ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ତାମିଲନାଡୁ ବିଧାନସଭାରେ ନୂତନ ପ୍ରସ୍ତାବ ଆଗତ, ରାଜ୍ୟର ଅଧିକାରର ସୁରକ୍ଷା ପାଇଁ ଗଠନ ହେବ କମିଟି

Published By : Harapriya Biswal | April 15, 2025 5:13 PM

ନୂଆଦିଲ୍ଲୀ,୧୫।୪: କେନ୍ଦ୍ର ସହ ଭାଷା ବିବାଦକୁ ନେଇ ଚର୍ଚ୍ଚାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍। ଏବେ ଏହା ମଧ୍ୟରେ ରାଜ୍ୟକୁ ଅଧିକ ସ୍ବାଧିନତା ଦେବା ପାଇଁ ଷ୍ଟାଲିନ୍ ବିଧାନସଭାରେ ଆଗତ କରିଛନ୍ତି  ଏକ ପ୍ରସ୍ତାବ । ସେ କହିଛନ୍ତି ଏହାଦ୍ବାରା ରାଜ୍ୟର ଅଧିକାରକୁ ସୁରକ୍ଷା ଏବଂ କେନ୍ଦ୍ର-ରାଜ୍ୟ ସମ୍ପର୍କରେ ସୁଧାର ଆଣିହେବ।  ରାଜ୍ୟକୁ ଅଧିକ ସ୍ବାଧିନତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍ ଏହାକୁ ଆଗତ କରିଛନ୍ତି।  ସେ କହିଛନ୍ତି ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି। ଆମ ଦେଶରେ ବିଭିନ୍ନ ଭାଷା, ଜାତି ଏବଂ ସଂସ୍କୃତିର ଲୋକ ବାସ କରନ୍ତି। ଆମେ ସମସ୍ତେ ଏକାଠି ରହୁ।  ଡକ୍ଟର ଆମ୍ବେଦକର ଦେଶର ରାଜନୈତିକ ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ଏପରି ଭାବରେ ସୃଷ୍ଟି କରିଥିଲେ ଯେ ସମସ୍ତଙ୍କୁ ସୁରକ୍ଷା ଦିଆଯାଇପାରିବ।  

ରାଜ୍ୟର ଅଧିକାରକୁ ସୁରକ୍ଷା ଦେବା ଏବଂ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ଉନ୍ନତ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିରେ ପୂର୍ବତନ ଅଧିକାରୀ ଅଶୋକ ଶେଟ୍ଟି ଏବଂ ଏମ୍.ୟୁ. ନାଗରାଜନଙ୍କ ଭଳି ଲୋକଙ୍କୁ ସାମିଲ କରାଯିବ। ଏହି କମିଟି ଜାନୁଆରୀ ୨୦୨୬ ସୁଦ୍ଧା ଏକ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରିବ ଏବଂ ଦୁଇ ବର୍ଷ ମଧ୍ୟରେ ଏହାର ପୂର୍ଣ୍ଣ ରିପୋର୍ଟ ଏବଂ ସୁପାରିଶ ସରକାରଙ୍କୁ ପ୍ରଦାନ କରିବ। 

ଏହାଛଡା ସେ କହିଛନ୍ତି ଗୋଟିଏ ପରେ ଗୋଟିଏ ରାଜ୍ୟର ଛଡାଇ ନିଆଯାଉଛି ସ୍ବାଧିନତା। ଲୋକମାନେ ସେମାନଙ୍କର ମୌଳିକ ଅଧିକାର ପାଇଁ କେନ୍ଦ୍ର ସରକାରଙ୍କ ସହିତ ଲଢ଼ୁଛନ୍ତି। ଆମକୁ ଆମର ଭାଷା ଅଧିକାରକୁ ସୁରକ୍ଷା ଦେବା ମଧ୍ୟ କଷ୍ଟକର ଲାଗୁଛି। ରାଜ୍ୟଗୁଡ଼ିକ ପ୍ରକୃତରେ ସେତେବେଳେ ପ୍ରଗତି କରିପାରିବେ ଯେତେବେଳେ ସେମାନଙ୍କର ସମସ୍ତ ଆବଶ୍ୟକୀୟ ଅଧିକାର ଏବଂ କ୍ଷମତା ଥିବ। ସେ କହିଛନ୍ତି ଯେ ରାଜ୍ୟଗୁଡ଼ିକୁ ଅଧିକ ଅଧିକାର ଦେବା ପାଇଁ  ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଉଛି, ଯାହାର ନେତୃତ୍ୱ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି କୁରିଆନ ଜୋସେଫ ନେବେ। ପୂର୍ବତନ ଆଇଏଏସ୍ ଅଧିକାରୀ ଅଶୋକ ଭର୍ଦାନ ଶେଟ୍ଟୀ ଏବଂ ନାଗରାଜନ୍ ମଧ୍ୟ ଏହି କମିଟିର ସଦସ୍ୟ ହେବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.