ନୂଆଦିଲ୍ଲୀ: ୯ ମାସ ତଳେ ହୋଇଥିଲା ବାହାଘର । ତାହା ପୁଣି ପ୍ରେମ ବିବାହ । ତଥାପି ଯୌତୁକରେ ବୁଲେଟ ମିଳିଲାନି ବୋଲି ସ୍ତ୍ରୀକୁ ମାରିଦେଲା ସ୍ବାମୀ । ବିହାରର ବୈଶାଳୀ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ମହିଳାଙ୍କୁ ଶ୍ବଶୁରଘର ଲୋକେ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ । ମାଡ଼ ମାରୁଥିବାବେଳେ ନବବିବାହିତା ଜଣକୁ ବିଷ ଦେଇମାରିଥିବା ଅଭିଯୋଗ ହୋଇଛି । ପୁଲିସ ଏହି ଘଟଣାରରେ ଶ୍ବଶୁରଘର ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୃତକ ଜଣକ ହେଲେ ୨୦ ବର୍ଷୀୟା ଅମୃତା କୁମାରୀ ।
କହି ରଖୁଛୁ କି, ୯ ମାସ ପୂର୍ବେ ମନୀଷ କୁମାରଙ୍କ ସହ ଅମୃତାଙ୍କ ବିବାହ ହୋଇଥିଲା । ସେମାନେ ପ୍ରେମ ବିବାହ କରି ବିବାହ କରିଥିଲେ । ପ୍ରଥମେ ଠିକ୍ ଥିଲା ପରେ ମନୀଷଙ୍କ ପରିବାର ଲୋକେ ଯୌତୁକ ପାଇଁ ଦାବି କରିଥିଲେ । ଏଥିପାଇଁ ପ୍ରତିଦିନ ତାଙ୍କୁ ଶାରୀରିକ ଏବଂ ମାନସିକ ଭାବେ ନିର୍ଯାତନା ଦେଉଥିଲେ । ବାରମ୍ବାର ବୁଲେଟ ପାଇଁ ଦାବି କରୁଥିଲେ । ଦାବି ପୂରଣ ନହେବାରୁ ସେମାନେ ମାରି ଦେଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ମୃତକଙ୍କ ଭଉଣୀ କହିଛନ୍ତି କି, ଅମୃତାଙ୍କୁ ନିର୍ଯାତନା ସମ୍ପର୍କରେ ଆମେ ଖବର ପାଇ ଯାଉଥିଲୁ । ହେଲେ ସେମାନେ ରାତିରେ ବିଷ ଦେଇ ମାରି ଦେଇଛନ୍ତି । ସେମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରାଯାଇଛି । ତେବେ ପଡ଼ୋଶୀ ଲୋକ ମଧ୍ୟ ଅମୃତାଙ୍କ ଶାଶୁଘର ବିରୋଧରେ କହିଛନ୍ତି । ସେମାନେ ପ୍ରତିଦିନ ନିର୍ଯାତନା ଦେଉଥିବା କହିଛନ୍ତି ।
ଏହାସହ ପଢ଼ନ୍ତୁ : Cockroach Survival: ଡାଇନୋସର ନାହିଁ ତଥାପି ବଞ୍ଚିଛି ଅସରପା, କାହିଁକି ଏ ଚର୍ଚ୍ଚା ?