ନୂଆଦିଲ୍ଲୀ, ୨୬/୦୫ : ୧୨ ବର୍ଷୀୟା ନାବାଳିକାଙ୍କୁ ମାତ୍ର ୧୬ ହଜାର ଟଙ୍କାରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ବିକିଦେଲା ମା। ମନ୍ଦିରରେ ନକଲି ବିବାହ କରି ବାରମ୍ଵାର ଦୁଷ୍କର୍ମ କରୁଥିଲା ପିଶାଚ। ଉତ୍ତରପ୍ରଦେଶର ଚାନ୍ଦୌଲିରେ ଜଣେ ନାବାଳିକାଙ୍କୁ ବିକ୍ରି ପରେ ବିବାହ ଓ ବଳାତ୍କାର କରାଯିବା ଭଳି ଘଟଣା ସାମ୍‌ନାକୁ ଆସିଛି । ପୁଲିସ ଏହି ଘଟଣାରେ ନାବାଳିକାଙ୍କ ମା ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ବିହାରର ଏହି ବିଧବା ମହିଳା ଜଣକ ଚାନ୍ଦୌଲିର ଚହନିଆ ଅଞ୍ଚଳରେ ରହୁଥିଲେ । ସେ ତାଙ୍କର ୧୨ ବର୍ଷୀୟା ନାବାଳିକାକୁ ଲହରୁ ଯାଦବ ଓରଫ ରାକେଶ ନାମକ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କୁ ୧୬ ହଜାର ଟଙ୍କା ଓ ୧୦ଖଣ୍ଡ ଶାଢ଼ି ନେଇ ବିକ୍ରି କରିଦେଇଥିଲେ । ରାକେଶ ଯେଭଳି ଯୁବକ ଦେଖାଯିବ ସେଥିପାଇଁ ଦିଲ୍ଲୀଯାଇ ୯୦ ହଜାର ଟଙ୍କାରେ ହେୟାର ଟ୍ରାନ୍ସପ୍ଲାଣ୍ଟ କରିଥିଲା । ପରେ ଚାନ୍ଦୌଲି ଅଞ୍ଚଳରେ ଥିବା ଏକ ମନ୍ଦିରରେ ନାବାଳିକାକୁ ନେଇ ନକଲି ବିବାହ କରିଥିଲା । ବିବାହ ପରେ ନାବାଳିକାକୁ ନିଜ ଘରକୁ ନେଇଯାଇଥିଲା । ସେଠାରେ ସେ ନାବାଳିକାକୁ ବଳାତ୍କାର କରିବା ସହ ଚାକରାଣୀ କରି ରଖିଥିଲା । ପଡିଶାମାନେ ଜାଣିବା ପରେ ତାକୁ ତାଗିଦ୍‌ କରିଥିଲେ । ଏପରିକି ପୁଲିସ ଜାଣିଲେ କଥା ଖରାପ ହେବ ବୋଲି କହିଥିଲେ । ଭୟରେ ରାକେଶ ସମ୍ପୃକ୍ତ ନାବାଳିକାକୁ ନେଇ ଗତ ୧୯ ତାରିଖରେ ସାରନାଥର ବନାରସ ରେଳ ଷ୍ଟେସନ ନିକଟରେ ଛାଡି ଫେରାର ହୋଇଯାଇଥିଲା ।

ରେଳ ଷ୍ଟେସନ ନିକଟରେ ରବି ବର୍ମା ନାମକ ଝାଡଖଣ୍ଡର ଜଣେ ଅଟୋ ଚାଳକ ନାବାଳିକାକୁ ଭେଟିଥିଲା । ମା ପାଖରେ ଛାଡିଦେବାକୁ କହି ସେ ନାବାଳିକାକୁ ଏକ ପୋଖରୀ ନିକଟକୁ ନେଇ ବଳାତ୍କାର କରିଥିଲା । ପରେ ତାକୁ ଛାଡି ସେଠାରୁ ପଳାଇଥିଲା । ନାବାଳିକା ଜଣକ ରାସ୍ତାରେ କାନ୍ଦୁଥିବା ବେଳେ ସ୍ଥାନୀୟ ଲୋକେ ଦେଖି ପୁଲିସ ଓ ଚାଇଲ୍ଡ ଲାଇନକୁ ସୂଚନା ଦେଇଥିଲେ । ପୁଲିସ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହ ତା ଠାରୁ ଘଟଣା ସମ୍ପର୍କରେ ସବୁକଥା ଜାଣିବାକୁ ପାଥିଲା। ଚାଇଲ୍ଡ ଲାଇନ କମିଟି ପକ୍ଷରୁ ନାବାଳିକାର ବୟାନ ରେକର୍ଡ କରାଯାଇଥିଲା। ଶେଷରେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ନାବାଳିକାର ମା, ରାକେଶ ଓ ରବିକୁ ଗିରଫ କରିବାରେ ସକ୍ଷମ ହୋଇଛି। କୋର୍ଟରେ ହାଜର ପରେ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି। 

ଏହି ଖବରଟିକୁ ପଢନ୍ତୁMurder Case: ପ୍ରେମ ବିବାହ କରିଥିଲେ, ଯୌତୁକରେ ବୁଲେଟ ମିଳିଲାନି ବୋଲି ମାରିଦେଲେ….