ନୂଆଦିଲ୍ଲୀ, ୬/୨ : ଆସନ୍ତାକାଲିଠାରୁ ଟି-୨୦ ବିଶ୍ବକପ । ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଚି ଝଟକା । ଷ୍ଟାର ଖେଳାଳି ହର୍ଷିତ ରାଣାଙ୍କୁ ଲାଗିଛି ଝଟକା । ସେ ଦଳରୁ ବାଦ ପଡ଼ିଛନ୍ତି । ଏବେ ହର୍ଷିତଙ୍କ ସ୍ଥାନରେ ସୁଯୋଗ ପାଇଛନ୍ତି ମହମ୍ମଦ ସିରାଜ । ଅଭ୍ୟାସ ସମୟରେ ଆହତ ହୋଇଥିଲେ ହର୍ଷିତ । ଫଳରେ ତାଙ୍କର ପ୍ରଥମ ବିଶ୍ବକପ ଖେଳିବାର ସ୍ବପ୍ନ ଆଶାରେ ରହିଯାଇଛି । ତେବେ ଏନେଇ ଏଯାବତ କୌଣସି ଅଫିସିଆଳ ସୂଚନା ଦିଆଯାଇନାହିଁ । ସେପଟେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି କି, ଏବେ ହର୍ଷିତ ଅସୁସ୍ଥ ଅଛନ୍ତି ।
ସେପଟେ ଦିନିକିଆ ଏବଂ ଟେଷ୍ଟ ଦଳରେ ନିୟମିତ ନିଜର ସ୍ଥାନ ପକ୍କା କରୁଥିବା ସିରାଜ ଦେଢ଼ବର୍ଷରୁ ଅଧିକ ସମୟ ଧରି ବାହାରେ ଅଛନ୍ତି । ଯଦି ଦଳରେ ସୁଯୋଗ ପାଆନ୍ତି ଦଳକୁ ଜଣେ ଭଲ ଦ୍ରୁତ ବୋଲର ମିଳିପାରିବେ । ପୂର୍ବରୁ ଅନେକ ମ୍ୟାଚରେ ସେ ଦଳକୁ ବିଜୟୀ କରାଇଛନ୍ତି । ସିରାଜ ଶେଷଥର ପାଇଁ ୨୦୨୪ ମସିହାରେ ଟି-୨୦ ମ୍ୟାଚ ଖେଳିଥିଲେ । ସିରାଜଙ୍କ ଟି-୨୦ କ୍ୟାରିୟର ସମ୍ପର୍କରେ ଯଦି କହିବା ତାହେଲେ ସେ ୧୬ ମ୍ୟାଚ ୧୪ ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।
ହର୍ଷିତ ରାଣା ଦକ୍ଷିଣ ଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚ ସମୟରେ ଆହତ ହୋଇଛନ୍ତି । ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା ଯେଉଁ କାରଣରୁ ସେ ମାତ୍ର ଗୋଟିଏ ଓଭର ବୋଲିଂ କରିପାରିଥିଲେ । ଏବେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବାବେଳେ ଦଳରୁ ବାଦ କରାଯାଇନାହିଁ । ମାତ୍ର ମିଳିଥିବା ଏକ ସୂଚନା ଅନୁସାରେ ହର୍ଷିତଙ୍କ ବଦଳରେ ଦଳରେ ସିରାଜଙ୍କୁ ସୁଯୋଗ ମିଳିବ । ହର୍ଷିତ ଏବେ ଦମଦାର ବ୍ୟାଟିଂ କରୁଥିଲେ । ମାତ୍ର ତାଙ୍କ ଭଳି ସଟ୍ ଖେଳିବାରେ ଅସମର୍ଥ ହେବେ ସିରାଜ । ୮ ନମ୍ବରରେ ଭାରତ ହର୍ଷିତଙ୍କୁ ଖେଳାଇଥିଲେ ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନ ପାଇଥାନ୍ତା ।
ଏହାସହ ପଢ଼ନ୍ତୁ : ଯଦି ଭାରତ ସହ ଫାଇନାଲ ପଡ଼େ କ’ଣ କରିବ ? ଜାଣନ୍ତୁ କ’ଣ କହିଲେ ପାକିସ୍ତାନ ଅଧିନାୟକ