କଟକ,୦୬/୦୧: ନାବାଳିକାଙ୍କ ଅଶ୍ଲୀଳ ଭିଡିଓକୁ ବିଭିନ୍ନ ହ୍ୱାଟସ୍ଆପ୍ ଗ୍ରୁପ୍‌ରୁ ଓ ସୋସିଆଲ୍ ମିଡିଆରେ ବାରମ୍ବାର ଫରୱାଡ୍ କରିବା ଅଭିଯୋଗରେ କଟକ ସାଇବର୍ ଥାନା ପୁଲିସ ମୁକେଶ ବାରିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୁକେଶର ଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଧାନବାଦ ଅଞ୍ଚଳରେ ।

ମିଳିଥିବା ସୂଚନା ଅନୁସାରେ, କ୍ରାଇମ୍‌ବ୍ରାଞ୍ଚ ସୂଚନା ମିଳିଥିଲାଯେ, କଟକରେ ରହୁଥିବା ଜଣେ ଯୁବକ ତା’ର ଫୋନ୍‌ରେ ଲଗାତାର ଭାବେ ନାବାଳିକା ବା ୧୮ ବର୍ଷରୁ କମ୍ ଝିଅରଙ୍କର ଅଶ୍ଳୀଳ ଭିଡିଓ ନିଜ୍ ଫୋନ୍ରେ ଡାଉନ୍ଲୋଡ୍ କରି ରଖୁଥିଲା । ପରେ ସେହି ଭିଡିଓକୁ ଏକାଧିକ ଫୋନ୍‌କୁ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ  ଓ ମେସେଜିଂ ଆପ୍ ଯୋଗେ ବାରମ୍ବାର ଫରୱାର୍ଡ କରାଉଛି । ଗଲା କିଛି ମାସ ହେବ ଏଭଳି କାମ ଜାରି ରହିଛି । ଏହା ପରେ ଘଟଣା ନେଇ କଟକ ସାଇବର୍ ଥାନାକୁ ସୂଚନା ଦିଆଗଲା ।

କଟକ ସାଇବର୍ ଥାନା ପୁଲିସ ସେହି ଅଶ୍ଲୀଳ ଭିଡିଓ ଫରୱାର୍ଡ ହେଉଥିବା ମୋବାଇଲ୍ର ଆଇପି ଆଡ୍  ଏକାଧିକ ତଥ୍ୟ ସଂଗ୍ରହ କଲା । ଫୋନ୍‌ର ଲୋକେସନ୍, କେଉଁ ସମୟରେ ଉକ୍ତ ଭିଡିଓ ଫରୱାର୍ଡ ହୋଇଥିଲା ଓ କେଉଁ ଫୋନ୍ ନମ୍ବରରେ ତାହାକୁ କରାଯାଉଛି ବୋଲି ତଥ୍ୟ ସଂଗ୍ରହ କରିବା ପରେ ପୁଲିସ ପାଖରେ ଠୋସ୍ ପ୍ରମାଣ ରହିଥିଲା । ଏହା ପରେ ପୁଲିସ ଘଟଣା ନେଇ ଏକ ମାମଲା ରୁଜୁ କଲା । ପରେ ଉକ୍ତ ଯୁବକଙ୍କୁ ଖୋଜିଥିଲା । ତେବେ ସେ ଯାଜପୁରରେ ରହୁଥିବା ବିଷୟ ଜାଣିବା ପରେ ସାଇବର୍ ଥାନା ପୁଲିସ ସେଠାରେ ଚଢ଼ଉ କରି ମୁକେଶ୍ ବାରିକ୍‌କୁ ଗିରଫ କରିଛି । ତାର ଫୋନ୍ ଯାଞ୍ଚ୍ ପରେ ସେଥିରୁ କିଛି ଆପତ୍ତିଜନକ ନାବାଳିକାଙ୍କର ଅଶ୍ଲୀଳ ଭିଡିଓ ମିଳିଛି । ସେହିପରି ଉକ୍ତ ଫୋନ୍ ବ୍ରାଉଜର୍‌ରୁ  ମଧ୍ୟ କିଛି ଆପତ୍ତିଜନକ ୱେବ୍ସାଇଟ୍ ଖୋଲାଯାଇଥିବା ଦେଖିବାକୁ ମିଳିଥିଲା ବୋଲି ସାଇବର୍ ଥାନାର ଇନ୍ଚାର୍ଜ ଏସିପି ସତ୍ୟଜିତ ଦାସ ସୂଚନା ଦେଇଛନ୍ତି ।