ଏବେ ପ୍ରାୟ ଲୋକ ଚର୍ବି କମାଇବାରେ ଲାଗି ପଡିଛନ୍ତି । ଏଥିପାଇଁ ବିଭିନ୍ନ ଉପାୟ ଆପଣାଇବାରେ ବ୍ୟସ୍ତ । ଆପଣ ଚାହିଁଲେ ମୁଗଡାଲି ପାଣି ସାହାଯ୍ୟରେ ମଧ୍ୟ ପେଟରେ ଜମା ହୋଇ ରହିଥିବା ଚର୍ବିକୁ କମାଇପାରିବେ । 

ପାଚନ ତନ୍ତ୍ରକୁ ମଜଭୁତ କରେ: ମୁଗଡାଲି ପାଣି ଫାଇବରରେ ଭରପୂର, ଯାହା ପାଚନ କ୍ରିୟାରେ ସୁଧାର ଆଣିଥାଏ । ଏହା କବ୍ଚ, ଗ୍ୟାସ୍‌ ଓ ଏସିଡିଟି ପରି ସମସ୍ୟାକୁ ଦୂର କରିବା ସହ ମେଟାବଲିଜିମ୍‌କୁ ବଢାଇଥାଏ । ଫଳରେ ଓଜନ କମାଇଥାଏ । 

କମ୍‌ କ୍ୟାଲୋରୀ ଓ ପୋଷକ ତତ୍ତ୍ୱରେ ଭରା: ମୁଗଡାଲି ପାଣିରେ କମ୍‌ କ୍ୟାଲୋରୀ ରହିଥାଏ । ଏହା ପ୍ରୋଟିନ୍‌, ଭିଟାମିନ୍ସ ଓ ମିନେରାଲ୍ସର ପ୍ରମୁଖ ସ୍ରୋତ । ଏହାକୁ ପିଇବା ଦ୍ୱାରା ଶରୀରକୁ ଜରୁରି ପୋଷକ ତତ୍ତ୍ୱ ମିଳିବା ସହ ଭୋକ ନିୟନ୍ତ୍ରିତ ରହିଥାଏ । 

ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରେ: ଏହି ପାଣି ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ଏହା ଲିଭର୍‌ ଓ କିଡ୍‌ନୀ ଫଙ୍କସନ୍‌କୁ ଭଲ କରିବା ସହ ମେଟାବଲିଜିମ୍‌କୁ ତୀବ୍ର କରିଥାଏ । 

ମେଟାବଲିଜିମ୍‌ ବଢାଏ: ଥିରେ ଥିବା ପ୍ରୋଟିନ୍‌ ଓ ଫାଇବର ଶରୀରର ମେଟାବଲିଜିମ୍‌କୁ ସକ୍ରିୟ କରିଥାଏ । ଯାହା ତୀବ୍ର ବେଗରେ କ୍ୟାଲୋରୀ ବର୍ଣ୍ଣ କରିବା ସହ ଚର୍ବି କମ୍‌ କରିଥାଏ । ତେବେ ପ୍ରଥମେ ମୁଗ ଡାଲିକୁ ଅଧିକ ପାଣି ଦେଇ ପ୍ରେସର୍‌ରେ ସିଝାଇ ନିଅନ୍ତୁ । ଏବେ ସିଝା ଡାଲିକୁ ପାଣିରୁ ଅଲଗା କରି ନିଅନ୍ତୁ । ଏହି ମୁଗ ଡାଲି ପାଣିକୁ ଜିରା ଓ ଅଦା ଛୁଙ୍କ ଦେଇ ଧନିଆପତ୍ର ପକାଇ ଭଲ ଭାବେ ଫୁଟାଇ ନିଅନ୍ତୁ । ଏହାକୁ ହାଲ୍‌କା ଥଣ୍ଡା କରି ପିଇପାରିବେ । ଏହା ଚର୍ବି କମାଇବା ସହ ଶରୀରକୁ ଅଧିକ ସକ୍ରିୟ ରଖିଥାଏ ।