ଥୁଆମୂଳ ରାମପୁର,୧୬/୮ : ଥୁଆମୂଳ ରାମପୁର ବ୍ଲକରେ ଏବେ ମାଙ୍କଡ଼ମାନଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି । ଆଜି ଶିବ ମନ୍ଦିର ପଡ଼ାର ବିଦୁ ଖରସେଲ ବାଟରେ ଠିଆ ହୋଇଥିବାବେଳେ ମାଙ୍କଡ଼ ଆସି ଗୋଡ଼କୁ ଆକ୍ରମଣ କରିଥିଲା । ଫଳରେ ବିଦୁ ଗୁରୁତର ହୋଇଥିଲେ ।
ପରେ ବିଦୁଙ୍କୁ ଚିକିତ୍ସା ପାଇଁ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଭ୍ୟାକସିନ ଦିଆଯାଇଥିଲା। ଅନ୍ୟପକ୍ଷରେ ବ୍ଲକ ମୁଖ୍ୟାଳୟରେ ମାଙ୍କଡ଼ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । ଅନେକ ଦୂରଦୂରାନ୍ତରୁ ଆସିଥିବା ଲୋକଙ୍କୁ ହଇରାଣ କରୁଥିବା ସହ ଆକ୍ରମଣ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି।