ପ୍ରମୂଖ ଖବର
  • ବାହାରିଲା ନିଟ୍ ୟୁଜି ୨୦୨୫ ରେଜଲ୍ଟ; ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର
  • ||
  • ପାରାଦୀପ ପୁରୁଣା ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଗଲା ୪ଟି ବଗି
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ପରୀକ୍ଷା ଫଳ; neet.nta.nic.inରେ ରେଜଲ୍ଟ
  • ||
  • କୋଣାର୍କ ଯାତ୍ରୀ ନିବାସରେ ରଜ ପିଠା ଷ୍ଟଲ୍, ଦୋଳିରେ ଝୁଲିଲେ ପର୍ଯ୍ୟଟକ
  • ||
  • ବରଗଡ଼ : ଭେଉଁରିଆ ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲିପଡ଼ିଲା ସ୍ୱାମୀ
  • ||
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

Champions Trophy: ସବୁଠାରୁ କମ ବଲ୍‌ରେ ୨୦୦ ୱିକେଟ୍ ନେଇ ଇତିହାସ ରଚିଲେ ମହମ୍ମଦ ଶାମି

Published By : Tapas Panda | February 20, 2025 6:50 PM

ଦୁବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଚମତ୍କାର ପ୍ରଦର୍ଶନ କରିଛନ୍ତି । ବାଂଲାଦେଶ ବିପକ୍ଷ ଏହି ମ୍ୟାଚ୍‌ରେ ଶାମି ODIରେ ୨୦୦ ୱିକେଟ୍ ପୂରଣ କରିଥିବା ବେଳେ ବହୁ ବଡ଼ କିମ୍ବଦନ୍ତୀଙ୍କୁ ପଛରେ ପକାଇ ବିଶ୍ୱ ରେକର୍ଡ କରିଛନ୍ତି । ଶାମି ସବୁଠାରୁ କମ୍ ବଲରେ ୨୦୦ଟି ଅନ୍ତର୍ଜାତୀୟ ଦିନିକିଆ ୱିକେଟ୍ ନେବାରେ ବିଶ୍ୱର ପ୍ରଥମ ବୋଲର ହୋଇଛନ୍ତି । ଏହି ମାମଲାରେ ଶାମି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କୁ ପଛରେ ପକାଇ ଦେଇଛନ୍ତି ।

ଶାମି ଦିନିକିଆ ଫର୍ମାଟରେ ୫୧୨୬ ବଲରେ ୨୦୦ ୱିକେଟ୍ ନେଇଛନ୍ତି  । ମିଚେଲ ଷ୍ଟାର୍କ ୫୨୪୦ଟି ବଲ ବୋଲିଂ କରି ଦିନିକିଆରେ ୨୦୦ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ପାକିସ୍ତାନର ସକଲେନ୍ ମୁସ୍ତାକ ତାଙ୍କର ୨୦୦ତମ ୱିକେଟ୍ ହାସଲ କରିବା ପାଇଁ ୫୪୫୧ ଥର ବୋଲିଂ କରିଥିବା ବେଳେ ବ୍ରେଟ୍ ଲିଙ୍କୁ ୫୬୪୦ ବଲ୍‌ରେ ଏହି ସଫଳତା ମିଳିଥିଲା । ସବୁଠାରୁ କମ ବଲ୍‌ରେ ଶାମି ଏହି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ।

ସବୁଠାରୁ କମ୍ ବଲରେ ୨୦୦ ୱିକେଟ୍ ନେଇଥିବା ବୋଲର

୫୧୨୬ ବଲ୍, ମହମ୍ମଦ ଶାମି

୫୨୪୦ ବଲ୍, ମିଚେଲ ଷ୍ଟାର୍କ

୫୪୫୧ ବଲ୍, ସାକଲେନ୍ ମୁସ୍ତାକ

୫୬୪୦ ବଲ୍, ବ୍ରେଟ୍ ଲି

୫୭୮୩ ବଲ୍, ଟ୍ରେଣ୍ଟ ବୋଲ୍ଟ

୫୮୮୩ ବଲ୍, ୱାକାର ୟୁନିସ୍

ସୂଚନାଯୋଗ୍ୟ, ମହମ୍ମଦ ଶାମି ତାଙ୍କର ୧୦୪ତମ ଦିନିକିଆ ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଛନ୍ତି । ଏହି କ୍ଷେତ୍ରରେ ସେ ପାକିସ୍ତାନର ସକଲେନ୍ ମୁସ୍ତାକଙ୍କ ସହ ମିଳିତ ଭାବରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସବୁଠାରୁ କମ୍ ମ୍ୟାଚ୍‌ରେ ୨୦୦ ୱିକେଟ୍ ନେବାର ରେକର୍ଡ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କଙ୍କ ନାମରେ ଅଛି । ଷ୍ଟାର୍କ ମାତ୍ର ୧୦୨ ମ୍ୟାଚ୍‌ରେ ୨୦୦ ୱିକେଟ୍ ନେଇଥିଲେ। ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ଏହି ମାମଲାରେ ତୃତୀୟ ସ୍ଥାନରେ ଅଛନ୍ତି । ବୋଲ୍ଟ ୧୦୭ ମ୍ୟାଚ୍‌ରେ ୨୦୦ଟି ODI ୱିକେଟ୍ ପୂରଣ କରିଥିଲେ ।

ସବୁଠୁ କମ୍‌ ମ୍ୟାଚ୍‌ରେ ୨୦୦ ୱିକେଟ୍

୧୦୨ ମ୍ୟାଚ୍, ମିଚେଲ ଷ୍ଟାର୍କ

୧୦୪ ମ୍ୟାଚ୍, ମହମ୍ମଦ ଶାମି/ସକଲେନ୍ ମୁସ୍ତାକ

୧୦୭ ମ୍ୟାଚ୍, ଟ୍ରେଣ୍ଟ ବୋଲ୍ଟ

୧୧୨ ମ୍ୟାଚ୍, ବ୍ରେଟ୍ ଲି

୧୧୭ ମ୍ୟାଚ୍, ଆଲନ୍‌ ଡୋନାଲ୍ଡ

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ମହମ୍ମଦ ଶାମି ଦମଦାର ବୋଲିଂ କରି ୫ଟି  ୱିକେଟ୍ ନେଇଛନ୍ତି । ସେ ତାଙ୍କର ୧୦ ଓଭର ସ୍ପେଲରେ ୫୩ ରନ ଦେଇ ୫ଟି ୱିକେଟ ନେଇଛନ୍ତି । ଶାମିଙ୍କ ଏହି ଦୃଢ଼ ବୋଲିଂ ଯୋଗୁଁ ବାଂଲାଦେଶ ଦଳ ୪୯.୪ ଓଭରରେ ୨୨୮ ରନ କରି ଅଲଆଉଟ୍ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.