ କହିଛି। ନାବାଳିକାଙ୍କୁ ନେଇ ପ୍ରଥମେ ଧାନଘର ଫାଣ୍ଡି ଅଧିକାରୀ ରଞ୍ଜିତ ମହାପାତ୍ର ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯାଇଥିଲେ । ସେଠାରୁ ଡାକ୍ତରୀ ମାଇନା ପାଇଁ ବ୍ରହ୍ମପୁର ନେବାକୁ ଲିଖିତ ଭାବେ ଆଣିଥିଲେ । ଚିକିଟି ମେଡିକାଲରୁ ନାବାଳିକା ଜଣଙ୍କୁ ଧରି ପୋଲିସ ପାତ୍ରପୁର କୋର୍ଟର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରିଥିଲା । ସେଠାରେ ନବାଳିକାଙ୍କ ବୟାନ ରେକର୍ଡ ପରେ ତାଙ୍କୁ ଡାକ୍ତରୀ ମଇନା ପାଇଁ ବ୍ରହ୍ମପୁର ନିଆଯାଇଛି । ପ୍ରକୃତରେ ପାରିବାରିକ ବିବାଦ କି ପ୍ରେମ ଜନିତ ଏସବୁ ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି ।

ପହଲଗାମ ଆତଙ୍କବାଦୀଙ୍କୁ ଧରାଇଦେଲେ ଶିବସେନା ଦେବ ୧୦ ଲ...