ଭଞ୍ଜନଗର, ୧୫।୩ : ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର। ପୁଅ ଓ ଝିଅ ସାମ୍ନାରେ ଚାଲିଗଲା ମା’ର ଜୀବନ। ଦୁର୍ଘଟଣାରେ ପୁଅ ମଧ୍ୟ ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି। ବୁଗୁଡା ଥାନା ଅଧିନସ୍ଥ ତାକରଡା ଗାଁ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।ମୃତକ ଜଣକ ହେଲେ ଓଡଗାଁ ଛାମୁସାହିର କୁନ୍ ମୁନ୍ ଚୋଧୁରି ।
ଗୋଟିଏ ପରିବାରର ସମସ୍ତେ ବ୍ରହ୍ମପୁରଠାରୁ ବାହାରି ନିଜ ଗ୍ରାମ ନୟାଗଡ ଜିଲ୍ଲା ଓଡଗାଁ ଛାମୁସାହି ଅଭିମୁଖେ କାରରେ ଯାଉଥିଲେ। ରାସ୍ତାରେ ଆଖି ଲାଗି ଯାଇଥିଲା ।ଫଳରେ ଉକ୍ତ କାରଟି ଗଛରେ ପିଟି ହୋଇ ଯାଇଥିଲା ! ଘଟଣାସ୍ଥଳରେ ମା’ କୁନ୍ ମୁନ୍ ଚୌଧୂରୀଙ୍କ ମୃତ୍ୟୁ ହୋଇଥିବା ବେଳେ ନାବାଳକ ପୁଅ ଦେବାସିଷ ଚୌଧୁରି ଓ ନାବାଳକ ଝିଅ ଦିବ୍ୟାସୁ ଚୌଧୁରୀଙ୍କ ଆଘାତ ଲାଗିଥିଲା । ୧୦୮ ଆମ୍ବୁଲାନସ୍ ସାହାଯ୍ୟରେ ସେମାନଙ୍କୁ ବୁଗୁଡା ମେଡିକାଲକୁ ଅଣା ଯାଇଥିଲା । ନାବାଳିକା ଝିଅଟି ସୁସ୍ଥ ରହିଥିବା ବେଳେ ନାବାଳକ ପୁଅ ମୃତ୍ୟୁ ସହ ସଂଗ୍ରାମ କରୁଛି। ଘଟଣା ସ୍ଥଳରେ ବୁଗୁଡା ପୋଲିସ୍ ପହଞ୍ଚି ଗାଡିକୁ ଜବତ କରିବା ସହ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି l