ନୂଆଦିଲ୍ଲୀ,୧୭/୦୨; ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତଠୁ ପାକିସ୍ତାନକୁ ମିଳିଥିବା ପ୍ରଚଣ୍ଡ ପରାଜୟ ପରେ ଦଳର ସ୍ଥିତି ଖରାପ । ୧୭୬ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପାକ୍ ଟିମ୍ ୧୧୪ରେ ଅଟକି ଯାଇଥିଲା । ୬୧ ରନରେ ବଡ଼ ବିଜୟ ହାସଲ କରିଛି ସୂର୍ଯ୍ୟସେନା । ମହାଶିବରାତ୍ରୀରେ ଖେଳାଯାଇଥିବା ମହାମୁବିଲା ଜିତି ଭାରତ କ୍ରିକେଟ ଫ୍ୟାନ୍ସଙ୍କୁ ଭେଟି ଦେଇଛି । ହେଲେ ପାକିସ୍ତାନର ପରାଜୟକୁ ନେଇ ଫ୍ୟାନ୍ସ ଖପ୍ପା । ପୂର୍ବତନ ଖେଳାଳି ମଧ୍ୟ ଟାର୍ଗେଟ୍ କରିଛନ୍ତି । ଏହାରି ଭିତରେ ପାକ୍ ପୂର୍ବତନ ଖେଳାଳି ମହମ୍ମଦ ୟୁସୁଫ ପାକିସ୍ତାନ କ୍ରିକେଟ୍ ବୋର୍ଡ ସହ ଅଧ୍ୟକ୍ଷ ମୋସସିନ ନକଭିଙ୍କୁ ଧୋଇ ଦେଇଛନ୍ତି ।

ପାକିସ୍ତାନର ପୂର୍ବତନ ଅଧିନାୟକ ମହମ୍ମଦ ୟୁସୁଫ କହିଛନ୍ତି ଯେ, ପିସିବିର କାର୍ଯ୍ୟପ୍ରଣାଳୀକୁ ନେଇ ସେ ସନ୍ତୁଷ୍ଟ ନାହାଁନ୍ତି । ଦଳର ଅନେକ ସମସ୍ୟା ରହିଛି । ଖେଳାଳିଙ୍କ ମଧ୍ୟରେ ଯେତିକି ସମସ୍ୟା ନାହିଁ ମ୍ୟାନେଜମେଣ୍ଟରେ ବେଶି ସମସ୍ୟା ରହିଛି । ଯାହାକୁ ସୁଧାରିବା ଦରକାର । ଅନେକ ଖେଳାଳିଙ୍କୁ ମନଇଚ୍ଛା ସିଲେକ୍ଟ କରାଯାଉଛି । ପ୍ରତିଭା ବଦଳରେ ଫେଭରେଟିଜିମ୍ ପାକିସ୍ତାନ କ୍ରିକେଟକୁ ନଷ୍ଟ କରିଦେଇଥିବା ସେ ପ୍ରକାଶ କରିଛନ୍ତି । ମୋହସିନ ନକଭିଙ୍କ ନାମ ନ ନେଇ ଇସାରାରେ ତାଙ୍କୁ ଟାର୍ଗେଟ କରିଛନ୍ତି । ଏହେ ତାଙ୍କୁ ପ୍ରଥମେ ହଟାଇବାକୁ ଦାବି କରିଛନ୍ତି ।

ୟୁସୁଫ ଆହୁରି କହିଛନ୍ତି ଯେ, ପାକିସ୍ତାନ କ୍ରିକେଟରୁ ରାଜନୈତିକ ହସ୍ତକ୍ଷେପ ଏବଂ ବ୍ୟକ୍ତିଗତ ଏଜେଣ୍ଡା ନ ହଟିବା ଯାଏଁ କିଛି ଲାଭ ହେବନି । ଏସବୁ ହଟିଲେ ଦଳ ପୁଣି ଥରେ ପୂର୍ବଭଳି ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି । ବର୍ତ୍ତମାନର ଟି୨୦ ବିଶ୍ୱକପ୍ ପାକିସ୍ତନ ପାଇଁ ଇତିହାସରେ ସବୁଠୁ ଖରାପ ଟୁର୍ଣ୍ଣାମେଣ୍ଟ । ଯେଉଁମାନେ କିଛି କରିପାରୁ ନାହାଁନ୍ତି ସେମାନଙ୍କୁ ପିସିବିରୁ ତୁରନ୍ତ ବିଦା କରିବା ଦରକାର ବୋଲି ସେ କହିଛନ୍ତି । ଅର୍ଥାତ ସେ ପରୋକ୍ଷରେ ମୋହସିନ ନକଭିଙ୍କୁ ଟାର୍ଗେଟ୍ କରିଛନ୍ତି ।

ଏହା ବି ପଢନ୍ତୁ...ହାରିବା ଦୁଃଖଠୁ ବଳିଗଲା ବେଜିତ୍, ମୁହଁ ଲୁଚାଇ ଚାଲିଗଲେ ପିସିବି ମୁଖ୍ୟ, ଭିଡିଓ ଭାଇରାଲ୍...

ୟୁସୁଫ ନାମ ନେଇ ନାହାନ୍ତି ସତ ହେଲେ କୁହାଯାଉଛି କି ସେ ମୋହସିନ ନକଭିଙ୍କ ଉପରେ ହିଁ ଇସାରା ଇସାରାରେ ବର୍ଷିଛନ୍ତି । ଏହା ପୂର୍ବରୁ ସୋଏବ ଅଖତର ଏବଂ ସାହିଦ ଆଫ୍ରିଦି ମୋହସିନ ନକଭିଙ୍କ ଇସାରାରେ ଟାର୍ଗେଟ କରିଥିଲେ । ୟୁସୁଫଙ୍କ ବୟାନ ପରେ ପାକିସ୍ତାନ କ୍ରିକେଟରେ କିପରି ଏକଛତ୍ରବାଦ ଚାଲିଛି ତାହା ସ୍ପଷ୍ଟ ଭାବେ ଜଣାପଡୁଛି । ପିସିବିର ରାଜନୈତିକ ହସ୍ତକ୍ଷେପ, ଭୁଲ ଚୟନ, ପ୍ରଶାସନିକ ଅବବ୍ୟସ୍ଥାର ଫଳ ଦଳକୁ ଭୋଗିବାକୁ ପଡୁଛି । ମୋହସିନ୍ ନକଭିଙ୍କ କାର୍ଯ୍ୟଧାରାକୁ ଅନେକ ପସନ୍ଦ କରୁନାହାଁନ୍ତି । ଭାରତ-ପାକିସ୍ତାନ ମ୍ୟାଚ ପରେ ସୋସିଆଲ ମଡିଆରେ ପ୍ରତିକ୍ରିୟାର ବନ୍ୟା ହୋଇଛି । କିଛି ପାକିସ୍ତାନ ପ୍ରଶଂସର ଦଳର ସିନିୟର ପ୍ଲେୟାର ବାବାର ଆଜମ ଏବଂ ସାଇନ ଆଫ୍ରିଦିଙ୍କୁ ଦୋଷ ଦେଇଛନ୍ତି । ଦଳରେ ପରିବର୍ତ୍ତନ ଏବଂ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଦାବି କରିଛନ୍ତି ।