ନୂଆଦିଲ୍ଲୀ, ୮/୩ : ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କୁ ଅସମ୍ମାନୀତ କରାଯାଇଥିବା ନେଇ ଶନିବାରଠାରୁ ଲାଗି ରହିଛି ବିବାଦ । ମମତାଙ୍କୁ ବିଜେପି ନେତାମାନେ ସମାଲୋଚନା କରୁଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ମମତାଙ୍କୁ ସମାଲୋଚନା କରିଛନ୍ତି । ଏହାସହ ଆନ୍ତର୍ଜାତୀୟ ମହିଳା ମହିଳା ଦିବସ ଅବସରରେ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରୁ ମମତାଙ୍କୁ ଟାର୍ଗେଟ କରିଛନ୍ତି ନରେନ୍ଦ୍ର ମୋଦି । ଦିଲ୍ଲୀ ମେଟ୍ରୋ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଥିଲେ କି, ଆଜି ଦେଶ ମହିଳା ଦିବସ ପାଳନ କରୁଛି, କିନ୍ତୁ ମୁଁ ଦୁଃଖ ବାଣ୍ଟିବି । ଗତକାଲି ପଶ୍ଚିମବଙ୍ଗରେ ଟିଏମସି ସରକାର ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି ।
#WATCH | Delhi: PM Narendra Modi says, "Droupadi Murmu had gone to Bengal to attend a major celebration of the Santhal. But instead of honouring the President, the TMC boycotted this sacred and important event. She herself comes from the tribal community and has been concerned… pic.twitter.com/1BnBCPpBey
— ANI (@ANI) March 8, 2026
ରାଷ୍ଟ୍ରପତି ଆଦିବାସୀଙ୍କ ପରମ୍ପରାର ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ କିନ୍ତୁ ସେହି କାର୍ଯ୍ୟକ୍ରମକୁ ବର୍ଜନ କରାଯାଇଥିଲା । କେବଳ ଏତିକି ନୁହେଁ ଏହି କାର୍ଯ୍ୟକ୍ରମରେ ଅରାଜକତା କରାଯାଇଥିଲା । ମୋଦି କହିଛନ୍ତି କି, ପଶ୍ଚିମବଙ୍ଗ ସରକାର ଯେଭଳି କରିଛନ୍ତି ଲୋକେ ଟିଏମସିକୁ କ୍ଷମା କରିବେ ନାହିଁ । ଏହାସହ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସ୍ଥଳ ବଦଳାଇବା ସହ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ । ରାଷ୍ଟ୍ରପତି ମମତାଙ୍କୁ ସାନ ଭଉଣୀ କହି ସମ୍ବୋଧନ କରିଥିଲେ ତଥାପି ସେ ଏଭଳି କାହିଁକି ରାଗୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।
ସେପଟେ ଏହି ଘଟଣାକୁ ନେଇ ଆସନ୍ତାକାଲିଠାରୁ ଲାଗି ରହିଛି ରାଜନୈତିକ ବୟାନବାଜି । ଛୋଟ ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ ସାଙ୍ଗକୁ ପ୍ରୋଟୋକଲକୁ ମାନିନଥିବା ନେଇ ରାଷ୍ଟ୍ରପତି ଉଦବେଗ ପ୍ରକାଶ କରିଥିଲେ । ଏହାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କଡ଼ା ଜବାବ ରଖିଥିଲେ । ସେ କହିଥିଲେ କି, ମୁଁ ରାଷ୍ଟ୍ରପତିଙ୍କୁ ସମ୍ମାନ କରେ । କିନ୍ତୁ ଏବେ ସେ ବିଜେପିର ଏଜେଣ୍ଡାରେ ପଡ଼ିଛନ୍ତି । ବିଜେପି ଏବେ ରାଷ୍ଟ୍ରପତିଙ୍କୁ ନିଜର ରାଜନୈତିକ ଏଜେଣ୍ଡା ଭାବେ ବ୍ୟବହାର କରୁଛନ୍ତି । ରାଜ୍ୟରେ ଏଭଳି କାର୍ଯ୍ୟକ୍ରମ ହେବା ନେଇ ଆମକୁ କୌଣସି ସୂଚନା ନଥିବା ମଧ୍ୟ କହିଛନ୍ତି ମମତା ।
ଏହାସହ ପଢ଼ନ୍ତୁ : ମମତାଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ, ଓଡ଼ିଶାବାସୀଙ୍କୁ ଆଘାତ, ମୋହନ ରଖିଲେ କଡ଼ା ପ୍ରତିକ୍ରିୟା