ଉତ୍ତରପ୍ରଦେଶ ୦୧/୦୬: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଗଛରୁ ଟଙ୍କା ବର୍ଷା ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏକ ମାଙ୍କଡ଼ ଏକ ଟଙ୍କା ଭର୍ତ୍ତି ବ୍ୟାଗ୍ ଜଣେ ବ୍ୟକ୍ତିଙ୍କଠାରୁ ଛଡ଼ାଇ ନେବା ଏବଂ ଏକ ଗଛ ଉପରେ ଚଢ଼ି ସେଠାରୁ ଟଙ୍କା ଫିଙ୍ଗୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ।

ରିପୋର୍ଟ ଅନୁସାରେ, ଘଟଣାଟି କଚେରୀ ରୋଡ୍ରେ ଥିବା ବୁଲନ୍ଦସହର ଜିଲ୍ଲା କୋର୍ଟ ପରିସରରେ ଘଟିଛି । ରବୀନ୍ଦ୍ର ନାମକ ଜଣେ ଓକିଲ ସମ୍ପତ୍ତି ବାବଦ ଏକ ପଞ୍ଜୀକରଣ କରିବା ଏବଂ ଷ୍ଟାମ୍ପ ପେପର କିଣିବା ଲାଗି ୨ ଲକ୍ଷ ନଗଦ ଟଙ୍କା ଥିବା ଏକ ବ୍ୟାଗ୍ ଧରି କୋର୍ଟରେ ପହଞ୍ଚିଥିଲେ । ସହଯୋଗୀ ଓକିଲଙ୍କ ଚାମ୍ବର ବାହାରେ ଛିଡ଼ା ହୋଇଥିବାବେଳେ ଏକ ମାଙ୍କଡ଼ ତାଙ୍କଠାରୁ ସେହି ବ୍ୟାଗ୍ ଛଡ଼ାଇନେଇଥିଲା । ପରେ କୋର୍ଟ ପରିସରରେ ଥିବା ଏକ ଗଛରେ ଚଢ଼ିଯାଇଥିଲା । ମାଙ୍କଡ଼ଟି ଗଛ ଉପରେ ବ୍ୟାଗ୍‌ଟିକୁ ଚିରି ଦେଇଥିଲା ନୋଟଗୁଡ଼ିକୁ ତଳକୁ ଫିଙ୍ଗିବା ଆରମ୍ଭ କରିଦେଇଥିଲା । ଆଖପାଖରେ ଲୋକେ ଏହା ଦେଖିବା ପରେ ଟଙ୍କା ଗୋଟାଇବାକୁ ଭିଡ଼ ଲଗାଇଥିଲେ । ଖବରପାଇ ପୁଲିସ ସେଠାରେ ପହଞ୍ଚି ଓକିଲଙ୍କୁ ତାଙ୍କ ଟଙ୍କା ଫେରାଇବାରେ ସହଯୋଗ କରିଥିଲା । ଓକିଲଙ୍କ କହିବା ଅନୁସାରେ, ତାଙ୍କୁ ଅଧିକାଂଶ ଟଙ୍କା ମିଳିଯାଇଛି । ପ୍ରାୟ ୫ ହଜାର ଟଙ୍କା ସେଥିରୁ ଗାଏବ ଅଛି । ଭିଡିଓରେ ସୋସିଆଲ ମିଡିଆ ୟୁଜର୍ସ ଅନେକ ମଜାଳିଆ କମେଣ୍ଟ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ...ଭୁଲ୍ ତଥ୍ୟ ପ୍ରଦାନ କରୁଛି ଏଆଇ, ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ