ପାଟଣାଗଡ଼ ୫/୭ (ଆପ୍ର): ପାଟଣାଗଡ ଥାନା ଅନ୍ତର୍ଗତ ଭଇଁଷା ଗାଁର ନୂଆପଡାରେ ଜଣେ ନାବାଳିକାର ଝୁଲନ୍ତା ମୃତଦେହ ଜୁନ ୧୫ ରେ ଘର ଭିତରୁ ପୁଲିସ ଉଦ୍ଧାର କରିଥିଲା । ଉକ୍ତ ନାବାଳିକା ଜଣକ ଉକ୍ତ ଗାଁର ମଧୁସୂଦନ ବର୍ଗେଙ୍କ ଏକ ମାତ୍ର ଝିଅ ଭୂମୀସୁତା ବର୍ଗେ । ଅପରପକ୍ଷରେ ପଡୋଶୀ ଘରର ମା, ଝିଅ ଓ ବୋହୂ ମିସି ଭୂମିସୁତାଙ୍କୁ ତଣ୍ଡିଚିପି ହତ୍ୟା କଲାପରେ ଘରେ ଥିବା ଏକ ଧୋତିରେ ଆତ୍ମହତ୍ୟାର ରୁପ ଦେଇଥିବା ମୃତ ନାବାଳିକାଙ୍କ ବାପା ଓ ମାମୁଁ ଗତ ୧୬ ତାରିଖ ଦିନ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା କହି ପରିବାର ବର୍ଗଙ୍କୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ଦିନ ଗଡାଇଚାଲିଥିଲା । ଏହି ପରିପ୍ରେକ୍ଷୀରେ ଗତକାଲି ପରିବାର ବର୍ଗଙ୍କ ସହ ଉକ୍ତ ପଡାର ୫୦ ରୁ ଉର୍ଦ୍ଧ୍ୱ ମହିଳା ବଲାଙ୍ଗୀର ଏସପିଙ୍କୁ ସାକ୍ଷାତକରି ଲିଖିତ ଭାବରେ ମୃତ ନାବାଳିକାର ବାପା ମଧୁସୂଦନ ଅଭିଯୋଗ କରିଥିଲେ । ଏସପି ଅଭିଲାସ ଜି ପରିବାର ବର୍ଗ ଏବଂ ପଡ଼ା ବାସୀଙ୍କ ଅଭିଯୋଗ ଉପରେ ବିଚାର ପୁର୍ବକ ପାଟଣାଗଡ ଥାନାକୁ ଘଟଣା ସମ୍ପର୍କରେ ପଚାରିବା ସହ ଅଭିଯୋଗ କାରିଙ୍କ ଅଭିଯୋଗ ଆଧାରରେ ପୁନର୍ବାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏସପିଙ୍କ ନିର୍ଦ୍ଦେଶ ପରେ ପାଟଣାଗଡ ପୁଲିସର ଏକ ଟିମ ଉକ୍ତ ଗାଁ ନୁଆପଡାର ମାଁ ଭାରତୀ ବାରଲେଣ୍ଡିଆ, ଝିଅ ପୁଷ୍ପା ବାରଲେଣ୍ଡିଆ ଏବଂ ବୋହୂ ଝର ବାରଲେଣ୍ଡିଆକୁ ଗତକାଲି ରାତ୍ରିସମୟରେ ତାଙ୍କ ଘରୁ ଥାନାକୁ ଉଠାଇ ନେଇଥିଲା । ଖବର ଲେଖା ହେବା ପର୍ଯ୍ୟନ୍ତ ସେମାନଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ଏସିଆଇ ବିଶ୍ଵରଞ୍ଜନ ମହାନ୍ତିଙ୍କ ଠାରୁ ଜଣାପଡିଛି । ଏପରିକି ସୋମବାର ଦିନ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ସେ ପ୍ରକାଶ କରିଛନ୍ତି ।
ମୃତ ନାବାଳିକାଙ୍କ ବାପା ଗତକାଲି ଏସପିଙ୍କୁ ଦେଇଥିବା ଅଭିଯୋଗ ପତ୍ରରେ ଘଟଣାଦିନ ଦିନ ୧୦ ଟା ସମୟରେ ପୁଷ୍ପା ବାରଲେଣ୍ଡିଆ ଏବଂ ଝର ବାରଲେଣ୍ଡିଆ ମଧ୍ୟାହ୍ନ ୧ ଟା ସମୟରେ ଉଭୟେ ମୋ ସ୍ତ୍ରୀ ବନିତାକୁ ତୁମର ଝିଅ ବେଶି ହେଉଛି ଆମକଥା ନମାନିଲେ ଆମେ ତାକୁ ବାଡେଇବୁ ବୋଲି ଫୋନଯୋଗେ ଧମକ ଦେଇଥିଲେ । ପ୍ରତି ଉତ୍ତରରେ ମୋ ସ୍ତ୍ରୀ ବନିତା ସେମାନଙ୍କୁ ମୋ ଝିଅର ମୁଣ୍ଡ ଦରଜ ଔଷଧ ପାଇଁ ବନ୍ଦପଡା ଫାଣ୍ଡି ଶିବତିଲା ଗାଁକୁ ଆସିଛି । ତମେ ସେମିତି କିଛି କରନାହିଁ । ଆମେ ଘରକୁ ଗଲାପରେ ଆପୋସ ସମାଧାନ କରିବା ବୋଲି ଅନୁରୋଧ କରିଥିଲେ ।
ପ୍ରକାଶ ଯେ, ଦିନ ମଜୁରିଆ ଭାବେ କାମ କରୁଥିବା ମଧୁସୂଦନ ବର୍ଗେ ଓ ବନିତା ବନଗୁଲାଙ୍କ ଝିଅ ଭୁମିସୁତାର ମୁଣ୍ଡବିନ୍ଧା ରୋଗ ଲାଗି ରହିଥିଲା । ଏହି ଘଟଣା ଦିନ ଭୁମିସୁତାଙ୍କ ମାଁ ଶିବତିଲା ଗାଁକୁ ଔଷଧ ଆଣିବାକୁ ଯାଇଥିଲେ । ଅପରପକ୍ଷରେ ବାପା ସକାଳୁ ଚୁଡାପାଲିକୁ ଦିନ ମଜୁରିଆ କାମ କରିବାକୁ ଯାଆଥିଲେ । ଘରକୁ ସ୍ବାମୀ ସ୍ତ୍ରୀ ଦୁହେଁ ଫେରିବା ପୁର୍ବରୁ ପଡୋଶୀ କାକା ଖୁଡିଙ୍କ ଠାରୁ ଭୁମିସୁତାଙ୍କ ମୃତଦେହ ଏକ ଧୋତିରେ ଘର ଛାତରେ ଲାଗିଥିବା ଏକ କାଠରେ ଝୁଲୁଥିବାର ଖବରପାଇ ଘରେ ପହଞ୍ଚିଥିଲେ । କାଳେ ଝିଅ ବଞ୍ଚିଛି ଭାବି ଝିଅର ଝୁଲନ୍ତା ମୃତଦେହକୁ ବାପା ମା ଓ ମାଁମୁ ଉଦ୍ଧାର କରିଥିଲେ । ହେଲେ ଭୁମିଶୁତାଙ୍କ ମୃତ୍ୟୁ ହୋଇଥିବା ଜାଣି ଗ୍ରାମରକ୍ଷିଙ୍କ ସହାୟତାରେ ପୁଲିସକୁ ଖବର ଦେଇଥିଲେ ।