ନୂଆଦିଲ୍ଲୀ, ୨୮/୨ : ସେମିଫାଇନାଲ ରେସରେ ରହିଛନ୍ତି ଭାରତ ଏବଂ ପାକିସ୍ତାନ । ଉଭୟ ଦେଶ ନିଜର ଶେଷ ପରୀକ୍ଷା ଦେବେ । ଶନିବାର ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ନିଜର ସୁପର-୮ ମୁକାବିଲାର ଅନ୍ତିମ ମ୍ୟାଚ୍ ଖେଳିବ । ବଡ଼ ବ୍ୟବଧାନରେ ଜିତିଲେ ସେମିରେ ନିଜର ସ୍ଥାନ ପକ୍କା କରିପାରିବ ପାକିସ୍ତାନ । ଏହାସହ ଭାରତ ନିଜର ଅନ୍ତିମ ମ୍ୟାଚ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବ । ଏହି ମ୍ୟାଚରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ ସେମିଫାଇନାଲ ଟିକେଟ୍ ହାତେଇବ । ତେବେ ମ୍ୟାଚ୍ ପୂର୍ବରୁ ଭାରତକୁ ନେଇ ବଡ଼ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ମହମ୍ମଦ ଆମୀର ।
ସୁପର-୮ର ଶେଷ ମୁକାବିଲା ପୂର୍ବରୁ ଅମୀର ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି କି, ଦକ୍ଷିଣଆଫ୍ରିକା ଏବଂ ଓ୍ବେଷ୍ଟଇଣ୍ଡିଜ୍ ଏବେ ଭଲ ଫର୍ମରେ ରହିଛନ୍ତି । ଏଣୁ ଭାରତ ସେମିଫାଇନାଲକୁ ଯାଇନପାରେ । ଯଦି ଭାରତ ଓ୍ବେଷ୍ଟଇଣ୍ଡିଜକୁ ହରାଏ ତାହେଲେ ଏହା ଆଶ୍ଚର୍ଯ୍ୟଜନକ ହେବ । ସେପଟେ ଲିଗ୍ ପର୍ଯ୍ୟାୟ ସରିବା ପରେ ଅମୀର କହିଥିଲେ କି, ଭାରତ ସମସ୍ତ ମ୍ୟାଚ ହାରିବ । ଏହାସହ ଦକ୍ଷିଣଆଫ୍ରିକା ବିପକ୍ଷ ମ୍ୟାଚରେ ପରାଜୟ ପରେ ସମାନ କଥାକୁ ଦେହରାଇଥିଲେ । ମାତ୍ର ଜିମ୍ବାଓ୍ବେ ବିପକ୍ଷ ମ୍ୟାଚରେ ଭାରତ ବିଜୟ ପରେ ଏକପ୍ରକାର ଭାରତ ସମର୍ଥନରେ କହିଥିଲେ । ଅଭିଶେକ ଶର୍ମା ଖରାପ ଫର୍ମରେ ରହିଥିବାବେଳେ ମଧ୍ୟ ଅମୀର ସମାଲୋଚନା କରିଥିଲେ । ମାତ୍ର ଜିମ୍ବାଓ୍ବେ ବିପକ୍ଷରେ ଦମଦାର ପ୍ରଦର୍ଶନ କରିବା ପରେ ପ୍ରଂଶସା କରିଥିଲେ ।
ଭାରତ ଜିମ୍ବାଓ୍ବେ ବିପକ୍ଷରେ ବଡ଼ ବିଜୟ ପରେ ଏବେ ସେମିଫାଇନାଲ ପାଇଁ ଭାରତର ଆଶା ବଢ଼ିଛି । ଆସନ୍ତାକାଲି ଓ୍ବେଷ୍ଟଇଣ୍ଡିଜକୁ ହରାଇରେ ସେମିରେ ପହଞ୍ଚିବ । ସେପଟେ ପାକିସ୍ତାନ ପାଇଁ ଆଜି ବଡ଼ ପରୀକ୍ଷା ରହିଛି । ସହଆୟୋଜକ ଶ୍ରୀଲଙ୍କାକୁ ଭେଟିବାକୁ ଥିବାବେଳେ ବଡ଼ ରନ୍ ବ୍ୟବଧାନରେ ହରାଇଲେ ସେମିରେ ପହଞ୍ଚିବ । ଶୁକ୍ରବାର ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ହରାଇବା ପରେ ପାକିସ୍ତାନର ଆଶା ବଢ଼ିଛି । ଯଦି ନ୍ୟୁଜିଲାଣ୍ଡ ଗତକାଲି ଜିତିଥାନ୍ତା ତାହେଲେ ସେମିରେ ନିଜର ସ୍ଥାନ ପକ୍କା କରିପାରିଥାନ୍ତା । ମାତ୍ର ଓ୍ବିଲ୍ ଜ୍ୟାକ୍ସଙ୍କ ବିସ୍ଫୋରଣ ଆଗରେ ନ୍ୟୁଜିଲାଣ୍ଡ ଧରାଶାୟୀ ହେବାକୁ ବାଧ୍ୟ ହୋଇଛି ।
ଏହାସହ ପଢ଼ନ୍ତୁ : ପ୍ରଥମେ କରୁଥିଲେ ସମାଲୋଚନା, ଜିମ୍ବାଓ୍ବେ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ ପରେ ଅଭିଶେକଙ୍କୁ ଅମୀରଙ୍କ ପ୍ରଂଶସା