ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

୧୭ଟି ଧାର୍ମିକ ସ୍ଥଳରେ ବନ୍ଦ ହେବ ମଦ ଦୋକାନ, ରାଜ୍ୟ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି

Published By : Tapas Panda | January 24, 2025 4:12 PM

Image Courtesy: indiatvnews

ଭୋପାଳ: ମଧ୍ୟପ୍ରଦେଶର ବିଜେପି ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ନୂଆ ଅବକାରୀ ନୀତି ଲାଗୁ ହେବା ପରେ ରାଜ୍ୟରେ ଥିବା ୧୭ଟି ଧାର୍ମିକ ସ୍ଥଳରେ ମଦ ଦୋକାନ ବନ୍ଦ କରିବେ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନେତୃତ୍ବରେ ଆଜି (ଶୁକ୍ରବାର) ମହେଶ୍ବରରେ ଆୟୋଜିତ ହୋଇଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ଘୋଷଣା ହୋଇଛି  । ଏହା ସହ ମୁଖ୍ୟମନ୍ତ୍ରୀ ଅହିଲ୍ୟାବାଇ ହୋଲକରଙ୍କୁ ୩୦୦ ତମ ଜନ୍ମଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।  

 ଏହା ପୂର୍ବରୁ ଗୁରୁବାର ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ୧୭ ଧାର୍ମିକ ସ୍ଥଳ ଥିବା ସହରରେ ମଦ ଦୋକାନ ବନ୍ଦ ହେବ ବୋଲି ଘୋଷଣା କରିଥିଲେ । ଦେଶୀ ଏବଂ ବିଦେଶୀ ଉଭୟ ମଦ ଦୋକାନ ବନ୍ଦ ହେବ ବୋଲି ସେ କହିଥିଲେ । ଆଉ ଆଜି ଏହି ନିଷ୍ପତ୍ତି ଉପରେ ରାଜ୍ୟ କ୍ୟାବିନେଟ୍‌ର ମୋହର ଲାଗିଛି । 


 


ମଧ୍ୟପ୍ରଦେଶର ଯେଉଁ ସବୁ ସ୍ଥାନରେ ଭଗବାନ କୃଷ୍ଣ ଏବଂ ଶ୍ରୀ ରାମଙ୍କ ପାଦ ପଡ଼ିଛି ସେସବୁ ସ୍ଥାନରେ ମଦ ବନ୍ଦ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହଦ ଯାଦବ କହିଛନ୍ତି ।  ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମହେଶ୍ବର ଘାଟରେ ଥିବା ମା ନର୍ମଦାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହାସହ ଲୋକମାତା ଦେବୀ ଅହିଲ୍ୟାବାଇଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.