ମୁମ୍ବାଇ ୧୭/୦୨: ସଲମାନ ଖାନଙ୍କ ବାପା ସଲିମ ଖାନ ଅସୁସ୍ଥ। ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି। କିନ୍ତୁ, ତାଙ୍କୁ କାହିଁକି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସେ ବିଷୟରେ ବର୍ତ୍ତମାନ କୌଣସି ଠୋସ୍ ସୂଚନା ନାହିଁ। ପରିବାରର ସମସ୍ତ ସଦସ୍ୟ ନିରନ୍ତର ଡାକ୍ତରଖାନାରେ ପହଞ୍ଚୁଥିବା ଦେଖାଯାଉଛି।
ସୂଚନା ଅନୁଯାୟୀ, ଆଜି ସକାଳେ ସଲମାନ ଖାନଙ୍କୁ ହସ୍ପିଟାଲରେ ଦେଖିବାକୁ ମିଳିଥିଲା। ଅଭିନେତା କିଛି ସୁରକ୍ଷା କର୍ମୀଙ୍କ ସହ ହସ୍ପିଟାଲରୁ ବାହାରକୁ ଆସୁଥିବାର ନଜର ଆସିଥିଲେ। ସଲମାନଙ୍କ ବ୍ୟତୀତ ସଲିମ ଖାନଙ୍କ ଜ୍ୱାଇଁ ଅତୁଲ ଅଗ୍ନିହୋତ୍ରୀ ଏବଂ ଆୟୁଷ ଶର୍ମା ମଧ୍ୟ ହସ୍ପିଟାଲ ବାହାରେ ଦେଖାଯାଇଥିଲେ। ଝିଅ ଅଲଭିରା ମଧ୍ୟ ତାଙ୍କ ବାପାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଥିଲେ। ତେବେ ସଲିମ ଖାନଙ୍କ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବୟାନ ଦିଆଯାଇ ନାହିଁ। ତଥାପି, ତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଖବର ପ୍ରଶଂସକ ଏବଂ ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି।
ଆହୁରି ପଢ଼ନ୍ତୁ...'ଦି ଗଡଫାଦର' ଫେମ୍ ରବର୍ଟ ଡୁଭାଲଙ୍କ ୯୫ ବର୍ଷ ବୟସରେ ଦେହାନ୍ତ, ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା