ନୂଆଦିଲ୍ଲୀ : ମିଥୁନ ଚକ୍ରବର୍ତ୍ତୀଙ୍କର ପ୍ରଥମ ପତ୍ନୀ ହେଲେନା ଲ୍ୟୁକଙ୍କ ବିଷୟରେ ବୋଧହୁଏ ଆପଣ ପ୍ରଥମେ ବି କେଉଁଠି ପଢି ଥିବେ। ହେଲେନା ଜଣେ ଅଭିନେତ୍ରୀ ହେବା ସହ ମଡେଲ ମଧ୍ୟ ଥିଲେ। ସେ ୧୯୭୯ରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ବିବାହ କରି ଥିଲେ , କିନ୍ତୁ ଏହି ସଂପର୍କ ତାଙ୍କର ୪ ମାସ ଖୁବ୍ ମୁସ୍କିଲରେ ଚାଲି ଥିଲା ଏବଂ ଦିନେ ସବୁ କିଛିରେ ପୂର୍ଣ୍ଣଚ୍ଛେଦ ପଡ଼ି ଗଲା। ହେଲେ ସେମାନଙ୍କ ଭିତରେ ସଂପର୍କ ଶେଷ ହେବା କାରଣରୁ କିଛି ଏମିତି ଥିଲା ଯାହା ସାଧାରଣତଃ ଆମ ଘର ମାନଙ୍କରେ ଆମେ ଦେଖିଥାଉ। କୁହାଯାଏ କି ମିଥୁନଙ୍କ ସହ ତାଙ୍କ ସଂପର୍କ ଅଭିନେତାଙ୍କ ଦୁଇ କଜିନ ଭାଇଙ୍କ କାରଣରୁ ଭାଙ୍ଗିଗଲା , ଯିଏକି ବେକାର ଥିଲେ।
- ଆହୁରି ମଧ୍ୟ ପଢନ୍ତୁ : ଅଭିଷେକ ବଚ୍ଚନଙ୍କ ଭୟଙ୍କର ଲୁକ୍ ଭାଇରାଲ , ଶାହରୁଖ ଖାନଙ୍କ ‘କିଙ୍ଗ୍’ରେ ଭିଲେନ୍ ରୋଲ୍ରେ ନଜର ଆସିବେ !
ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଥମ ବିବି ହେଲେନା ୧୯୮୩ରେ ‘ଦୋ ଗୁଲାବ’ , ‘ଆଓ ପ୍ୟାର କରେଁ’ ଓ ‘ଭାଇ ଆଖିର ଭାଇ ହୋତା ହୈ’ ଭଳି ଫିଲ୍ମ କରିଛନ୍ତି। କୁହାଯାଏ ଯେ, ଫିଲ୍ମକୁ ଆସିବା ପୂର୍ବରୁ ସେ ପାଖାପାଖି ୯ ବର୍ଷ ଯାଏ ଗୁଜରାତି ନାଟକ ସହ ସଂପୃକ୍ତ ଥିଲେ। ହେଲେନା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ମର୍ଦ’ରେ ବ୍ରିଟିଶ ରାଣୀଙ୍କର ଭୂମିକା ମଧ୍ୟରେ ନଜର ଆସି ଥିଲେ।
ହେଲେ, କୁହାଯାଏ କି ସେହି ସମୟରେ କଲେଜରେ ହେଲେନାଙ୍କ ସହ ଜାଭେଦ ଖାନଙ୍କ ନାମ ଚର୍ଚ୍ଚାରେ ଥିଲା ଏବଂ ସେ ହିଁ ପ୍ରଥମ ଥର ମିଥୁନଙ୍କ ସହ ତାଙ୍କୁ ଭେଟ କରାଇ ଥିଲେ। ଏହାପରେ ହିଁ ମିଥୁନ ଓ ହେଲେନା ପରସ୍ପରର ନିକଟତର ହେଲେ ଏବଂ ଉଭୟ ଖୁବ୍ ଶୀଘ୍ର ବିବାହ ମଧ୍ୟ କରିଥିଲେ। ହେଲେ , ସେବେଠାରୁ ହେଲେନାଙ୍କୁ ତାଙ୍କର ଲାଇଫ୍ରେ ଆସୁଥିବା ଝଡ଼ର କେବେ ବି ଅନୁଭବ ନଥିଲା।
ବିବାହ ପରେ ମିଥୁନ-ହେଲେନାଙ୍କ ସଂପର୍କ କେବଳ ୪ ମାସ ହିଁ ତିଷ୍ଠି ଥିଲା ଏବଂ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଗଲେ। ଏବେ ପ୍ରଶ୍ନ ଯେ, ସେମାନଙ୍କ ଭିତରେ ଏମିତି କଣ ଅସୁବିଧା ହେଲାଯେ, ସେମାନେ ଏହି ଅଳ୍ପ ଦିନର ବୈବାହିକ ଜୀବନକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଲେ , ଆଉ ଛାଡ଼ପତ୍ର ପାଇଁ ପ୍ରସ୍ତୁତ ହୋଇଗଲେ। ବାସ୍ତବିକ ଏୟା ଥିଲା ଯେ, ମିଥୁନ ଯେଉଁ ଘରେ ରହୁଥିଲେ , ସେଠାରେ ମିଥୁନଙ୍କ ସହ ତାଙ୍କର ଦୁଇ ଜଣ କଜିନ ମଧ୍ୟ ରହୁଥିଲେ।
- ଆହୁରି ମଧ୍ୟ ପଢନ୍ତୁ : ହସ୍ପିଟାଲରେ ଭର୍ତ୍ତି ସଲିମ ଖାନ, ବାପାଙ୍କୁ ଦେଖିବାକୁ ପହଞ୍ଚିଲେ ସଲମାନ
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ମିଥୁନଙ୍କ ଦୁଇ କଜିନ ଦୁଇଟି କୁକୁର ମଧ୍ୟ ପାଳି ଥିଲେ। ଚିନ୍ତାର ବିଷୟ ଏହା ଥିଲା ଯେ, ମିଥୁନଙ୍କ କଜିନ ଦୁହେଁ ବେକାର ଥିଲେ , କୌଣସି ବି କାମ କରୁ ନଥିଲେ।କୁହାଯାଏ ଯେ, ଏହି ଦୁଇ ଭାଇ କେବଳ ମିଥୁନଙ୍କର ଟଙ୍କାରେ ଆରାମ କରୁଥିଲେ ଏବଂ ନୂଆ ବଧୂ ସାଜିଥିବା ହେଲେନାଙ୍କୁ ଘରେ ଏହି କଥା ଅଡ଼ୁଆ ଲାଗିଥିଲା। ଦିନେ ସେ ଖୁବ୍ ବିରକ୍ତିରେ ମିଥୁନଙ୍କୁ କହିଥିଲେ , ତାଙ୍କର କଜିନଙ୍କୁ ଏଠାରୁ ବାହାର କରିଦିଅ। କିନ୍ତୁ ମିଥୁନ ଓଲଟା ହେଲେନାଙ୍କୁ କହିଦେଲେ , ସେମାନେ (କଜିନ୍ସ) କୁଆଡେ ଯିବେନି, ତୁମକୁ ଯଦି ଅସୁବିଧା ହେଉଛି , ଯାଇ ପାର । ହେଲେନା କେବେ ଭାବି ନଥିଲେ ତାଙ୍କ ସ୍ୱାମୀ ତାଙ୍କୁ ଏମିତି ବି କହି ପାରିବେ। ସେହିଠାରୁ ଉଭୟଙ୍କ ପ୍ରେମର ସଂପର୍କରେ ଭଟ୍ଟା ସୃଷ୍ଟି ହେଲା।
ଏହା ମଧ୍ୟ କୁହାଯାଏ କି , ମିଥୁନଙ୍କ ପାଇ ଜାଭେଦଙ୍କ ଠାରୁ ଅଲଗା ହୋଇ ଥିଲା ହେଲେନାଙ୍କୁ ମିଥୁନ ସର୍ବଦା କଟାକ୍ଷ କରୁଥିଲେ । ମିଥୁନ ତାଙ୍କୁ କହୁଥିଲେ ଯେ, ହେଲେନା ଏବେ ବି ଜାଭେଦଙ୍କୁ ଭେଟୁ ଥିଲେ।ଏକ ସାକ୍ଷାତକାରରେ ହେଲେନା କହିଥିଲେ –ସେ ଏକ ଏମିତି ଘରେ ଥିଲେ ,ଯେଉଁଠି ତାଙ୍କୁ ସବୁକିଛି ମିଳୁଥିଲା , କିନ୍ତୁ ମିଥୁନଙ୍କୁ ବିବାହ କରି ତାଙ୍କୁ କିଛି ମିଳି ନଥିଲା।