ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି, ବେଙ୍ଗଲ ଦଳରେ ମହମ୍ମଦ ସାମିଙ୍କୁ ମିଳିଲା ସ୍ଥାନ

Published By : Prameya | November 19, 2024 1:58 PM

କୋଲକାତା,୧୯/୧୧: ୨୩ ତାରିଖରୁ ଆରମ୍ଭ  ହେବାକୁ ଯାଉଥିବା ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ  ପାଇଁ ବେଙ୍ଗଲ ଦଳ ଘୋଷଣା କରାଯାଇଛି । ସିନିୟର ପେସ୍‌ ବୋଲର ମହମ୍ମଦ ସାମିଙ୍କୁ ଦଳରେ ସ୍ଥାନ ମିଳିଛି ।  ୩୬୦ ଦିନ ପରେ ଗ୍ରାଉଣ୍ଡକୁ ଫେରିଥିବା ସାମି ଗତ ମଧ୍ୟ  ପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମୁକାବିଲା ଖେଳି ୭ଟି ୱିକେଟ୍‌  ନେବା ସହ ସମ୍ପୂର୍ଣ୍ଣ ଫିଟ୍‌ ଥିବା ପ୍ରମାଣ କରିଥିଲେ । ତଥାପି  ତାଙ୍କୁ ଆଉ କିଛି ଘରୋଇ କ୍ରିକେଟ୍‌  ମ୍ୟାଚ୍‌ ଖେଳିବା ପାଇଁ ନିର୍ଦ୍ଦେଶ ମିଳିଛି ।  

ଗତ ବର୍ଷ ଅନୁଷ୍ଠିତ ଦିନିକିଆ  ବିଶ୍ୱକପ୍‌ ସମୟରେ ସାମି ଆହତ  ହୋଇଥିଲେ । ବିଶ୍ୱକପ୍‌ ଶେଷ ହେବା  ପରେ ସେ ଆଘାତ ସ୍ଥାନରେ ଅସ୍ତ୍ରୋପଚାର କରିଥିଲେ ।  ଫିଟ୍‌ ହେବା ପାଇଁ ତାଙ୍କୁ ଅଧିକ ସମୟ ଲାଗିଥିଲା । ଟିମ ମ୍ୟାନେଜମେଣ୍ଟ ମଧ୍ୟ ତରବରିଆ ଭାବେ ତାଙ୍କୁ ଦଳକୁ ଡ଼କାଇବାକୁ ଚାହୁଁନଥିବା ସ୍ପଷ୍ଟ କରିଥିଲା । ସାମି ସମ୍ପୂର୍ଣ୍ଣ ମ୍ୟାଚ୍‌ ଫିଟ୍‌ ହେବା ପର୍ଯ୍ୟନ୍ତ ଦଳ ଅପେକ୍ଷା  କରିବ ବୋଲି ପୂର୍ବରୁ ରୋହିତ ଶର୍ମା ସ୍ପଷ୍ଟ କରିଥିଲେ । ରଣଜୀ ଟ୍ରଫି ମୁକାବିଲା ଖେଳି ସାମି ୫ଦିନିଆ ମ୍ୟାଚ୍‌ ଖେଳିବା ପାଇଁ ପ୍ରସ୍ତୁତ ଥିବା ପ୍ରମାଣ କରିଛନ୍ତି ।  

ଦଳ: ସୁଦୀପ୍ତ କୁମାର ଘରାମି, ଅଭିଷେକ ପୋରେଲ,  ସୁଦିପ ଚାଟ୍ଟାର୍ଜୀ, ସାହବାଜ ଅହମ୍ମଦ, କରଣ ଲାଲ, ଋତିକ  ଚାଟ୍ଟର୍ଜୀ, ଋତ୍ୱିକ ରୟ ଚୌଧୁରୀ, ସକିର ହବିବ ଗାନ୍ଧି,  ରଣଜୋତ ସିଂହ ଖଇରା, ପ୍ରୟାସ ରୟ ବର୍ମନ, ଅଗ୍ନିଭ  ପାନ, ପ୍ରଦୀପ୍ତ ପ୍ରମାଣିକ, ସକ୍ଷମ ଚୌଧୁରୀ, ମହମ୍ମଦ ସାମି,  ଇଶାନ ପୋରେଲ, ମହମ୍ମଦ କୈଫ, ସୂରଜ ସିନ୍ଧୁ ଜୈସ୍ୱାଲ,  ସାୟନ ଘୋଷ, କନିଷ୍କ ସେଠ୍‌, ସୌମ୍ୟଦୀପ ମଣ୍ଡଳ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.