ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ୮ ନିଲମ୍ବିତ ବିଜେଡି ବିଧାୟକଙ୍କ ହେବ କି ସଭ୍ୟପଦ ରଦ୍ଦ ? ଏମିତି ଏକ ଚର୍ଚ୍ଚା ଲାଗି ରହିଥିବାବେଳେ ବାଚସ୍ପତିଙ୍କୁ ଭେଟିବେ ବିଜେଡିର ସମସ୍ତ ବିଧାୟକ । ସୋମବାର ଶଙ୍ଖ ଭବନରେ ସମସ୍ତ ବିଧାୟକ ଏକାଠି ହୋଇ ବାଚସ୍ପତିଙ୍କୁ ଭେଟିବେ ବୋଲି କୁହାଯାଇଛି । ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଦାବି ଜଣାଇବେ ।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା ।
ଏମାନଙ୍କ ବାବଦରେ କି ନିଷ୍ପତ୍ତି ନିଆଯିବ ସେ ନେଇ ବରିଷ୍ଠମାନେ ବିଚାରବିମର୍ଶ କରିବା ପରେ ଦଳର ସଭାପତିଙ୍କୁ ଜଣାଇଥିଲେ । ଏ ନେଇ ରାଜନୈତିକ ବ୍ୟାପାର କମିଟି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା । ଦଳର ଏହି ୬ ବିଧାୟକଙ୍କୁ ନିଲମ୍ବିତ କରାଯାଇଥିବା ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ସେପଟେ ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ ସନାତନ ମହାଖୁଡ଼ ଏବଂ ଅରବିନ୍ଦ ମହାପାତ୍ରଙ୍କ ସଭ୍ୟପଦ ରଦ୍ଦ ପାଇଁ ମଧ୍ୟ ବିଜେଡି ଦାବି ଜଣାଇବ । ଦଳରୁ ନିଲମ୍ବିତ ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଜଣାଇବେ ଦାବି ।
ଏହାସହ ପଢ଼ନ୍ତୁ : ଆଜି ପଶ୍ଚିମବଙ୍ଗରେ ମାରାଥନ ପ୍ରଚାର କରିବେ ମୋହନ