ନୂଆଦିଲ୍ଲୀ,୦୧/୦୪; ମହମ୍ମଦ ଶାମି ଗତବର୍ଷେ ଧରି ଭାରତର ଟି-ଟ୍ୱେଣ୍ଟି ଦଳରୁ ବାହାରେ ଅଛନ୍ତି । ସେ ସବୁଠାରୁ ଦ୍ରୁତତମ ୨୦୦ ଟି-ଟ୍ୱେଣ୍ଟି ୱିକେଟ୍ ନେଇଥିବା ଭାରତୀୟ ବୋଲର । ଟି-ଟ୍ୱେଣ୍ଟି ଫର୍ମାଟରେ ତାଙ୍କର ଏକ ଉତ୍କୃଷ୍ଟ ରେକର୍ଡ ମଧ୍ୟ ଅଛି । ଯଦିଓ ସେ ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ମ୍ୟାଚରେ କମ୍ ଦେଖାଯାଆନ୍ତି । ଗତ ଆଇପିଏଲ ସିଜିନରେ ତାଙ୍କର ପ୍ରଦର୍ଶନ ଆଶାନୁରୂପ ନଥିଲା, କିନ୍ତୁ ଏହା ପୂର୍ବରୁ, ଅନେକ ସିଜିନ ପାଇଁ ନିରନ୍ତର ଶ୍ରେଷ୍ଟ ୱିକେଟ୍ ନେଇଥିବା ଖେଳାଳିଙ୍କ ମଧ୍ୟରେ ରହିଥିଲେ । ୨୦୨୩ରେ ପର୍ପଳ କ୍ୟାପ ମଧ୍ୟ ଜିତିଥିଲେ । ଏହା ସତ୍ତ୍ୱେ ତାଙ୍କୁ ଟି-ଟ୍ୱେଣ୍ଟି ବୋଲର ଭାବେ ବିବେଚନା କରାଯାଏ ନାହିଁ । ଭାରତୀୟ ଦଳକୁ ଫେରିବାକୁ ଚେଷ୍ଟା କରୁଛନ୍ତି । ଏକ ପଡକାଷ୍ଟ ସମୟରେ ସେ ଟି-୨୦ ବିଶ୍ୱକପ୍ ପାଇଁ ମନୋନୀତ ନ ହେବା ନେଇ ନିଜର ଯନ୍ତ୍ରଣା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ୫-୬ ବର୍ଷ ମଧ୍ୟରେ ୧୩୦ ୱିକେଟ ନେବା ପରେ ବି କିଛି ମିଳିନାହିଁ । ଭଲ ପ୍ରଦର୍ଶନ ସତ୍ତ୍ୱେ, ତାଙ୍କୁ ଟି-୨୦ ବୋଲର ଭାବରେ ବିବେଚନା କରାଯାଏ ନାହିଁ ।
ଶାମି ପ୍ରାୟ ଅଢେଇ ବର୍ଷ ହେବ ଟେଷ୍ଟ କ୍ରିକେଟରୁ ବାହାରେ ଅଛନ୍ତି । ହ୍ୱାଇଟ୍ ବଲ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ଶେଷ ମ୍ୟାଚ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଥିଲା । ଯାହାକୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଜିତିଥିଲା । ଶାମି ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ମିଳିତ ଭାବରେ ସର୍ବାଧିକ ୱିକେଟ ନେଇଥିବା ବୋଲର ଥିଲେ । ସେବେଠୁ ସେ ଭାରତୀୟ ଦଳରୁ ବାହାରେ ଅଛନ୍ତି । ସେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିଲେ । ଗତବର୍ଷ ଏସିଆ କପ କିମ୍ବା ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇନଥିଲା । ଯାହାକୁ ନେଇ କିଛି କ୍ରିକେଟ ବିଶେଷଜ୍ଞ ଚୟନକର୍ତ୍ତାଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ । ଏବେ ୩୫ ବର୍ଷୀୟ ଶାମି ୨୦୨୭ ଦିନିକିଆ ବିଶ୍ୱକପରେ ଅଂଶଗ୍ରହଣ କରିବେ କି ନାହିଁ ତାହା ଉପରେ ସନ୍ଦେହ ରହିଛି । ୨୦୧୯ରୁ ୨୦୨୪ ଯାଏ ଶାମି ଆଇପିଏଲରେ ସର୍ବାଧିକ ୱିକେଟ ହାସଲକାରୀ ଭାରତୀୟ ଥିଲେ । ଗତବର୍ଷ ସେ କେବଳ ୬ଟି ୱିକେଟ ନେଇଥିଲେ ।
ଏହା ବି ପଢନ୍ତୁ...ଭାରତର ଆଉ ଏକ ସିରିଜ୍ ଘୋଷଣା, ୩ଟି ମ୍ୟାଚର ତାରିଖ-ଭେନ୍ୟୁ ଜାରି କଲା ବିସିସିଆଇ
ଆଇପିଏଲରେ ମହମ୍ମଦ ଶାମି ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଛନ୍ତି । ସମସ୍ତଙ୍କ ନଜର ଲକ୍ଷ୍ନୌର ପେସ୍ ବୋଲର ମହମ୍ମଦ ଶାମିଙ୍କ ଯାଦବଙ୍କ ଉପରେ ରହିବା ନିଶ୍ଚିତ । ସାମି ଗତ ସିଜନରେ ଘରୋଇ କ୍ରିକେଟ୍ରେ ଘାତକ ବୋଲିଂ କରିଥିଲେ ହେଁ ଭାରତୀୟ ଦଳକୁ ଫେରି ପାରିନଥିଲେ । ରଣଜୀ ଟ୍ରଫିରୁ ଆରମ୍ଭ କରି ବିଜୟ ହଜାରେ ଟ୍ରଫି ଓ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ପର୍ୟ୍ୟନ୍ତ ସବୁ ଫର୍ମାଟ୍ରେ ତାଙ୍କ ପ୍ରଦର୍ଶନ ବେଶ୍ ଉନ୍ନତ ରହିଥିଲା । ଏଥର ଆଇପିଏଲ୍ ଜରିଆରେ ସେ ପୁଣି ଥରେ ଚୟନକର୍ତ୍ତାଙ୍କୁ ଭୁଲ ପ୍ରମାଣିତ କରିବାକୁ ପ୍ରୟାସ କରିବେ ।