ଭୁବନେଶ୍ଵର, ୧୯/୦୫ : ରାଜ୍ୟରେ ଖୁବଶୀଘ୍ର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ମୋହନଙ୍କ ଟିମ୍‌ ରେ ସ୍ଥାନ ପାଇବେ ନୂଆ ମୁହଁ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଏନେଇ ମନ୍ତ୍ରୀ ଏବଂ ବରିଷ୍ଠ ନେତାଙ୍କ ସହ ପୃଥକ ମିଟିଂ କରିଥିଲେ। କୋର୍ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ। ଏନେଇ ବିଜେପି ସାଂସଦ ନବ ଚରଣ ମାଝୀ ସୂଚନା ଦେଇଛନ୍ତି। 

ସୂଚନା ଥାଉକି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ। କୋର୍ କମିଟି ବୈଠକରେ ବିଜେପି ନେତା ଓ କର୍ମୀଙ୍କୁ ୫ ଗୁରୁମନ୍ତ୍ର ଦେଇଥିଲେ। ସଙ୍ଗଠନକୁ ମଜଭୁତ କରିବାକୁ ବିଧାୟକ ଓ  ସାଂସଦଙ୍କୁ ଟାସ୍କ ଦେଇଥିଲେ। ସରକାର ଯେମିତି ବଦନାମ ନହେବ ସେଥିପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସେ କହିଥିଲେ ଯେ, ସରକାର ଯେମିତି ଠିକ୍ ଠାକ୍ ଚାଲିବ ସେଥିପାଇଁ ତତ୍ପର ହୁଅ। ଆମକୁ ଯେମିତି କେହି ଆଙ୍ଗୁଳି ଉଠାଇବେନି। ସରକାର ଓ ସଙ୍ଗଠନ ଭିତରେ ସମନ୍ଵୟ ରଖି ଆଗକୁ ବଢ। ସରକାର ଗଠନ ଯେତିକି କଷ୍ଟ ନୁହେଁ, ତାକୁ ବଞ୍ଚେଇ ରଖିବା ସେତିକି କଷ୍ଟ। ଏବେ ଠାରୁ ସେ କାର୍ଯ୍ୟ କରିବାକୁ ନୀତିନ ନବୀନ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଖବରଟିକୁ ପଢନ୍ତୁରାଜ୍ୟ ପଦାଧିକାରୀଙ୍କୁ ନୀତିନ ନବୀନ ଦେଲେ ୩ ମାସିଆ ଟାସ୍କ, ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବାକୁ ପରାମର୍ଶ

ନୀତିନ ନବୀନଙ୍କ ତିନି ମାସିଆ ଟାସ୍କ

ରାଜ୍ୟ ପଦାଧିକାରୀ, ବିଧାୟକ, ସାଂସଦଙ୍କ ସହ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ କାର୍ଯ୍ୟକର୍ତ୍ତାଙ୍କୁ ଟାସ୍କ ଦେଇଛନ୍ତି। ତିନି ମାସ ପରେ ଆସି ପୁଣି ଆସି ଅବଗତ ହେବେ ବୋଲି କହିଛନ୍ତି। 

• ଲୋକଙ୍କ ପାଖକୁ ଯିବେ ବିଧାୟକ ଓ ସାଂସଦ।
• ମାସର ୧ ତାରିଖରୁ ୭ ତାରିଖ ଭିତରେ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତି ମଣ୍ଡଳକୁ ଯିବେ ବିଧାୟକ।
• ନିଜ ନିର୍ବାଚନ ମଣ୍ଡଳୀର ସବୁ ବିଧାନସଭା କ୍ଷେତ୍ରକୁ ଯିବେ ସାଂସଦ।
• ଲୋକଙ୍କ ସହ ସୁସମ୍ପର୍କ ବଢ଼ାଓ।
• ସୋସିଆଲ ମିଡ଼ିଆରେ ଆକ୍ଟିଭ ହୁଅ।
• ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ୍ କର।
• ତିନି ମାସରେ ଟାସ୍କ ପୂରଣ କର।
• ଜୁଲାଇରେ ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ।