ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିକାଶ ଯାଦବଙ୍କ ନାଁରେ ଆମେରିକାର ଅଭିଯୋଗ ; ଏହାକୁ ନେଇ ଚିନ୍ତାରେ ମାଆ

Published By : Prameya | October 20, 2024 5:22 PM

ନୂଆଦିଲ୍ଲୀ : ଆମେରିକା ଖାଲିସ୍ତାନୀ ଆତଙ୍କୀ ଗୁରପତୱନ୍ତ ସିଂହ ପନ୍ନୁଙ୍କ ହତ୍ୟାର ଷଡ଼ଯନ୍ତ୍ର ରଚିବା ପାଇଁ ର’ର ପୂର୍ବତନ ଅଧିକାରୀ ବିକାଶ ଯାଦବଙ୍କ ଉପରେ ଗୁରୁତର ଅଭିଯୋଗ ଲଗାଇଛି। ବିକାଶଙ୍କୁ ଆମେରିକା ମୋଷ୍ଟ ୱାଣ୍ଟେଡ୍‌ ଘୋଷିତ କରିଛି। ହେଲେ ଏହି ସବୁ ଅଭିଯୋଗକୁ ବିକାଶଙ୍କ ପରିବାର ଲୋକେ ଏଡେଇ ଦେଇ କହିଛନ୍ତି ଆମେରିକା ସରକାର ସତ କହୁ ନାହିଁ।

ବିକାଶ ଯାଦବଙ୍କ ୬୫ ବର୍ଷିୟ ମାଆ ସୁଦେଶ ଯାଦବ କହିଛନ୍ତି କି, ମିଡ଼ିଆ ରିପୋର୍ଟ କାରଣରୁ ସେ ଏବେ ବି ଚିନ୍ତାରେ ରହିଛନ୍ତି। ସେ କହିଛନ୍ତି ଯେ, ସେ ଦେଶ ପାଇଁ କାମ କରୁଥିଲେ। ସେ ଆମେରିକା ସରକାର ଦ୍ୱାରା କରାଯାଇ ଥିବା ଦାବିର ସତ୍ୟତା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ସେ ରୟଟର୍ସକୁ କହିଛନ୍ତି , ମୁଁ କଣ କହି ପାରିବି ? ମୋତେ ଜଣା ନାହିଁ ଯେ, ଆମେରିକା ସରକାର ସତ କହୁଛି କି ମିଛ । ସେ ଦେଶ ପାଇଁ କାମ କରୁଛି । ଆମେରିକା ଅଧିକାରୀମାନେ ବିକାଶ ଯାଦବଙ୍କ ଉପରେ ଟଙ୍କା ବଦଳରେ ଜଣେ ବ୍ୟକ୍ତିଙ୍କୁ ପନ୍ନୁଙ୍କ ହତ୍ୟା କରିବା ପାଇଁ କହିବାର ଅଭିଯୋଗ ଲଗେଇଛି।

ଦିଲ୍ଲୀ ଠାରୁ ପାଖାପାଖି ୧୦୦ କିଲୋମିଟର ଦୂର ପ୍ରାଣପୁରା ଗାଁରେ ବିକାଶ ଯାଦବଙ୍କ ସଂପର୍କୀୟମାନେ ଆମେରିକା ସରକାରର ଦାବିର ଖଣ୍ଡନ କରିଛନ୍ତି। ତାଙ୍କର କଜିନ ଭାଇ ନ୍ୟୁଜ୍‌ ଏଜେନ୍ସିକୁ କହିଛନ୍ତି କି ଯାଦବଙ୍କ ପରିବାର ହରିଆଣାର ଏକ ଗାଁରେ ଏକ ଛୋଟ ଘରେ ରୁହନ୍ତି। ସେ କହିଛନ୍ତି ,ଏତେ ଟଙ୍କା କୁଆଡୁ ଆସିବ ? ଆପଣଙ୍କୁ କଣ ଏହି ଘର ବାହାରେ କୌଣସି ଅଡି ଓ ମର୍ସିଡିଜ୍ ଠିଆ ହେବାର ଦେଖାଯାଉଛି ? ଜଣେ ସଂପର୍କୀୟ କହିଛନ୍ତି କି ଯାଦବ ନିଜର କଜିନ ଭାଇଙ୍କୁ କହିଥିଲେ କି କଥିତ ଷଡ଼ଯନ୍ତ୍ରରେ ତାଙ୍କର ସାମିଲ ହେବାର ମିଡ଼ିଆ ରିପୋର୍ଟ ମିଛ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.