ଭୁବନେଶ୍ବର: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିବେ ମାରାଥନ ପ୍ରଚାର । ସୋମବାର ବଙ୍ଗ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଏହି ଗସ୍ତ ସମୟରେ ବଙ୍ଗର ନିର୍ବାଚନୀ ପ୍ରଚାର ମଙ୍ଗ ଧରିବେ ସିଏମ । ବଗଡାରେ ରୋଡ ଶୋ’ କରି ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ରାଜାରହାଟରେ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମାନଙ୍କ ସହ ରୁଦ୍ଧଦ୍ଵାର ବୈଠକ ଅନୁଷ୍ଠିତ କରି ଓଡ଼ିଆ ସମ୍ପ୍ରଦାୟର ଲୋକଙ୍କ ସହ ଆଲୋଚନା କରିବେ ।

ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସରିବା ପରେ ସେଠାରୁ ଓଡ଼ିଶା ଫେରିବେ । ସିଧାସଳଖ ନିଜ ଜନ୍ମ ମାଟି କେନ୍ଦୁଝର ଅଭିମୁଖେ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଜ ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲାରେ ଥିବା ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରେ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମଧ୍ୟ ପ୍ରଚାରରେ ସାମିଲ ହୋଇଥିଲେ ମୋହନ । ବଙ୍ଗର ଟିଏମସି ସରକାର ଉପରେ ବର୍ଷିବା ସହ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ । ଏଥର ପୁଣିଥରେ ପଶ୍ଚିମବଙ୍ଗ ଗସ୍ତରେ ଯାଇ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।

ଏହାସହ ପଢ଼ନ୍ତୁ : ନିଲାମ ହେବ ଗାୟତ୍ରୀ ଦେବୀଙ୍କ ‘ସୁପରକମ୍ପ୍ୟୁଟର’